www.samajalive.in
Wednesday, December 10, 2025
26.1 C
Bhubaneswar

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା କୁକୁର ଏବଂ ଗାଇକୁ କଲେଜ ପରିସରରେ ପ୍ରବେଶ ରୋକିବାକୁ ସମସ୍ତ ସରକାରୀ ଏବଂ ଅଣସରକାରୀ ସହାୟତାପ୍ରାପ୍ତ ଡିଗ୍ରୀ କଲେଜର ଅଧ୍ୟକ୍ଷ ମାନଙ୍କୁ ଚିଠି ଲେଖିଛି ଉଚ୍ଚ ଶିକ୍ଷା ବିଭାଗ। ସମସ୍ତ କଲେଜ ଗୁଡିକୁ ପାଚେରୀ ଏବଂ ଫାଟକ ସହିତ ସୁରକ୍ଷିତ କରାଯିବ । ଯାହାଦ୍ଵାରା ବୁଲା କୁକୁରଙ୍କ ପ୍ରବେଶକୁ ରୋକାଯାଇପାରିବ। ପଶୁ ମାନଙ୍କ ପ୍ରତି ପ୍ରତିରୋଧକ ଆଚରଣ ଏବଂ କାମୁଡାର ପ୍ରାଥମିକ ଚିକିତ୍ସା ବିଷୟରେ ଛାତ୍ରଛାତ୍ରୀ ଏବଂ କମିଚାରୀ ମାନଙ୍କ ପାଇଁ ସଚେତନତା କ୍ଲାସ୍‌ କରାଯିବ। ପଶୁ ମାନଙ୍କୁ ଆକର୍ଷିତ କରୁଥିବା ଖାଦ୍ୟ ଉତ୍ସ ଗୁଡିକୁ ଦୂର କରିବା ପାଇଁ ଉପଯୁକ୍ତ ଅପଚୟ ପରିଚାଳନା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ।

Hot this week

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

ଏସଆଇ ଜାଲିଆତି ମାମଲା: ସିବିଆଇର ରିମାଣ୍ଡ ଆବେଦନ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ଜାଲିଆତି ମାମଲାରେ...

ୟୁନେସ୍କୋ ତାଲିକାରେ ଦୀପାବଳି

ନୂଆଦିଲ୍ଲୀ : ଭାରତର ସର୍ବବୃହତ ସାଂସ୍କୃତିକ ଉତ୍ସବ, ଦୀପାବଳିକୁ ୟୁନେସ୍କୋରେ ସାମିଲ...

ଓଡ଼ିଶାରୁ ଚଣ୍ଡିଗଡ ଗଲେ ଭାରତ ଓ ଦକ୍ଷିଣ ଆଫ୍ରିକା ଖେଳାଳି

ଭୁବନେଶ୍ୱର: ବାରବାଟୀରେ ମ୍ୟାଚ ଜିତିବା ପରେ ଚଣ୍ଡିଗଡ ଅଭିମୁଖେ ଗଲେ ଭାରତ...

Related Articles

Popular Categories