www.samajalive.in
Thursday, December 11, 2025
16.1 C
Bhubaneswar

ଟୁମ୍‌କୁର୍‌ରୁ ପ୍ରାର୍ଥୀ ହେବେ ଦେବେଗୌଡ଼ା

ବେଙ୍ଗାଲୁରୁ: କିଛି ସପ୍ତାହର କଳ୍ପନାଜଳ୍ପନା ପରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ. ଡି. ଦେବେଗୌଡାଙ୍କ ପ୍ରାର୍ଥିତ୍ବକୁ ନେଇ ଚିତ୍ର ସ୍ପଷ୍ଟ ହୋଇଛି। ଦେବେଗୌଡା କର୍ଣ୍ଣାଟକର ଟୁମ୍‌କୁର୍‌ ଲୋକସଭା ଆସନରୁ ନିର୍ବାଚନ ଲଢିବେ ବୋଲି ସ୍ଥିର ହୋଇଛି। ସେ ଉଭୟ ଜେଡିଏସ୍‌ ଏବଂ କଂଗ୍ରେସର ମିଳିତ ପ୍ରାର୍ଥୀ ଭାବେ ନିର୍ବାଚନ ଲଢିବେ ବୋଲି ତାଙ୍କ ଦଳ ଜେଡିଏସ୍‌ ପକ୍ଷରୁ କୁହାଯାଇଛି। ସେ ଗତ ସପ୍ତାହରେ ତାଙ୍କ ନିର୍ବାଚନମଣ୍ଡଳୀ ଦକ୍ଷିଣ କର୍ଣ୍ଣାଟକର ହାସନରୁ ନିଜ ନାତି ପ୍ରଜ୍ବଳ ରେବଣାଙ୍କୁ ପ୍ରାର୍ଥୀ ଘୋଷଣା କରିଥିଲେ। ଜେଡିଏସ୍‌ ନିକଟରେ ଥିବା ଅନ୍ୟ ଏକ ଲୋକସଭା ଆସନ ମାନ୍ଦ୍ୟାରୁ ଦେବେଗୌଡା ତାଙ୍କର ଆଉ ଜଣେ ନାତି ତଥା କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ. ଡି କୁମାରସ୍ବାମୀଙ୍କ ପୁଅ ନିଖିଳ କୁମାରସ୍ବାମୀଙ୍କୁ ପ୍ରାର୍ଥୀ ଘୋଷଣା କରିଛନ୍ତି। ପ୍ରଜ୍ବଳ ଇତିମଧ୍ୟରେ ତାଙ୍କ ପ୍ରାର୍ଥିପତ୍ର ଦାଖଲ କରିଥିବାବେଳେ ସେଥିରେ ନିଜର ମୋଟ ସ୍ଥାବର ସମ୍ପତ୍ତି ପରିମାଣ ୧,୬୪,୮୬,୬୩୨ ଟଙ୍କା ଓ ୧୫ ଲକ୍ଷ ନଗଦ ଟଙ୍କା ଘୋଷଣା କରିଛନ୍ତି। ତାଙ୍କ ନିକଟରେ କାର ନ ଥିବାବେଳେ ଏକ ଟ୍ରାକ୍ଟର ଓ ୨୦ଟି ଗୋରୁଥିବା ସେ ଦର୍ଶାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories