www.samajalive.in
Thursday, December 11, 2025
14.1 C
Bhubaneswar

ଭାରତରେ ଏବେ ଅଛି ୨୨୯୩ ପଞ୍ଜୀକୃତ ରାଜନୈତିକ ଦଳ

ନୂଆଦିଲ୍ଲୀ : ବଡ଼ରୁ ଛୋଟ ମିଶାଇ ଏବେ ଦେଶରେ ୨୨୯୩ଟି ପଞ୍ଜୀକୃତ ରାଜନୈତିକ ଦଳ ରହିଛି। ଏହି ରାଜନୈତିକ ଦଳଗୁଡ଼ିକ ନିର୍ବାଚନ ଆୟୋଗ ନିକଟରେ ପଞ୍ଜୀକୃତ ହୋଇଛନ୍ତି। ଏଥି ମଧ୍ୟରେ ୭ଟି ମାନ୍ୟତାପ୍ରାପ୍ତ ଜାତୀୟ ଦଳ ଏବଂ ୫୯ଟି ମାନ୍ୟତାପ୍ରାପ୍ତ ଆଞ୍ଚଳିକ ଦଳ ଅଛନ୍ତି। ନିର୍ବାଚନ ପାଖେଇ ଆସିଲେ ଦଳଗୁଡ଼ିକର ପଞ୍ଜୀକରଣ ପ୍ରକ୍ରିୟା ଆରମ୍ଭ ହୋଇଯାଇଥାଏ। ଚଳିତ ଥର ଲୋକସଭା ନିର୍ବାଚନ ପୂର୍ବରୁ ଅନେକ ରାଜନୈତିକ ଦଳ ପଞ୍ଜୀକରଣ ପାଇଁ ନିର୍ବାଚନ ଆୟୋଗ ନିକଟରେ ଆବେଦନ କରିଛନ୍ତି। କେବଳ ଫେବୃଆରୀ ଓ ମାର୍ଚ୍ଚ ମାସ ମଧ୍ୟରେ ୧୪୯ଟି ରାଜନୈତିକ ଦଳ ପଞ୍ଜୀକୃତ ହୋଇଛନ୍ତି। ପଞ୍ଜୀକରଣର ଏହି ପ୍ରକ୍ରିୟା ନିର୍ବାଚନ ତାରିଖ ଘୋଷଣାର ଗୋଟିଏ ଦିନ ପୂର୍ବ ପର୍ଯ୍ୟନ୍ତ ଚାଲିଥିଲା। ତେବେ ଗତବର୍ଷ ନଭେମ୍ବରରୁ ଡିସେମ୍ବର ମାସ ମଧ୍ୟରେ ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲଙ୍ଗାନା, ମିଜୋରମ ଏବଂ ଛତିଶଗଡ଼ ବିଧାନସଭା ନିର୍ବାଚନ ପୂର୍ବରୁ ୫୮ଟି ରାଜନୈତିକ ଦଳ ପଞ୍ଜୀକରଣ କରିଥିଲେ। ଏବେ ନୂଆ ରାଜନୈତି ଦଳ ଭାବେ ଭରୋସା ପାର୍ଟି, ରାଷ୍ଟ୍ରୀୟ ସାଫ ନୀତି ପାର୍ଟି ଏବଂ ସବୁଠୁ ବଡ଼ ପାର୍ଟି ପ୍ରମୁଖ ପଞ୍ଜୀକୃତ ହୋଇଛନ୍ତି। ସେହିପରି ବିହାରର ସୀତାମାଢିରୁ ବହୁଜନ ଆଜାଦ ପାର୍ଟି, ଉତ୍ତରପ୍ରଦେଶର କାନପୁରରୁ ସାମୂହିକ ଏକତା ପାର୍ଟି ଏବଂ ତାମିଲନାଡୁର କୋଏମ୍ବାଟୁରରୁ ନ୍ୟୁ ଜେନେରେସନ ପିପୁଲ୍ସ ପାର୍ଟି ପଞ୍ଜୀକରଣ କରିଛନ୍ତି। ଏହାବାଦ ଅନେକ ପଞ୍ଜୀକୃତ ଅଣମାନ୍ୟତାପ୍ରାପ୍ତ ରାଜନୈତିକ ଦଳ ଅଛନ୍ତି। ଏହି ଦଳ ଗୁଡ଼ିକର ନିଜସ୍ୱ ନିର୍ବାଚନୀ ଚିହ୍ନ ନାହିଁ। ଏହି ଦଳଗୁଡ଼ିକ ନିର୍ବାଚନ ଆୟୋଗ ଦ୍ୱାର ଜାରି ମୁକ୍ତ ନିର୍ବାଚନୀ ଚିହ୍ନରୁ ଗୋଟିଏ ଲେଖାଏଁ ଚିହ୍ନ ବାଛିବେ। ଆୟୋନ ନୂତନ ଭାବେ ୮୪ଟି ନିର୍ବାଚନୀ ଚିହ୍ନ ଜାରି କରିଛି। ଏହି ଦଳଗୁଡ଼ିକର ପ୍ରାର୍ଥୀଙ୍କୁ ପୃଥକ ନିର୍ବାଚନ ମଣ୍ଡଳୀରେ ପୃଥକ ନିର୍ବାଚନୀ ଚିହ୍ନ ମିଳିପାରେ।

Hot this week

ବହୁତ ଶସ୍ତାରେ ବୁଲନ୍ତୁ ୪ଟି ସୁନ୍ଦର ସ୍ଥାନ; ମାତ୍ର ୨୦ହଜାରରେ ୪ଦିନ ବୁଲି ଆସନ୍ତୁ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷରେ କୁଆଡେ ବୁଲିବାକୁ ଯୋଜନା କରୁଛନ୍ତି...

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

Related Articles

Popular Categories