କରାଚୀ : ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶରେ ମୁତୟନ ଥିବା ସ୍ବତନ୍ତ୍ର ଟୁରିଜିମ୍ ପୁଲିସ ବାହିନୀ ୬ମାସ ହେଲା ଦରମା ପାଇ ନାହାନ୍ତି। ଏ ସମ୍ପର୍କରେ ପୁଲିସ ବାହିନୀର ଜଣେ ଅଧିକାରୀ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଯାହା ପାକିସ୍ତାନରେ ବ୍ୟାପକ ପ୍ରସାରିତ ହୋଇଛି। ଭିଡିଓରେ ପୁଲିସ ଅଧିକାରୀ ଜଣଙ୍କ କହୁଛନ୍ତି ଯେ ସେମାନଙ୍କୁ ୬ମାସ ହେଲା ଦରମା ମିଳି ନାହିଁ। କର୍ମକ୍ଷେତ୍ରରେ ସେମାନଙ୍କୁ ସାଧାରଣ ସୁବିଧା ସୁଯୋଗ ଏପରି କି ପିଇବା ପାଣି ମଧ୍ୟ ଯୋଗାଇ ଦିଆଯାଉ ନାହିଁ। ଦରମା ମିଳି ନଥିବା କାରଣରୁ ସେମାନେ ଘର ଓ ବାହାରେ ଆର୍ଥିକ ଚାପର ସମ୍ମୁଖୀନ ହେଉଛନ୍ତି। ଘର ପାଇଁ ଜିନିଷପତ୍ର , ଘରଭଡା ଓ ପିଲାଙ୍କ ସ୍କୁଲ ଫି’ ଜମା କରିପାରୁ ନାହାନ୍ତି। ଦରମା ମିଳୁ ନଥିବା ସତ୍ତ୍ବେ ସେମାନଙ୍କୁ ପ୍ରତି ଦିନ ଡ୍ୟୁଟିରେ ଯୋଗ ଦେବାକୁ ଚାପ ପକାଯାଉଛି। ଖାଇବର ପଖତୁନଖ୍ବା ପାକିସ୍ତାନର ଏକ ପର୍ଯ୍ୟଟନ ଅଞ୍ଚଳ ହୋଇଥିବାରୁ ପ୍ରାଦେଶିକ ସରକାର ଏଥିପାଇଁ ସ୍ବତନ୍ତ୍ର ପୁଲିସ ବାହିନୀ ଗଠନ ପୂର୍ବକ ପର୍ଯ୍ୟଟକ ଓ ପର୍ଯ୍ୟଟନସ୍ଥଳର ସୁରକ୍ଷା ବ୍ୟବସ୍ଥା କରିଛନ୍ତି।
Popular Categories



