www.samajalive.in
Saturday, December 13, 2025
26.1 C
Bhubaneswar

ଘରୋଇ ଉପାୟରେ ପ୍ରସ୍ତୁତ କରନ୍ତୁ ଷ୍ଟ୍ରବେରୀ ବଡି ୱାଶ୍‌

ଅନେକ ବ୍ୟକ୍ତି ବଜାରରେ ଉପଲବ୍ଧ ହେଉଥିବା ବିୟ୍ୟୁଟି କ୍ରିମ ଓ ଅନ୍ୟାନ୍ୟ ସାମଗ୍ରୀର ବ୍ୟବହାର କରିଥାଆନ୍ତି। ଏହି ସାମଗ୍ରୀ ବଦଳରେ କିଛି ପ୍ରାକୃତିକ ଦ୍ରବ୍ୟର ବ୍ୟବହାର କରିବା ଉଚିତ। ଏହା ସ୍ବାସ୍ଥ୍ୟ ଓ ମୁହଁ ପାଇଁ ଉତ୍ତମ ଅଟେ। ଏହାଦ୍ବାରା ଶରୀରରେ କୌଣସି ଖରାପ ପ୍ରଭାବ ପଡି ନ ଥାଏ। ଆପଣତ ଘରୋଇ ଉପାୟରେ ଫେସପ୍ୟାକ, କ୍ରିମ, ସ୍କ୍ରବ ଓ ସାମ୍ପ୍ୟୁ ତିଆରି କରିଥିବେ। ତେବେ ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି ବଡି ୱାଶ ପ୍ରସ୍ତୁତ କରିପାରିବା।

ମୁହଁ ପାଇଁ କିଛି ଦ୍ରବ୍ୟ ପ୍ରସ୍ତୁତ କରିବା ବେଳେ ସର୍ବପ୍ରଥମେ ଭିଟାମିନ ସି ରେ ଭରପୂର ଷ୍ଟ୍ରବେରି କୋଳି କଥା ମନରେ ଆସିଥାଏ। ଷ୍ଟ୍ରବେରି କୋଳିର ବ୍ୟବହାର ଦ୍ବାରା ଅନେକ ଲାଭ ମିଳିଥାଏ। ଏଥିରୁ ଘରୋଇ ଉପାୟରେ ବଡି ୱାଶ ପ୍ରସ୍ତୁତ କରିପାରିବା। ଆସନ୍ତୁ ଜାଣିବା ବଡି ୱାଶ ପ୍ରସ୍ତୁତ କରିବାର ଉପାୟ ବିଷୟରେ ..

- Advertisement -

ପ୍ରଥମେ ଷ୍ଟ୍ରବେରି -୫ଟି

ନଡିଆ ତେଲ – ୨ ଚାମଚ

କେସାଇଲ ସାବୁନ – ଅଧା କପ

ଭିଟାମିନ –ଇ ତେଲ – ୧ ଚାମଚ

ଏଶ୍ନେସିୟଲ ତେଲ – ୧ ଚାମଚ

ପ୍ରଥମେ ଷ୍ଟ୍ରବେରିକୁ କାଟି ଦିଅନ୍ତୁ। ତାପରେ ତାକୁ ଭଲ ଭାବେ ପେଷି ଦିଅନ୍ତୁ। ତାକୁ ଏକ ପାତ୍ରକୁ କାଢି ଦିଅନ୍ତୁ। ତାପରେ ଗ୍ୟାସ ଲଗାଇ ଏକ ପାତ୍ର ବସାଇ ସେଥିରେ ନଡିଆ ତେଲ ଗରମ କରନ୍ତୁ। ସେଥି​‌ରେ ପେଷି ଥିବା ଷ୍ଟ୍ରବେରିକୁ ପକାଇ କିଛି ସମୟ ଘାଣ୍ଟନ୍ତୁ। ତେଲ ଗୋଲାପୀ ରଙ୍ଗ ହୋଇଗଲା ପରେ ସେଥିରେ କେସାଇଲ ସାବୁନ ମିଶାଇ ଗ୍ୟାସ ବନ୍ଦ କରି ଦିଅନ୍ତୁ।

ମିଶ୍ରଣଟି ଥଣ୍ଡା ହୋଇଯିବା ପରେ ସେଥିରେ ଭିଟାମିନ-ଇ କ୍ୟାପସୁଲକୁ କାଟି ମିଶାଇ ଦିଅନ୍ତୁ। ତାପରେ ସେଥିରେ ଏଶ୍ନେସିୟଲ ତେଲ ମିଶାନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ବଡି ୱାଶ। ଏହାକୁ ଏକ ଶୁଖିଲା ବୋତଲରେ ଭର୍ତ୍ତି କରି ଦିଅନ୍ତୁ। ମନେ ରଖନ୍ତୁ ଏହାକୁ ସର୍ବଦା ଥଣ୍ଡା ଓ ଶୁଖିଲା ସ୍ଥାନରେ ରଖିବା ଉଚିତ। ଯେବେ ବି ବଡି ୱାଶ ବ୍ୟବହାର କରୁଛନ୍ତି ସେତେବେଳେ ବୋତଲଟିକୁ ଭଲ ଭାବେ ହଲାଇ ଦିଅନ୍ତୁ।

ଏହି ବଡି ୱାଶ ବ୍ୟବହାର କରିବା ଦ୍ବାରା ଆପଣଙ୍କ ଚର୍ମକୁ ପୋଷଣ ମିଳିଥାଏ। ଏହା ଚର୍ମରୁ ମୃତକୋଷିକା ଗୁଡିକୁ ବାହାର କରିବାରେ ସହାୟକ ହୋଇଥାଏ। ଏହାସହ ଆଖି ସୁସ୍ଥ ରହିଥାଏ। ଯେଉଁ ମାନଙ୍କର ବ୍ରଣ ସମସ୍ୟା ରହିଛି ସେମାନେ ଏହାକୁ ବ୍ୟବହାର କରିବା ଲାଭଦାୟକ ହୋଇଥାଏ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories