www.samajalive.in
Saturday, December 13, 2025
15.1 C
Bhubaneswar

ବିଜେପିରେ ମିଶିଲେ ଟିଏମ୍‌ସିର ଅର୍ଜୁନ ସିଂହ, କଂଗ୍ରେସର ଟମ ବଡକ୍କନ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ ଦିନ ଥିବାବେଳେ ଦଳବଦଳ ରାଜନୀତି ଜୋର ଧରିଛି। ଏହି କ୍ରମରେ ତୃଣମୂଳ କଂଗ୍ରେସ ନେତା ଅର୍ଜୁନ ସିଂହ ଓ କଂଗ୍ରେସ ନେତା ଟମ ବଡକ୍କମ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି। ଫଳରେ ଉଭୟ ତୃଣମୂଳ କଂଗ୍ରେସ ଓ କଂଗ୍ରେସକୁ ଶକ୍ତ ଧକ୍କା ଲାଗିଛି। ପୁଲୱାମା ଆକ୍ରମଣ ପରେ ଭାରତୀୟ ବାୟୁସେନାର ବାଲାକୋଟ ଆକ୍ରମଣରେ କେତେ ଆତଙ୍କବାଦୀ ପ୍ରାଣ ହରାଇଲେ ବୋଲି ସେମାନଙ୍କ ଦଳ ପକ୍ଷରୁ କରାଯାଇଥିବା ପ୍ରଶ୍ନରେ ବ୍ୟଥିତ ହୋଇ ଏଭଳି ପଦକ୍ଷେପ ଗ୍ରହଣ କରିଥିବା ଉଭୟ ନେତା ଦର୍ଶାଇଛନ୍ତି। ତୃଣମୂଳ କଂଗ୍ରେସଠାରୁ ଟିକଟ ପାଇବାରୁ ବଞ୍ଚିତ ହେବା ପରେ ଦଳୀୟ ନେତା ଅର୍ଜୁନ ସିଂହ ଗୁରୁବାର ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ସାଧାରଣ ସମ୍ପାଦକ କୈଳାସ ବିଜୟଭର୍ଗିୟା ଏବଂ ପଶ୍ଚିମବଙ୍ଗ ବିଜେପି ନେତା ମୁକୁଲ ରଏଙ୍କ ଉପସ୍ଥିତିରେ ଏଠାରେ ସେ ବିଜେପିରେ ସାମିଲ ହେବା ସମ୍ପର୍କରେ ଘୋଷଣା କରିଛନ୍ତି। ବିଜେପି କାର୍ଯ୍ୟାଳୟଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ପୁଲୱାମା ଆକ୍ରମଣ ଘଟଣାକୁ ନେଇ ତୃଣମୂଳ ନେତ୍ରୀ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମନ୍ତବ୍ୟ ତାଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ମନରେ ଜାତୀୟ ସ୍ବାର୍ଥ ରଖୁ ନ ଥିବା ନେତ୍ରୀ ଭୋଟରଙ୍କ ହିତରେ କିଛି କରିପାରିବେ ନାହିଁ ବୋଲି ସେ ଦର୍ଶାଇଛନ୍ତି। ବାରାକପୁରରୁ ୪ ଥର ବିଧାୟକ ନିର୍ବାଚିତ ହୋଇଥିବା ସିଂହ ବିଜେପି ଟିକଟରେ ଟିଏମସି ନେତା ଦିନେଶ ତ୍ରିବେଦୀଙ୍କ ବିରୋଧରେ ଲୋକସଭା ନିର୍ବାଚନ ଲଢିପାରନ୍ତି।
ସେହିଭଳି ବଡକ୍କନ କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେବା ପରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ସାକ୍ଷାତ କରିଛନ୍ତି। ବାଲାକୋର୍ଟ ଆକ୍ରମଣକୁ ନେଇ କଂଗ୍ରେସର ପ୍ରତିକ୍ରିୟା ତାଙ୍କୁ ଶକ୍ତ ଧକ୍କା ଦେଇଛି ବୋଲି ସେ ଦର୍ଶାଇଛନ୍ତି; କିନ୍ତୁ ପୁଲୱାମା ଆକ୍ରମଣ ପରେ ବଡକ୍କନ ନିଜେ ଏକ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମନ୍ତବ୍ୟ ଉପରେ ପ୍ରଶ୍ନ ଉଠାଇଥିଲେ ବୋଲି କଂଗ୍ରେସର ମୁଖ୍ୟ ମୁଖପାତ୍ର ରଣଦୀପ ସୂ​‌େ​‌ର୍ଯ୍ୟୱାଲ କହିଛନ୍ତି।

Hot this week

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ ଦେଲେ ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର - ମାଲକାନାଗିରି ଆଇନ ଶୃଙ୍ଖଳା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ...

Related Articles

Popular Categories