www.samajalive.in
Friday, December 5, 2025
26.1 C
Bhubaneswar

କଲାମ ଦ୍ୱୀପରୁ ପୃଥ୍ୱୀ ଡିଫେନ୍ସ ଭେଇକିଲ (ପିଡିଭି) ମିସାଇଲର ସଫଳ ପରୀକ୍ଷଣ

ଧାମରା : ଧାମରା ସ୍ଥିତ କଲାମଦ୍ୱୀପରୁ ବୁଧବାର ଦିନ ୧୧.୧୦ ମିନିଟରେ ପୃଥ୍ୱୀ ଡିଫେନ୍ସ ଭେଇକିଲ ମିସାଇଲର ସଫଳ ପରୀକ୍ଷଣ ହୋଇଯାଇଛି। ପୃଥ୍ୱୀ ଡିଫେନ୍ସ ଭେଇକିଲ ମିସାଇଲ ଉନ୍ନତ ବାୟୁ ରକ୍ଷା କ୍ଷେପଣାସ୍ତ୍ରର ଏକ ସଂସ୍କରଣ ଅଟେ। ଧାମରାରେ ଥିବା କଲାମ ଘାଟିର ୪ ନଂ ଲଞ୍ଚ ପ୍ୟାଡରୁ ଆକାଶ ମାର୍ଗରେ ଏକ ପଏଣ୍ଟ ସ୍ଥିରୀକୃତ ହେବା ପରେ କଲାମ ଘାଟିରୁ ଏହାକୁ ଲକ୍ଷ୍ୟ କରି ପୃଥ୍ୱୀ ଡିଫେନ୍ସ ଭେଇକିଲ ମିସାଇଲକୁ ଛଡା ଯାଇଥିଲା। ଏହି ପିଡିଭି (ପୃଥ୍ୱୀ ଡିଫେନ୍ସ ଭେଇକିଲ ମିସାଇଲ) ନିର୍ଧାରିତ ସମୟରେ ଲକ୍ଷ୍ୟ ଭେଦ କରିଥିଲା ବୋଲି ପ୍ରତିରକ୍ଷା ବିଭାଗ ନିକଟରୁ ସୂଚନା ମିଳିଛି । ଏହି ପରୀକ୍ଷଣ ପାରାଦ୍ୱୀପ ଏବଂ କୋଣାର୍କରେ ଅବସ୍ଥାପିତ ରାଡାରରେ ଏହାର ଗତିବିଧିକୁ ଲକ୍ଷ୍ୟ କରାଯାଇଥିଲା । ଫଳରେ ପରୀକ୍ଷଣ ସଫଳ ହୋଇଥିଲା ବୋଲି କାଲାମ ଦ୍ୱୀପରେ ଥିବା ପ୍ରତିରକ୍ଷା ବିଭାଗର ବରିଷ୍ଠ କର୍ମକର୍ତା ସୂଚନା ଦେଇଥିଲେ। ଏହି ପୃଥ୍ୱୀ ଡିଫେନ୍ସ ଭେଇକିଲ (ପିଡିଭି) ମିସାଇଲର ଓଜନ ୪୪୦୦ କେଜି ହୋଇଥିବା ବେଳେ ଲମ୍ବ ୯ମିଟର ଏବଂ ଓସାର ୧୧୦ ସେ.ମି ଅଟେ। ଏହାର ଗତି ଘଣ୍ଟାକୁ ୫୪,୨୦୦କି.ମି ଥିବାବେଳେ ଏହା ୩ ଶହ କି.ମି ଦୂରତା ଅତିକ୍ରମ କରିବା ସହ ଏହି ମିସାଇଲ ଏକ ପର୍ଯ୍ୟାୟ ବିଶିଷ୍ଟ କଠିନ ଇନ୍ଧନ ଦ୍ୱାରା ଚାଳିତ। ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଦ୍ୱାରା ଭାରତ ଡାଇନାମିକ୍ସ ଲିମିଟେଡ ଦ୍ୱାରା ନିର୍ମିତ ଅଟେ। ଏହି ମିସାଇଲ ଆନ୍ତଃମହାଦେଶୀୟ ବାଲିଷ୍ଟିକ କ୍ଷେପଣାସ୍ତ୍ର ହୋଇଥିବାରୁ ଏହା ଅନ୍ୟ ଶତ୍ରୁ ରାଜ୍ୟରୁ ଆସୁଥିବା ସମସ୍ତ କ୍ଷେପଣାସ୍ତ୍ର ଗୁଡିକୁ ଖୁବ ସହଜରେ ମୁକାବିଲା କରିବା ସହ ଧ୍ୱଂସ କରିପାରିବ ବୋଲି ବିଭାଗୀୟ ଅଧିକାରୀମାନେ ସୂଚନା ଦେଇଛନ୍ତି। ଡିଫେନ୍ସ ଭେଇକିଲ ମିସାଇଲ ପରୀକ୍ଷଣ ସମୟରେ ବହୁ ବରିଷ୍ଠ ବୈଜ୍ଞାନିକଙ୍କ ସମେତ ବହୁ ପଦାଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories