www.samajalive.in
Monday, December 8, 2025
27.1 C
Bhubaneswar

ବଳଦକୁ ଧକ୍କା ଦେଲା ସ୍କୁଟି ; ଶିକ୍ଷୟିତ୍ରୀ ପତ୍ନୀ ମୃତ, ସ୍ବାମୀ ଗୁରୁତର

ପାଟଣା : ତୁରୁମୁଙ୍ଗା ଥାନା ଅଞ୍ଚଳ ସାହାରପଡା ବ୍ଲକ ଅନ୍ତର୍ଗତ ବିଲା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଛି। ସୂଚନା ଅନୁସାରେ ସଡକ ପାର ହେଉଥିବା ଏକ ବଳଦ ସହ ଘରକୁ ଫେରୁଥିବା ଶିକ୍ଷକ ଦମ୍ପତିଙ୍କ ସ୍କୁଟି ଧକ୍କା ଦେବାରୁ ଶିକ୍ଷୟିତ୍ରୀ ଥିବା ପତ୍ନୀ ଶ୍ରୀମତୀ ଯଜାତୀ ମହାନ୍ତ (୫୩)ଙ୍କର ମୃତ୍ୟୁ ଘଟିଥିବା ବେଳେ ସ୍ବାମୀ ଅବସରପ୍ରାପ୍ତ ଶିକ୍ଷକ ରତ୍ନାକର ମହାନ୍ତ (୬୦) ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ରତ୍ନାକରଙ୍କୁ କରଞ୍ଜିଆ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି ।
ଉଭୟ ଶିକ୍ଷକ ଦମ୍ପତି ସ୍କୁଟି ଯୋଗେ ନିଜ ଗ୍ରାମ ଖଜିରାପାଟ ପଞ୍ଚାୟତ ରାମପୁର ଗ୍ରାମକୁ ଫେରୁଥିବା ସମୟରେ ବିଲା ଛକ ନିକଟରେ ତାଙ୍କର ଏକ ବଳଦ ସହ ଧକ୍କା ହୋଇଥିଲା । ମୃତ ଶିକ୍ଷୟିତ୍ରୀ ସାହାରପଡା ବ୍ଲକ ଗୁଣ୍ଡୁରିପଶି ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଥିଲେ । ଘଟଣାସ୍ଥଳରୁ ଉଦ୍ଧାର କରି କରଞ୍ଜିଆ ଉପଖଣ୍ଡ ଡାକ୍ତରଖାନା ନେବା ବାଟରେ ତାଙ୍କର ମୃତ୍ୟୁ ଘଟିଛି । ବିଦ୍ୟାଳୟରୁ ପତ୍ନୀକୁ ନେଇ ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିବା ବେଳେ ତୁରୁମୁଙ୍ଗା ପୋଲିସ ଘଟଣାର ତଦନ୍ତ କରୁଛି ।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories