www.samajalive.in
Saturday, December 13, 2025
26.1 C
Bhubaneswar

ଆସ୍ଥା ଭୋଟ ଜିତିଲେ ଗୋଆ ମୁଖ୍ୟମନ୍ତ୍ରୀ

ଗୋଆ: ମନୋହର ପାରିକରଙ୍କ ବିୟୋଗ ପରେ ଗୋଆର ନୂଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ ବୁଧବାର ବିଧାନସଭାରେ ଆସ୍ଥା ଭୋଟ ଜିତିଛନ୍ତି। ସାୱନ୍ତ ବିଧାନସଭାରେ ନିଜ ସପକ୍ଷରେ ଥିବା ବହୁମତ ସାବ୍ୟସ୍ତ କରିଛନ୍ତି। ସରକାରଙ୍କ ସପକ୍ଷରେ ୨୦ ବିଧାୟକ ଭୋଟ ଦେଇଥିଲାବେଳେ ୧୫ ଜଣ ବିଧାୟକ ବିପକ୍ଷରେ ଭୋଟ ଦେଇଥିଲେ। ଏଥିରେ ବିଜେପିର ୧୧ ବିଧାୟକ ଥିବାବେଳେ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି(ଏମଜିପି)ର ୩, ଗୋଆ ଫରୱାର୍ଡ ପାର୍ଟିର ୩ ଏବଂ ୩ ଜଣ ସ୍ବାଧୀନ ବିଧାୟକ ସାମିଲ ଥିଲେ।

ଗୋଆରେ ବିଜେପି ମେଣ୍ଟ ସରକାର ଗଢ଼ିଥିବାରୁ ପାରିକରଙ୍କ ମୃତ୍ୟୁ ପରେ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିବାକୁ ରାଜ୍ୟାପାଳଙ୍କ ନିକଟରେ ଦାବି କରିଥିଲା। କିନ୍ତୁ ବିଜେପି ମେଣ୍ଟ ସହଯୋଗୀ ଦଳଗୁଡ଼ିକୁ ମନାଇବାକୁ ଚେଷ୍ଟା କରିଥିଲା। କିଏ ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ ଅନେକ ଆଲୋଚନା ପର୍ଯ୍ୟାଲୋଚନା ହେବା ପରେ ଶେଷରେ ବିଜେପି ପକ୍ଷରୁ ବାଚସ୍ପତି ପ୍ରମୋଦ ସାୱନ୍ତଙ୍କ ନାମ ଚୂଡ଼ାନ୍ତ କରାଯାଇଥିଲା। ସୋମବାର ବିଳମ୍ବିତ ରାତିରେ ସାୱନ୍ତ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବା ସହ ମଙ୍ଗଳବାର ସକାଳେ ରାଜ୍ୟପାଳଙ୍କୁ ଭେଟି ବିଧାନସଭାରେ ବହୁମତ ପ୍ରମାଣ କରିବାକୁ ଆବେଦନ କରିଥିଲେ। ଏହାପରେ ରାଜ୍ୟପାଳ ବିଧାନସଭାରେ ବୁଧବାର ସ୍ବତନ୍ତ୍ର ଅଧିବେଶନ ଡକାଇଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories