www.samajalive.in
Saturday, December 13, 2025
14.1 C
Bhubaneswar

ପାଣି ପାଇଁ ରାସ୍ତାକୁ ଓଲ୍ଲାଇଲେ ମହିଳା

ବାଂଶପାଳ : କେନ୍ଦୁଝର ଜିଲା ବାଂଶପାଳ ବ୍ଲକ ଅନ୍ତର୍ଗତ ନୟାକୋଟ ଗ୍ରାମରେ ମଙ୍ଗଳବାର ପାଣି ପାଇଁ ମହିଳାମାନେ ରାସ୍ତାକୁ ଓହ୍ଲାଇଥିବା ଜଣାପଡିଛି। ସୂଚନା ମୁତାବକ, ଏହି ଗ୍ରାମରେ ପାନୀୟ ଜଳ ସମସ୍ୟା ଦିନକୁ ଦିନ ବଢି ଚାଲିଛି। ଏ ନେଇ ବାରମ୍ବାର ବ୍ଲକ ପ୍ରଶାସନଠୁ ଜିଲା ପ୍ରଶାସନ ପର୍ଯ୍ୟନ୍ତ ଗ୍ରାମବାସୀ ମାନେ ଅଭିଯୋଗ କରିଥିଲେ ମଧ୍ୟ ଗ୍ରାମରେ ଜଳ କଷ୍ଟ ଦିନକୁ ଦିନ ବୃଦ୍ଧି ପାଉଛି । ସରକାର ଗ୍ରାମାଞ୍ଚଳରେ ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ ଅନେକ ଯୋଜନା କରିଥିଲେ ମଧ୍ୟ ଏହି ଗ୍ରାମକୁ ଅପହଞ୍ଚ ହୋଇ ରହିଥିବା ଅଭିଯୋଗ ହୋଇଛି । ପିଇବା ପାଇଁ ପାଣି ନ ମିଳିବାରୁ ଗ୍ରାମବାସୀ ମାନେ କୂଅ ପୋଖରୀରୁ ପିଇବା ପାଣି ସଂଗ୍ରହ କରିବାକୁ ବାଧ୍ୟ ହେଉଛନ୍ତି। ଯାହା ଫଳରେ ଗ୍ରାମର ଲୋକମାନେ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା ସହ କିଛି ଲୋକଙ୍କ ଜୀବନ ମଧ୍ୟ ଯାଉଛି ।

ଏନେଇ କିଛି ଦିନ ହେବ ପାଞ୍ଚାୟତର ସରପଞ୍ଚଙ୍କୁ ଅବଗତ କରିଥିଲେ ମଧ୍ୟ ସେ କୌଣସି ପଦକ୍ଷେପ ନେଉନଥିବାରୁ ମଙ୍ଗଳବାର ଗ୍ରାମର ମହିଳା ମାନେ ସକାଳୁ ସକାଳୁ ପଞ୍ଚାୟତ ସାମ୍ନାରେ ମାଣ୍ଡିଆ, ଗରା ଧରି ଶୁଆକାଠି ଦୁବୁନା ରାସ୍ତା ଅବରୋଧ କରିବା ସହ ରାସ୍ତା ଉପରେ ବସିରହିଥିଲେ । ଯାହା ଫଳରେ ରାସ୍ତାରେ ଯିବା ଆସିବା କରୁଥିବା ଯାତ୍ରୀ ଵାହୀ ବସ୍ ଓ ଅନେକ ଗାଡି ମଟର ଅସୁବିଧାରେ ସମ୍ମୁଖିନ ହେବା ସହ ଅଟକି ରହିଥିଲେ । ଖବର ପାଇବା ପରେ ପ୍ରଶାସନ ଘଟଣା ସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ ପାଇଁ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଲୋକମାନେ ସମାଧାନ ନ ହେଲା ପର୍ଯ୍ୟନ୍ତ ଆମେ ଧାରଣାରେ ବସିବୁ ବୋଲି ଚେତାବନୀ ଦେଇଛନ୍ତି । ତେବେ ଲୋକଙ୍କ ମୌଳିକ ଜିନିଷ ପାଣି ଯୋଗାଇ ବାରେ ସରକାର ଆମକୁ ଅଣଦେଖା କରିବା ସହ ପ୍ରଶାସନ ଆମକୁ ଜାଣି ଶୁଣି ହଇରାଣ କରୁଥିବାରୁ ଆଗାମୀ ଦିନରେ ଆମେ ଭୋଟ ବର୍ଜ୍ଜନ କରିବାକୁ ବାଧ୍ୟ ହେବୁ ବୋଲି ଗ୍ରାମର ମହିଳା ମାନେ କହିଛନ୍ତି ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories