www.samajalive.in
Thursday, December 11, 2025
15.1 C
Bhubaneswar

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି । ୨୦୨୬ ମସିହାକୁ ଆମେ ଆଉ କିଛି ଦିନ ପରେ ସ୍ୱାଗତ କରିବା । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ନୂତନ ବର୍ଷରେ ଅନେକ ଗ୍ରହ ନିଜର ନକ୍ଷତ୍ର ପରିବର୍ତ୍ତନ କରିବା ସହ କିଛି ରାଶି ଉପରେ ବଡ ପ୍ରଭାବ ପକାଇ ପାରନ୍ତି । ରାହୁଙ୍କ ଓଲଟ ଚଳନ ଯୋଗୁ ଅନେକ ରାଶି ଉପରେ ପ୍ରଭାବ ପଡିଥାଏ । ଯେବେ ବି ରାହୁ କୌଣସି ରାଶିରେ ପ୍ରବେଶ କରନ୍ତି ତେବେ ଅନେକ ଉନ୍ନତି ଓ ପ୍ରଗତି ଆଣିଥାନ୍ତି । ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ଦୁଇ ଥର ରାହୁ ଚଳନ କରିବେ । ୨ ଅଗଷ୍ଟ ୨୦୨୬ରେ ରାହୁ କୁମ୍ଭ ରାଶିରେ ରହିବା ବେଳେ ଧନିଷ୍ଠା ନକ୍ଷତ୍ରରେ ପ୍ରବେଶ କରିବେ । ପରେ ୨୦୨୬ ଡିସେମ୍ବରରେ ରାଶି ପରିବର୍ତ୍ତନ କରି ମକର ରାଶିରେ ରହିବେ । ଏହି ଦୁଇଟି ପରିବର୍ତ୍ତନ ଅନେକ ରାଶିଙ୍କ ପାଇଁ ଶୁଭ ଓ ଲାଭଦାୟକ ହେବ । ତେବେ ଚାଲନ୍ତୁ ଜାଣିବା କେଉଁ ରାଶିକୁ କୋଟିପତି କରିବେ ରାହୁ ।

ମିଥୁନ: ରାହୁ ଗୋଚର ମିଥୁନ ରାଶିଙ୍କ ପାଇଁ ସଫଳତା ନେଇ ଆସିବେ । କ୍ୟାରିଅରରେ ଅନେକ ଦିନ ପଡି ରହିଥିବା କାମ ସହଜରେ ହେବ । ଯେପରିକି ନୂଆ ବ୍ୟବସାୟ, ବିଦେଶ ଯାତ୍ରା, ଅନଲାଇନ ରୋଜଗାର, ପରୀକ୍ଷା ରେଜଲ୍ଟ, ଟେକ୍ନୋଲୋଜିରେ ସଫଳତା ପ୍ରାପ୍ତ ହେବ । ଲୋକଙ୍କ ଭିଡରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବେ ।

- Advertisement -

ତୁଳା: ରାହୁଙ୍କ ପରିବର୍ତ୍ତନ ତୁଳା ରାଶିର ବ୍ୟକ୍ତିଙ୍କ ଉପେ ଆର୍ଥିକ ମଜବୁତ ଆଣିବ । ନିବେଶ, ସମ୍ପତ୍ତିରେ ଲାଭବାନ ହେବା ସମ୍ଭାବନା ହେବ । ଯେଉଁମାନେ ଚାକିରିରେ ପରିବର୍ତ୍ତନ ଚାହୁଁଛନ୍ତି ସେମାନଙ୍କ ପାଇଁ ଉତ୍ତମ ସୁଯୋଗ ସୃଷ୍ଟି ହେବ । ପରିବାରରେ ମତାନ୍ତର ଥିଲେ ଦୂର ହେବ । ବିଦ୍ୟାର୍ଥୀଙ୍କ ଲାଗି ବହୁତ ଭଲ ସମୟ । ପରିଶ୍ରମର ଫଳ ନିଶ୍ଚିତ ପ୍ରାପ୍ତ ହେବ ।

କୁମ୍ଭ: ରାହୁଙ୍କ କୃପାରୁ ଏହି ରାଶିର ବ୍ୟକ୍ତିଙ୍କୁ ପରିଶ୍ରମର ଫଳ ମିଳିବ । ଦୀର୍ଘ ସମୟ ହେବ ଯେଉଁ ଲକ୍ଷ୍ୟପୂରଣ ପାଇଁ କାମ କରୁଛନ୍ତି ତାହା ପୂରଣ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ବ୍ୟବସାୟ କରିବାର ଯୋଜନା କରିବେ, କ୍ୟାରିଅରରେ ଆଗକୁ ବଢିବାର ଆଶା ଓ ପରିଣାମ ମିଳିବ । ଜମିବାଡିରେ ଲାଭ ଓ ପରିବାରରେ ସୁଖୀର ବାତାବରଣ ରହିବ ।

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories