www.samajalive.in
Tuesday, December 9, 2025
15.1 C
Bhubaneswar

ମୁମ୍ବଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ହଟିଲେ ସଞ୍ଜୟ ନିରୁପମ, ମିଲିନ୍ଦ ଦେଓଡାଙ୍କୁ ମଳିଲା ଦାୟିତ୍ୱ

ମୁମ୍ବଇ : ନିଜ ବୟାନକୁ ନେଇ ପ୍ରାୟ ସମୟ ଖବରକାଗଜ ପୃଷ୍ଠା ମଣ୍ଡନ କରୁଥିବା ସଞ୍ଜୟ ନିରୁପମଙ୍କୁ ସୋମବାର ମୁମ୍ବଇ କଂଗ୍ରେସ ଅଧ୍ୟକ୍ଷ ପଦରୁ ବିଦା କରାଯାଇଛି। ତାଙ୍କ ସ୍ଥାନରେ ମିଳିନ୍ଦ ଦେଓଡ଼ାଙ୍କୁ ଅଧ୍ୟକ୍ଷ ଦାୟିତ୍ୱ ମିଳିଛି। ମିଲିନ୍ଦ ଦେଓଡ଼ା ୟୁପିଏ ସରକାରରେ ଟେଲିକମ, ଆଇଟି ମନ୍ତ୍ରୀ ପଦରେ ଥିଲେ। କଂଗ୍ରେସ ପକ୍ଷରୁ ପ୍ରକାଶିତ ଲୋକସଭା ପ୍ରାର୍ଥୀଙ୍କ ତାଲିକାରେ ସଞ୍ଜୟ ନିରୁପମଙ୍କ ନାମ ରହିଛି। ତାଙ୍କୁ ଉତ୍ତର-ପୂର୍ବ ମୁମ୍ବଇରୁ ଟିକେଟ ଦିଆଯାଇଛି। କଂଗ୍ରେସ ପକ୍ଷରୁ ୨୬ ଜଣ ଲୋକସଭା ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। ଏଥିରେ ପ୍ରଥମ ନାମ ଭାବେ ସଞ୍ଜୟ ନିରୁପମଙ୍କୁ ମୁମ୍ବଇ ଉତ୍ତର-ପଶ୍ଚିମ ଲୋକସଭା ଆସନରୁ ପ୍ରାର୍ଥୀ କରାଯାଇଛି। ଏହା ପୂର୍ବରୁ ସଞ୍ଜୟ ନିରୁପମ ମୁମ୍ବଇ ଉତ୍ତର ଲୋକସଭା ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଏପର୍ଯ୍ୟନ୍ତ ସେ ମୁମ୍ବଇ କଂଗ୍ରେସ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଥିଲେ। ସଞ୍ଜୟ ନିରୁପମ ଥରେ ଶିବସେନା ଓ ଥରେ କଂଗ୍ରେସ ପକ୍ଷରୁ ରାଜ୍ୟସଭାକୁ ଯାଇଥିଲେ। କିଛି ଦିନ ତଳେ ସଞ୍ଜୟ ଏବଂ ମିଲିନ୍ଦଙ୍କ ମଧ୍ୟରେ ମତଭେଦ ସୃଷ୍ଟି ହୋଇଥିବାର ଖବର ମିଳିଥିଲା। କୁହାଯାଉଥିଲା ମୁମ୍ବଇ କଂଗ୍ରେସର ଅନେକ ବଡ଼ ନେତା ସଞ୍ଜୟ ନିରୁପମଙ୍କୁ ଅଧ୍ୟକ୍ଷ ପଦରୁ ହଟାଇବାକୁ ଦାବି କରିଆସୁଥିଲେ। ଫଳ ସ୍ୱରୁପ ସଞ୍ଜୟଙ୍କୁ ଏହି ପଦରୁ ବିଦା କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories