ମଧୁମେହ ରୋଗୀଙ୍କ ପାଇଁ ଖୁବ୍ ଲାଭଦାୟକ ଡାଲଚିନି
ଆଜିକାଲି ମଧୁମେହ ରୋଗୀଙ୍କ ସଂଖ୍ୟା ବଢିବାରେ ଲାଗିଛି। ପ୍ରାୟ ପ୍ରତ୍ୟେକ ଘରେ ଜଣେ ମଧୁହେମ ରୋଗୀ ନିଶ୍ଚୟ ମିଳିବେ। ଏଥିରୁ ଦୁରେଇ ରହିବା ପାଇଁ ଲୋକେ ଡାକ୍ତରଙ୍କ ପାଖେ ଚିକିତ୍ସିତ ହେବା ସହ ଅନେକ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ହେଲେ କାହାକୁ ସୁଫଳ ମିଳୁଛି ତ ଆଉ କାହାକୁ ମିଳୁନାହିଁ। ତେବେ ଏପରି ଏକ ଘରୋଇ ଉପାୟ ଅଛି ଯାହାକୁ ଆପଣାଇବା ଦ୍ବାରା ମଧୁମେହ ଠାରୁ ଆପଣ ଦୂରେଇ ରହିବେ। ମଧୁମେହ ରୋଗୀଙ୍କ ପାଇଁ ଡାଲଚିନି ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ। ଏହାର ଅନେକ ଔଷଧୀୟ ଗୁଣ ରହିଛି। ପ୍ରତିଦିନ ସକାଳେ ଖଣ୍ଡେ ଡାଲଚିନି ଚୋବାଇ ଖାଇଲେ ମଧୁମେହ ହେବାର ଆଶଙ୍କା କମ୍ ହୋଇଥାଏ ବୋଲି ଆୟୁର୍ବେଦରେ ଉଲ୍ଲେଖ ରହିଛି। ଡାଲଚିନି ଖାଇବା ଦ୍ୱାରା ରକ୍ତାରେ ଶର୍କରା ପରିମାଣ ନିୟନ୍ତ୍ରଣରେ ରହିଥାଏ। ଡାଲଚିନିରେ କ୍ୟାଲସିୟମ୍, ଫାଇବର ଅଧିକ ମାତ୍ରାରେ ଥାଏ। ଏହା ଭୋକ ବଢାଇବାରେ ମଧ୍ୟ ସହାୟକ ହୋଇଥାଏ। ଏକ କପ୍ ପାଣିରେ ଡାଲଚିନି ପାଉଡର ପକାଇ ତାକୁ ଫୁଟାଇ ସେହି ପାଣିକୁ ଛାଣି ପ୍ରତିଦିନ ସକାଳେ ପିଇବା ଦ୍ବାରା ଅନେକ ସୁଫଳ ମିଳିଥାଏ। ମାତ୍ର ଧ୍ୟାନ ରଖିବେ ଯେ ଡାଲଚିନି ପାଉଡର ଅଳ୍ପମାତ୍ରାରେ ସେବନ କରିବା ଆବଶ୍ୟକ। କାରଣ ଅଧିକ ମାତ୍ରାରେ ଡାଲଚିନି ପାଉଡର ରକ୍ତରେ ଶର୍କରା ସ୍ତରକୁ ଅତ୍ୟଧିକ କମାଇ ଦେଇଥାଏ। ଫଳରେ ଏହା ଶରୀର ପାଇଁ ହାନିକାରକ ସାବ୍ୟସ୍ତ ହୋଇପାରେ। ତେବେ ପ୍ରତ୍ୟେକଦିନ ୩ ଗ୍ରାମ ଡାଲଚିନି ପାଉଡର ଉଷୁମ ପାଣିରେ ପିଇବା ଦ୍ବାରା ଅନେକ ସୁଫଳ ମିଳିଥାଏ।