www.samajalive.in
Monday, December 8, 2025
27.1 C
Bhubaneswar

ଗାଧୋଇବା ପାଣିରେ ମିଶାନ୍ତୁ ଏସବୁ ଜିନିଷ, ଦୂର ହେବ ଦୁର୍ଭାଗ୍ୟ

ବେଳେବେଳେ ଯେତେ ଉପଚାର କଲେ ମଧ୍ୟ ଦୁର୍ଭାଗ୍ୟ ପିଛା ଛାଡ଼େନାହିଁ। ଫଳରେ ଆମକୁ ଅନେକ କ୍ଷତି ସହିବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି। ତେବେ ଜ୍ୟୋତିଷ ଶାସ୍ତ୍ରରେ ସବୁ ସମସ୍ୟାର ସମାଧାନର ଉପାୟ ବିଷୟରେ କୁହାଯାଇଛି। ଏହି ଉପାୟକୁ ଆପଣାଇବା ଦ୍ବାରା ସମସ୍ୟା ଦୂର ହେବା ସହ ଜୀବନରେ ସୁଖ ଓ ସମୃଦ୍ଧି ଆସିଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଏପରି କିଛି ଜିନିଷ ଅଛି ଯାହାକୁ ଗାଧୋଇବା ପାଣିରେ ମିଶାଇ ଗାଧୋଇଲେ ଦୁର୍ଭାଗ୍ୟ ସୁବୁଦିନ ପାଇଁ ଆପଣଙ୍କ ପିଛା ଛାଡ଼ି ଚାଲିଯିବ। ତେବେ ଚାଲନ୍ତୁ ଜାଣିବା, ପାଣିରେ କେଉଁ ଜିନିଷ ମିଶାଇ ସ୍ନାନ କଲେ ଦୁର୍ଭାଗ୍ୟ ଦୂର ହୁଏ –

ଚନ୍ଦନ :
ଗୋଟିଏ ପାତ୍ରରେ ପାଣି ନେଇ ସେଥିରେ କିଛି ଚନ୍ଦନ ପକାଇ ସାରାରାତି ରଖି ଦିଅନ୍ତୁ । ସକାଳେ ଗୋଧୋଇବା ପାଣିରେ ଏହି ଚନ୍ଦନ ପାଣିକୁ ମିଶାଇ ସ୍ନାନ କରନ୍ତୁ। ଏପରି କଲେ ପବିତ୍ରତା ବଢିବା ସହ ଦୁର୍ଭାଗ୍ୟ ଦୂର ହୋଇଥାଏ।

- Advertisement -

ହଳଦୀ :
ପାଣିରେ କିଛି ହଳଦୀ ମିଶାଇ ସ୍ନାନ କରନ୍ତୁ।ଏପରି କରିବା ଦ୍ବାରା ଗୁରୁ ଗ୍ରହ ଦୋଷ ଦୂର ହୋଇଥାଏ। ଏଥିସହିତ ତ୍ବଚା ସମ୍ବନ୍ଧୀୟ ରୋଗ ମଧ୍ୟ ଭଲ ହୋଇଯାଏ।

କର୍ପୁର :
ସେହିପରି ଗାଧୋଇବା ପାଣିରେ ୨-୩ ଟା କର୍ପୁର ମିଶାଇ ଗାଧୋଇବାକୁ ବହୁତ ଶୁଭ ବୋଲି କୁହାଯାଏ। କର୍ପୁର ବାସ୍ନାରେ ଆଖପାଖର ନକରାତ୍ମକ ଶକ୍ତି ଦୂର ହେବା ସହ ଘରେ ସକରାତ୍ମକ ଶକ୍ତି ବିରାଜମାନ କରିଥାଏ ।

ଗଙ୍ଗାଜଳ :
ସେହିପରି ଗାଧୋଇବା ପାଣିରେ ଗଙ୍ଗାଜଳ ମିଶାଇ ଗାଧୋଇବା ଗଙ୍ଗା ନଦୀରେ ଗାଧୋଇବା ସହ ସମାନ ହୋଇଥାଏ।

ଲୁଣ :
କୁହାଯାଏ ଲୁଣରେ ନକରାତ୍ମକତା ଗ୍ରହଣ କରିବାର ଶକ୍ତି ଥାଏ । ତେଣୁ ଗାଧୋଇବା ପାଣିରେ ଅଳ୍ପ କିଛି ଲୁଣ ମିଶାଇ ଗାଧୋଇବା ଦ୍ବାରା ଆଖପାଖରୁ ନକରାତ୍ମକ ଶକ୍ତି ନଷ୍ଟ ହୋଇଯାଏ। ଏହା ଚର୍ମ ପାଇଁ ମଧ୍ୟ ଭଲ ହୋଇଥାଏ।

Hot this week

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

Related Articles

Popular Categories