ପାଟଣା – ଘଟଗାଁ ଥାନା ଅଞ୍ଚଳ ୨୦ ନଂ ଜାତୀୟ ରାଜପଥର କଟରାବେଡା ନିକଟରେ ଶନିବାର ସନ୍ଧ୍ୟାରେ ଏକ ବାଇକ ଭାରସ୍ୟାମ ହରାଇ ଦୁର୍ଘଟଣାଗ୍ରସ୍ତ ହେବାରୁ ଜଣେ ବାଇକ ଚାଳକ ଗୁରୁତର ହୋଇଥିଲେ । ଗୁରୁତର ବାଇକ ଚାଳକ ଜଣକ ସଦର ବ୍ଲକ କାଠବାରୀ ପଞ୍ଚାୟତ କୁମୁଳାବାହାଳି ଗ୍ରାମର ରୁଦ୍ର ମହାନ୍ତ (୩୧) ।
ସେ ଢେଙ୍କିକୋଟ ସାପ୍ତାହିକ ହାଟ ସାରି ନିକ ଗ୍ରାମକୁ ବାଇକ ଯୋଗେ ଫେରୁଥିଲେ । ତାଙ୍କ ପ୍ରଥମେ ଘଟଗାଁ ଓ ପରେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି lଢେଙ୍କିକୋଟ ଫାଣ୍ଡି ଅଧିକାରୀ ତ୍ରିନାଥ ନାଏକ ଘଟଣା ସ୍ଥଳକୁ ଯାଇ ଦୁର୍ଘଟଣା ର ତଦନ୍ତ କରିବା ସହ ଦୁର୍ଘଟଣାଗ୍ରସ୍ତ ବାଇକ ଟିକୁ ଜବତ କରିଛନ୍ତି ।



