www.samajalive.in
Thursday, December 11, 2025
13.1 C
Bhubaneswar

ଜନ୍ମଦିନରେ ସୋନିଆ ଗାନ୍ଧୀଙ୍କୁ ଝଟକା: କୋର୍ଟରୁ ନୋଟିସ୍‌

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ବଡ ଝଟକା ଲାଗିଛି । ସୋନିଆଙ୍କ ନାଗରିକତା ଉପରେ ପ୍ରଶ୍ନ ଉଠାଇଛନ୍ତି କୋର୍ଟ । ସୋନିଆ ଭାରତର ନାଗରିକ ହେବା ପୂର୍ବରୁ କେମିତି ଭାରତୀୟ ଭୋଟର ହେଲେ? ୧୯୮୦ ଭୋଟର ତାଲିକାକୁ ନେଇ ସୋନିଆଙ୍କ ଲାଗି ଅଡୁଆ ବଢିଛି । ଆଜି ଏନେଇ ସୋନିଆଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରୁ ନୋଟିସ୍‌ କରାଯାଇଛି । କୋର୍ଟରେ ଏକ ଯାଚିକା ଖାରଜ ହେବା ପରେ ତାଙ୍କ ବିରୋଧରେ ରିଭିଜନ ପିଟିସନ ଦାଖଲ ହୋଇଥିଲା । ଏହି ପିଟିସନରେ ବିଚାର କରି ଏବେ ଅଦାଲତ ସୋନିଆ ଗାନ୍ଧୀଙ୍କୁ ନୋଟିସ୍‌ ଜାରି କରିଛନ୍ତି । ଏହି ମାମଲାର ଶୁଣାଣି ଜାନୁଆରୀ ୬ରେ ହେବ । ତେବେ ଆଜି ସୋନିଆଙ୍କ ୭୯ତମ ଜନ୍ମଦିନ । ଜନ୍ମଦିନରେ ସୋନିଆଙ୍କୁ ଲାଗିଛି ଶକ୍ତ ଝଟକା ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories