www.samajalive.in
Wednesday, December 10, 2025
26.1 C
Bhubaneswar

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ ବିଶ୍ୱରେ ପ୍ରଥମ ଦେଶ ହୋଇଛି ଯିଏକି ୧୬ ବର୍ଷରୁ କମ୍ ବୟସର ପିଲାଙ୍କ ପାଇଁ ସୋସିଆଲ ମିଡିଆକୁ ନେଇ ନୂଆ ନିୟମ ଆଣିଛି। ଆଜିଠାରୁ ଏହି ନିୟମ ଲାଗୁ ହୋଇଛି। ୧୬ ବର୍ଷରୁ କମ୍ ବୟସର ପିଲା ମାନଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ ବନ୍ଦ କରି ଦିଆଯାଇଛି। ନୂତନ ଆଇନ ଅନୁଯାୟୀ, ଇନଷ୍ଟାଗ୍ରାମ, ଫେସବୁକ୍, ଥ୍ରେଡ୍ସ, ଏକ୍ସ, ସ୍ନାପଚଟ୍, କିକ୍, ଟ୍ୱିଚ୍, ଟିକଟକ୍, ରେଡିଟ୍ ଏବଂ ୟୁଟ୍ୟୁବ୍ ଭଳି ପ୍ଲାଟଫର୍ମଗୁଡ଼ିକ ଏବେ କିଶୋରମାନଙ୍କ ପାଇଁ ବନ୍ଦ କରାଯିବ।

ଯଦି କେହି ନିୟମ ଭାଙ୍ଗୁଛନ୍ତି, ଏଥିଲାଗି ପିତାମାତା ଏବଂ ପିଲାମାନଙ୍କୁ ଦଣ୍ଡିତ କରାଯିବ ନାହିଁ। ଯେକୌଣସି ଉଲ୍ଲଂଘନ ପାଇଁ ଟେକ୍ କମ୍ପାନୀଗୁଡ଼ିକୁ ୩୩ ମିଲିୟନ ଡଲାର ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। ସରକାର କହିଛନ୍ତି ଯେ ଏହି ବ୍ୟାନ ଯୁବପିଢ଼ିଙ୍କୁ କ୍ଷତିକାରକ ବିଷୟବସ୍ତୁରୁ ସୁରକ୍ଷା ଦେବା ପାଇଁ ଉଦ୍ଦିଷ୍ଟ। ତଥାପି, ଅନେକ ପ୍ରମୁଖ ଟେକ୍ନୋଲୋଜି କମ୍ପାନୀ ଏବଂ ଅଭିବ୍ୟକ୍ତି ସ୍ୱାଧୀନତା ପ୍ରବକ୍ତାମାନେ ଏହି ପଦକ୍ଷେପ ଉପରେ ଚିନ୍ତା ପ୍ରକଟ କରିଛନ୍ତି। କିନ୍ତୁ କିନ୍ତୁ ପିତାମାତା ଏବଂ ଶିଶୁ ଅଧିକାର ପ୍ରବକ୍ତାମାନେ ଏହାକୁ ସ୍ୱାଗତ କରିଛନ୍ତି।

- Advertisement -

ସେପଟେ ଏହି ନୂଆ ଆଇନ୍‌କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍। ଏହାକୁ ‘ପ୍ରାଇଡ୍ ଡେ’ କହିବା ସହ ପଦକ୍ଷେପକୁ ପ୍ରଶଂସା କରିଛନ୍ତି । ଇଣ୍ଟରନେଟ୍ ମିଡିଆ ଉପରେ ପ୍ରତିବନ୍ଧକ ପିଲାମାନଙ୍କୁ ସେମାନଙ୍କର ଶୈଶବ ସୁନିଶ୍ଚିତ କରିବ। ପିଲାଙ୍କ ମାନସିକ ସ୍ୱାସ୍ଥ୍ୟକୁ ସୁରକ୍ଷିତ ରଖିବାକୁ ଏହି ବଡ଼ ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ ଆନ୍ଥୋନି ଆଲବାନିଜ୍ ଗତ ବର୍ଷ ସେପ୍ଟେମ୍ବରରେ ଘୋଷଣା କରିଥିଲେ ଯେ ଅଷ୍ଟ୍ରେଲିଆ ସୋସିଆଲ ମିଡିଆ ବ୍ୟବହାର ପାଇଁ ବୟସ ସୀମା ଲାଗୁ କରିବ।

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories