www.samajalive.in
Thursday, December 11, 2025
14.1 C
Bhubaneswar

ଆଜି ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପାରିକରଙ୍କ ଶେଷକୃତ୍ୟ ସମ୍ପନ୍ନ ହେବ

ଗୋଆ: ରବିବାର ପରଲୋକ ଗମନ କରିଥିବା ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ। ଅପରାହ୍ନ ୫ଟାରେ ଏସଏଜି ଗ୍ରାଉଣ୍ଡରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହିତ ପାରିକରଙ୍କୁ ବିଦାୟ ଦିଆଯିବ। ପାରିକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଆଜି ରାଷ୍ଟ୍ରୀୟ ଶୋକ ଘୋଷଣା କରାଯାଇଥିବା ବେଳେ ଗୋଆରେ ୭ଦିନିଆ ଶୋକ ପାଳନ କରାଯିବାକୁ ଘୋଷଣା କରଯାଇଛି। ଏଥିସହ ଆଜି ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଜାତୀୟ ପତାକା ଅର୍ଦ୍ଧନମିତ ରହିବ।

ଶେଷକୃତ୍ୟ ସମ୍ପନ୍ନ ହେବା ପୂର୍ବରୁ ପୂର୍ବାହ୍ନରେ ସାଢ଼େ ୧୦ଟା ପର୍ଯ୍ୟନ୍ତ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ମରଶରୀର ରଖାଯିବ। ପରେ କଳା ଏକାଡେମୀକୁ ଶୋଭାଯାତ୍ରାରେ ପାରିକରଙ୍କ ପାର୍ଥିବ ଶରୀର ନିଆଯିବ। ସେଠାରେ ସାଧାରଣ ଦର୍ଶନ ପାଇଁ ବ୍ୟବସ୍ଥା କରାଯାଇଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୪ଟା ଯାଏ ଜନସାଧାରଣ ​‌ଶେଷ ଦର୍ଶନ କରିବେ। ଏହା ପରେ ଶେଷକୃତ୍ୟ ପାଇଁ ଅନ୍ତିମ ଶୋଭାଯାତ୍ରା ଅନୁଷ୍ଠିତ ହେବ। ପାରିକରଙ୍କ ମରଶରୀରକୁ ଏସଏଜି ଗ୍ରାଉଣ୍ଡକୁ ନିଆଯିବା ପରେ ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସଂସ୍କାର କରାଯିବ।

- Advertisement -

ଅନ୍ୟପଟେ ପାରିକରଙ୍କ ବିୟୋଗରେ ସାରା ଦେଶ ମର୍ମାମହ ହୋଇଛି। ମୃତ୍ୟୁ ବେଳକୁ ପାରିକରଙ୍କୁ ୬୩ ବର୍ଷ ହୋଇଥିଲା। ଦୀର୍ଘଦିନ ହେଲା ସେ ପାନକ୍ରିୟାଟିକ କର୍କଟରେ ପୀଡ଼ିତ ଥିଲେ। କିଛିଦିନ ହେଲା ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଦ୍ରୁତ ଅବନ୍ନତି ହୋଇଥିଲା। ପାରିକରଙ୍କ ବିୟୋଗରେ ଆଜି ବିଜେପି ଲୋକ ସଭା ନିର୍ବାଚନକୁ ନେଇ ବସିବାକୁ ଥିବା କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକକୁ ରଦ୍ଦ କରିବା ସହ ସମସ୍ତ ଦଳୀୟ କାର୍ଯ୍ୟକ୍ରମକୁ ବାତିଲ କରିଛି।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories