ଟିଡିପି ଛାଡିଲେ ନାମା ନାଗେଶ୍ବର ରାଓ

0

ହାଇଦରାବାଦ : ଶିଳ୍ପପତିରୁ ରାଜନେତା ହୋଇଥିବା ନାମା ନାଗେଶ୍ବର ରାଓ ମଙ୍ଗଳବାର ତେଲୁଗୁ ଦେଶମ ପାର୍ଟି (ଟିଡିପି)ରୁ ଇସ୍ତଫା ଦେଇଛନ୍ତି। ୧୧୩ କୋଟି ଟଙ୍କା ସମ୍ପତ୍ତିର ମାଲିକ ତଥା ଦେଶର ଅନ୍ୟତମ ଧନୀ ରାଜନେତା ଭାବେ ସେ ପରିଚିତ। ୨୦୦୯ ଓ ୨୦୧୪ରେ ସେ ଖାମାମ୍ ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ପ୍ରତିନିଧିତ୍ବ କରିଥିଲେ। ତେଲଙ୍ଗାନା ବିଧାନସଭା ନିର୍ବାଚନରେ ସେ ଟିଆରଏସ୍ ଟିକଟରେ ଲଢି ହାରି ଯାଇଥିଲେ। ଏବେ ସେ ଟିଆରଏସରେ ଯୋଗଦେବାର ସମ୍ଭାବନା ରହିଛି।

Leave A Reply