www.samajalive.in
Friday, December 12, 2025
27.1 C
Bhubaneswar

ଫେବୃଆରୀ ୧୨ରେ ବାଂଲାଦେଶ ନିର୍ବାଚନ

ଢାକା,୧୧ା୧୨: ଆସନ୍ତା ବର୍ଷ ଫେବୃଆରୀ ୧୨ ତାରିଖରେ ବାଂଲାଦେଶ ନ୍ୟାସନାଲ ଆସେମ୍ବ୍ଲି ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ଦେଶର ଏହି ସାଧାରଣ ନିର୍ବାଚନ ସମ୍ପର୍କରେ ଗୁରୁବାର ବାଂଲାଦେଶ ମୁଖ୍ୟ ନିର୍ବାଚନ କମିସନର (ସିଇସି) ନସିରଉଦ୍ଦିନ ଘୋଷଣା କରିଛନ୍ତି। ଘୋଷଣା ଅନୁଯାୟୀ ନ୍ୟାସନାଲ ଆସେମ୍ବ୍ଲିର ମୋଟ ୩୦୦ ଆସନ ପାଇଁ ଭୋଟ ଗ୍ରହଣ ହେବ। ନିର୍ବାଚନ କାର୍ଯ୍ୟସୂଚୀ ଅନୁଯାୟୀ ୨୦୨୫ ଡିସେମ୍ବର ୨୯ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ। ଡିସେମ୍ବର ୩୦ରୁ ୨୦୨୬ ଜାନୁଆରୀ ୪ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ। ଜାନୁଆରୀ ୨୦ ପ୍ରାର୍ଥିପତ୍ର ପ୍ରତ୍ୟାହାର ଶେଷ ତାରିଖ। ସିଇସି ନସିରଉଦ୍ଦିନ କହିଛନ୍ତି ଯେ ବାଂଲାଦେଶ ବିଶ୍ବକୁ ଜଣାଇ ଦେବାକୁ ଚାହେଁ ଯେ ଏହା ମୁକ୍ତ, ଅବାଧ ଓ ଗଣତାନ୍ତ୍ରିକ ନିର୍ବାଚନ କରାଇବାକୁ ପ୍ରସ୍ତୁତ। ନିର୍ବାଚନ ପୂର୍ବରୁ ମିଥ୍ୟା ଖବର ଓ ଗୁଜବ ପ୍ରତି ସତର୍କ ରହିବାକୁ ସେ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ସାଧାରଣ ନିର୍ବାଚନ ସହିତ ଜୁଲାଇ ଚାର୍ଟର ରେଫରେଣ୍ଡମ୍ ପାଇଁ ମଧ୍ୟ ଫେବୃଆରୀ ୧୨ରେ ଭୋଟ ଗ୍ରହଣ ହେବ। ଶେଖ ହସିନା ପ୍ରଧାନମନ୍ତ୍ରୀ ପଦରୁ ବିତାଡିତ ହେବା ପରେ ବାଂଲାଦେଶରେ ଏହା ପ୍ରଥମ ନିର୍ବାଚନ ହେବ।

Hot this week

ବାର୍ବି କ୍ୟୁ ନେସନ୍‌ରେ ନିମ୍ନମାନର ଖାଦ୍ୟ, ଲାଗିଲା ଜରିମାନା…

ନୂଆଦିଲ୍ଲୀ : ଯଦି ଆପଣ ଖାଦ୍ୟ ପ୍ରିୟ ଏବଂ ଭାବୁଛନ୍ତି ଯେ...

ଝାଡ଼ଖଣ୍ଡରେ ଆତଙ୍କବାଦୀ ସନ୍ଦିଗ୍ଧଙ୍କ ଘରେ ଏନଆଇଏ ରେଡ

ସମାଜ ଲାଇଭ ଡେସ୍କ : ଝାଡ଼ଖଣ୍ଡ ହଜାରିବାଗ ଅଞ୍ଚଳରେ ଆଇଏସଆଇଏସ ଆତଙ୍କି...

ମଣ୍ଡି ଅଚଳାବସ୍ଥା : ତାତିଲେ ଚାଷୀ

ନୂଆପଡ଼ା: ନୂଆପଡା ଜିଲ୍ଲାରେ ଖରିଫ୍‌ ମଣ୍ଡିରେ ଅଚଳାବସ୍ଥା ଲାଗିରହିଛି। ଜିଲ୍ଲାରେ ଗତ...

ଟ୍ରମ୍ପଙ୍କ ସହ ବାଣିଜ୍ୟିକ ଆଲୋଚନା କଲେ ମୋଦୀ

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ...

ନିଆଁ ଆୟତ୍ତ : ନୋ ଲିମିଟ୍ ବାର୍‌କୁ ମିଳିନଥିଲା ଲାଇସେନ୍ସ

ଭୁବନେଶ୍ଵର: ଭୁବନେଶ୍ଵର ସତ୍ୟବିହାର ସ୍ଥିତ ଏକ ବାର୍‌ ରେ ଭୟାବହ ଅଗ୍ନିକାଣ୍ଡ...

Related Articles

Popular Categories