ଗୋପାଳପୁର – ଗୋପାଳପୁର ଥାନା ଅନ୍ତର୍ଗତ ପୁରୁଣା ବକ୍ସିପଲ୍ଲୀ ଗ୍ରାମରେ ସେନାର ଯବାନ ଙ୍କ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ ସମ୍ପନ୍ନ ହୋଇଛି l ମୃତ ଯବାନ ଜଣକ ହେଲେ ଵି.ଶ୍ୟାମ ସୁନ୍ଦର ବୟସ ୩୨ ବୋଲି ଜଣାପଡ଼ିଛି l
ସୂଚନା ପ୍ରକାରେ ମୃତ ଯବାନ ଜଣକ ପଞ୍ଜାବ ସ୍ଥିତ ଜଳନ୍ଧରରେ ଲାନ୍ସ ନାୟକ ରାଙ୍କ୍ରେ କାର୍ଯ୍ୟରତ ଥିଲେ l ଦୀର୍ଘ ୧୪ ବର୍ଷ ହେଲା ଯବାନ ଭାବେ କାର୍ଯ୍ୟରତ ରହିଥିବା ବେଳେ ୩ ବର୍ଷ ହେବ ପଞ୍ଜାବ ସ୍ଥିତ ଜଳନ୍ଧର ରେଜିମେଣ୍ଟରେ କାର୍ଯ୍ୟରତ ଥିଲେ l କିଛି ମାସ ହେଲା ଦେହ ଅସୁସ୍ଥ ଥିବାରୁ ସେ ମେଡିକାଲରେ ଚିକିତ୍ସାଧିନ ଥିଲେ l ଗତ ଗୁରୁବାର ଡାକ୍ତର ତାଙ୍କର ମୃତ ଘୋଷଣା କରିଥିଲେ l
ତାଙ୍କ ମର ଶରୀରକୁ ନିଜ ଗ୍ରାମ ପୁରୁଣା ବକ୍ସିପଲ୍ଲୀ ଗ୍ରାମକୁ ଅଣା ଯାଇଥିଲା l ପରେ ଗ୍ରାମର ଶଶ୍ମାନ ରେ ଗୋଳାବନ୍ଧ ଆର୍ମି ପକ୍ଷରୁ ମର ଶରୀର ଉପରେ ଜାତୀୟ ପତାକା ପକାଇ ଗାର୍ଡ ଅଫ ଅନର ଦିଆଯାଇଥିଲା l ପରେ ଜାତୀୟ ପତାକାକୁ ଧର୍ମପତ୍ନୀଙ୍କୁ ହସ୍ତାନ୍ତର କରାଯାଇଥିଲା l ଶେଷକୃତ ସମ୍ପନ୍ନ ବେଳେ ଗୋଳାବନ୍ଧ ଆର୍ମି ଏ.ଡ଼ି କଲେଜର ଅଧିକାରୀ,ଗୋପାଳପୁର ଥାନା ଅଧିକାରୀ ସହ ସ୍ଥାନୀୟ ନେତୃବୃନ୍ଦ ଉପସ୍ଥିତ ଥିଲେ ।



