ମୋହନା : ଗଜପତି ଜିଲା ଅଡବା ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ବଳାତ୍କାର କରିଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ, ଗତ ଅଗଷ୍ଟ ମାସରେ ଅଡବା ଥାନା ଅନ୍ତର୍ଗତ ମିଂଜାପଙ୍କା ଗାଁର ସୁରେନ୍ଦ୍ର ମଲ୍ଳିକ ନାମକ ଜଣେ ଯୁବକ ସେହି ଅଞ୍ଚଳର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ବିବାହ କରିବାର ପ୍ରଲୋଭନ ଦେଖାଇ ଯୁବତୀକୁ ବ୍ରହ୍ମପୁର ଲଜରେ ରଖି ବାରମ୍ବାର ଶାରିରୀକ ସମ୍ପର୍କ ରଖିଥିଲା। ଯୁବତୀ ଜଣଙ୍କ ଗର୍ଭବତୀ ହେବା ପରେ ଯୁବକ ଜଣକ ଜାଣିପାରି ଆଉ ଯୁବତୀ ସହ ସମ୍ପର୍କ ନରଖି ଫେରାର ହୋଇଯାଇଥିଲା। ପରେ ପରିବାର ଲୋକ ଘଟଣା ସମ୍ପର୍କରେ ଜାଣିବା ପରେ ଗାଁରେ ସଭା କରି ଯୁବକର ପରିବାର ଲୋକଙ୍କ ସହ ଆଲୋଚନା କରି ଉଭୟଙ୍କୁ ବିବାହ କରାଇବା ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ଯୁବକ ପରିବାର ପକ୍ଷରୁ କୌଣସି ପ୍ରକାର ଗୁରୁତ୍ୱ ଦେଇନଥିଲେ। ପରେ ଯୁବକଙ୍କ ସହ ଫୋନ ମାଧ୍ୟମରେ ଯୋଗାଯୋଗ କରିବା ପାଇଁ ବାରମ୍ବାର ଚେଷ୍ଠା କରିଥିଲେ ମଧ୍ୟ ଯୁବକର ଫୋନ ସୁଇଚ୍ ଅଫ ରଖିଥିବା ପିଡୀତାଙ୍କ ପିତା କହିଛନ୍ତି। ବର୍ତ୍ତମାନ ଯୁବତୀ ୭ ମାସ ଗର୍ଭବତୀ ହୋଇଥିବା ବେଳେ ସେ ନିରାଶ ହୋଇ ନ୍ୟାୟ ପାଇବା ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ବୁଧବାର ପିଡୀତାର ଡାକ୍ତରୀମାଇନା କରାଯାଇ ଉକ୍ତ ଅଭିଯୋଗକୁ ଭିତ୍ତି କରି ପୁଲିସ ୧୫/୧୯ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଥାନା ଅଧିକାରୀ ଅଜୟ ବାରିକ ସୂଚନା ଦେଇଛନ୍ତି।
Popular Categories



