www.samajalive.in
Thursday, December 11, 2025
18.1 C
Bhubaneswar

ଦାଦନ ଖଟିବାକୁ ଯାଇ ଫେରିଲା ମୃତ ଦେହ, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ପାଳଲହଡା : ଅନୁଗୁଳ ଜିଲା ପାଳଲହଡା ବ୍ଲକ ଅନ୍ତର୍ଗତ ମୁକ୍ତାପୁର ଗ୍ରାମରେ ଦାଦନ ଖଟିବାକୁ ଯାଇ ଜଣେ ନାବାଳକର ମୃତଦେହ ଘରକୁ ଫେରିଥିବା ଜଣାପଡିଛି। ଲୋକମାନେ କ୍ଷତିପୂରଣ ଦାବୀରେ ୩ଘଣ୍ଟା ଧରି ୪୯ ନମ୍ବର ଜାତୀୟ ରାଜପଥ ଅବରୋଧ କରିଥିଲେ।
ସୂଚନା ଅନୁଯାୟୀ, ମୁକ୍ତାପୁର ଗ୍ରାମର ଗରୀବ ଆଦିବାସୀ ବାପ ମାଆ ଛେଉଣ୍ଡ ୧୨ବର୍ଷର ନାବାଳକ ସୁଶାନ୍ତ ନାୟକ ଦୁଇ ମାସ ପୂର୍ବେ ଦାଦନ ଖଟିବାକୁ କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଅନ୍ତର୍ଗତ ରୁଗୁଡିହି ସ୍ଥିତ ସିଂ ଷ୍ଟୋନ କ୍ରସରରେ କାମ କରିବାକୁ ଯାଇଥିବା ବେଳେ ଗତକାଲି ହଠାତ ତାର ମୃତଦେହ ପାଳଲହଡା ଡାକ୍ତରଖାନାକୁ ଆସିଥିଲା। ତେବେ ତାର ପରିବାରରେ କେହି ପାଠ ପଢି ନଥିବାରୁ କ୍ଷତିପୂରଣ ବାବଦରେ ୧୦ହଜାର ଟଙ୍କା ପାଳଲହଡା ପୁଲିସ ସହାୟତାରେ ପ୍ରଦାନ କରି ଶବକୁ ପୋଷ୍ଟମୋର୍ଟମ କରି ହସ୍ତାନ୍ତର କରାଯାଇଥିଲା । ଗତକାଲି ଠାରୁ ନାବାଳକକୁ ହତ୍ୟା କରାଯାଇଥିବା ପ୍ରତିବାଦରେ ଶବକୁ ଦାହ ନକରି ବୁଧବାର ହଠାତ ୪୯ନମ୍ବର ଜାତୀୟ ରାଜପଥ ଉପରେ ଶବ ରଖି ତଦନ୍ତ ଦାବୀରେ ଧାରଣାରେ ବସିଥିଲେ। ଦୀର୍ଘ ତିନି ଘଣ୍ଟା ପରେ ପାଳଲହଡା ପୁଲିସ ଓ ତେଲକୋଇ ପୁଲିସର ମିଳିତ ସହାୟତାରେ ରାସ୍ତା ରୋକ ହଟିଥିଲା ସତ ହେଲେ ହତ୍ୟା କାରିକୁ ଗିରଫ ଦାବୀରେ ଏପର୍ଯ୍ୟନ୍ତ ରାସ୍ତା କଡରେ ଶବକୁ ରଖି ଶତାଧିକ ସ୍ଥାନୀୟ ଗ୍ରାମବାସୀ ବସି ରହିଥିବା ଦେଖା ଯାଇଛି। ଘଟଣା ସ୍ଥଳରେ ଉତ୍ତେଜନା ଥିବାରୁ ପୁଲିସ ପକ୍ଷରୁ କଡା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

Hot this week

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

Related Articles

Popular Categories