www.samajalive.in
Thursday, December 11, 2025
15.1 C
Bhubaneswar

ଆତଙ୍କବାଦ ମାମଲାରେ ଗିରଫ ସ୍କୁଲ ଶିକ୍ଷକଙ୍କର ହାଜତ ମୃତ୍ୟୁ

ଶ୍ରୀନଗର : ଆତଙ୍କବାଦୀ କାର୍ଯ୍ୟ ଅଭିଯୋଗରେ ଗିରଫ ହୋଇଥିବା ଜଣେ ସ୍କୁଲ ଶିକ୍ଷକଙ୍କର ସୋମବାର ରାତିରେ ହାଜତରେ ମୃତ୍ୟୁ ହୋଇଛି। ମୃତ ଶିକ୍ଷକ ହେଉଛନ୍ତି ଜାମ୍ମୁ-କାଶ୍ମୀର ପୁଲୱାମା ଜିଲା ଅବନ୍ତୀପୁରର ରିଜୱାନ ପଣ୍ଡିତ (୨୮)। ଶିକ୍ଷକଙ୍କ ହାଜତ ମୃତ୍ୟୁକୁ ନେଇ ପୁଲୱାମା ସହରରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ରାଜ୍ୟ ସରକାର ଏହାର ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛନ୍ତି। ପୁଲିସର ଅନୁରୋଧ କ୍ରମେ ସାଧାରଣ ପ୍ରଶାସନ ବିଭାଗ ସିଆରପିସି ଧାରା ୧୭୬ ଅନୁଯାୟୀ ବିଚାର ବିଭାଗୀୟ ତଦନ୍ତ ନିର୍ଦେଶ ଦେଇଛି। ଶିକ୍ଷକଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ମାତ୍ରେ ଅବନ୍ତୀପୁର ଅଞ୍ଚଳରେ ବିକ୍ଷୋଭ ଦେଖାଯାଇଥିଲା। ବିକ୍ଷୋଭକାରୀମାନେ ସୁରକ୍ଷାକର୍ମୀଙ୍କ ଉପରକୁ ଟେକା, ପଥର ମାଡ କରିଥିଲେ। ନ୍ୟାସନାଲ କନଫରେନ୍ସ ଉପାଧ୍ୟକ୍ଷ ଓମାର ଅବଦୁଲ୍ଲା ଏହି ଘଟଣାକୁ ନିନ୍ଦା କରିବା ସହିତ ଦୋଷୀଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି। ସେହିପରି ପିଡିପି ମୁଖ୍ୟ ମେହବୁବା ମୁଫତି ଘଟଣାକୁ ନିନ୍ଦା କରିଛନ୍ତି। ମେହବୁବା କହିଛନ୍ତି ଯେ କେନ୍ଦ୍ର ସରକାରଙ୍କ ଦମନଲୀଳା ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଦୁର୍ବିସହ ହୋଇପଡିଛି। ନିରୀହ ଲୋକଙ୍କୁ ଜେରା ନିମନ୍ତେ ଘରୁ ଉଠାଇ ନିଆଯାଉଛି। ଫେରିଲା ବେଳକୁ ସେମାନଙ୍କ କଫିନ ଫେରୁଛି। ଦଳର ଅନ୍ୟତମ ନେତା ନଇମ ଅଖତାର କହିଛନ୍ତି ଯେ ରାଜ୍ୟପାଳ ସତ୍ୟପାଲ ମଲିକ ଏହା ଉପରେ ସ୍ପଷ୍ଟୀକରଣ ଦେବା ଦରକାର।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories