www.samajalive.in
Saturday, December 13, 2025
26.1 C
Bhubaneswar

କ୍ଷମା ମାଗିଲେ ମମତା

ସମାଜ ଲାଇଭ ଡ଼େସ୍କ : ମେସିଙ୍କ ଗସ୍ତ ପରେ କଲକାତା ସଲ୍ଟ ଲେକ୍ ଷ୍ଟାଡିୟମରେ ଦେଖାଦେଇଥିବା ହିଂସା ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  କ୍ଷମା ମାଗିଛନ୍ତି ।

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଷ୍ଟାଡିୟମରେ ଦେଖାଯାଇଥିବା ଅବ୍ୟବସ୍ଥା ଉପରେ ଏକ ତଦନ୍ତ ଦଳ ଗଠନ କରିଛନ୍ତି । ଭବିଷ୍ୟତରେ ଏପରି ଘଟଣା ଏମିତି ନଘାତେ ସେଥିପାଇଁ ପଦକ୍ଷେପ ନେବାକୁ ସୁପାରିଶ କରିଛନ୍ତି । ପ୍ରଶଂସକମାନେ କ୍ରୋଧିତ ଥିଲେ ଯେ ଚଢ଼ା ମୂଲ୍ୟରେ ଟିକେଟ୍ କିଣିବା ସତ୍ତ୍ୱେ ସେମାନେ ମେସିଙ୍କ ଗୋଟିଏ ଝଲକ ମଧ୍ୟ ପାଇପାରିଲେ ନାହିଁ ।

- Advertisement -

ସାମାଜିକ ଗଣମାଧ୍ୟମ ଏକ୍ସ ରେ ଏକ ପୋଷ୍ଟରେ ମମତା ବାନାର୍ଜୀ ଲେଖିଛନ୍ତି, ସଲ୍ଟ ଲେକ୍ ଷ୍ଟାଡିୟମରେ ଆଜି ଦେଖାଯାଇଥିବା ଭୁଲ ପରିଚାଳନା ପାଇଁ ମୁଁ ଗଭୀର ଭାବରେ ବିଚଳିତ ଏବଂ ମର୍ମାହତ । ମୁଁ ହଜାର ହଜାର କ୍ରୀଡା ପ୍ରେମୀ ଏବଂ ପ୍ରଶଂସକଙ୍କ ସହିତ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଷ୍ଟାଡିୟମକୁ ଯାଉଥିଲି । ପ୍ରଶଂସକ ମାନେ ସେମାନଙ୍କର ପ୍ରିୟ ଫୁଟବଲ୍ ଖେଳାଳି ଲିଓନେଲ୍ ମେସିଙ୍କ ଏକ ଝଲକ ଦେଖିବାକୁ ଏକାଠି ହୋଇଥିଲେ । ମୁଁ ଏହି ଦୁର୍ଭାଗ୍ୟଜନକ ଘଟଣା ପାଇଁ ଲିଓନେଲ୍ ମେସିଙ୍କ ସହିତ ସମସ୍ତ କ୍ରୀଡା ପ୍ରେମୀ ଏବଂ ତାଙ୍କ ପ୍ରଶଂସକଙ୍କ ନିକଟରେ ଆନ୍ତରିକ ଭାବରେ କ୍ଷମା ପ୍ରାର୍ଥନା କରୁଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

ସିମ୍ ବାଇଣ୍ଡିଂ କ’ଣ? ଯାହାକୁ ନେଇ ଚିନ୍ତାରେ…

ନୂଆଦିଲ୍ଲୀ : ଦୂରସଞ୍ଚାର ବିଭାଗ ହ୍ୱାଟ୍ସଆପ୍, ଟେଲିଗ୍ରାମ୍, ସିଗନାଲ୍ ଏବଂ ସ୍ନାପଚାଟ୍...

Related Articles

Popular Categories