www.samajalive.in
Saturday, December 13, 2025
26.1 C
Bhubaneswar

ନିର୍ବାଚନ ନ ଲଢ଼ିବାକୁ କୁହାଯାଇଛି: ଜୋଷୀ

ନୂଆଦିଲ୍ଲୀ: ବରିଷ୍ଠ ବିଜେପି ନେତା ମୁରଲୀ ମନୋହର ଜୋଷୀ ଏଥର ନିର୍ବାଚନ ଲଢିବେ ନାହିଁ। ଏ କଥା ଜୋଷୀ ନିଜେ କହିଛନ୍ତି। ମଙ୍ଗଳବାର ଜୋଷୀ ତାଙ୍କ ସମର୍ଥକଙ୍କ ନିକଟକୁ ଚିଠି ଲେଖି ଏ କଥା ଜଣାଇଛନ୍ତି। ସମର୍ଥକଙ୍କ ଲେଖିଥିବା ଚିଠିରେ ଜୋଷୀ ଲେଖିଛନ୍ତି ଯେ ଦଳ ତାଙ୍କୁ ନିର୍ବାଚନ ନ ଲଢିବା ଲାଗି କହିଛି। ବିଜେପି ସଂଗଠନ ସମ୍ପାଦକ ରାମ ଲାଲ ତାଙ୍କୁ କାନପୁର କିମ୍ବା ଅନ୍ୟ କୌଣସି ଠାରୁ ନିର୍ବାଚନ ନ ଲଢିବାକୁ କହିଛନ୍ତି। ଜୋଷୀଙ୍କ ସହିତ ଅନ୍ୟତମ ବରିଷ୍ଠ ନେତା ଲାଲକୃଷ୍ଣ ଆଡୱାଣୀ, ବିସି ଖଣ୍ଡୁରୀ, କାରିଆ ମୁଣ୍ଡା, କଲରାଜ ମିଶ୍ର ଓ ବିଜୟ ଚକ୍ରବର୍ତ୍ତୀଙ୍କୁ ବିଜେପି ଏଥର ନିର୍ବାଚନ ଲଢିବା ଲାଗି ଟିକଟ ଦେଇ ନାହିଁ। ୨୦୦୯ରେ ଜୋଷୀ ବାରାଣସୀ ଆସନରୁ ବିଜୟ ହୋଇଥିଲେ। ୨୦୧୪ରେ ଏହି ଆସନକୁ ସେ ନରେନ୍ଦ୍ର ମୋଦୀଙ୍କୁ ଛାଡିଥିଲେ। ଫଳରେ ଜୋଷୀ କାନପୁର ଆସନରୁ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories