ଲାଞ୍ଜିଗଡ଼ : ବେଦାନ୍ତ ଛାତ୍ରବୃତ୍ତି ପୁରସ୍କାର ଅଧୀନରେ ୨୦୨୪-୨୫ଶିକ୍ଷାବର୍ଷରେ ମୋଟ ୨୨ଜଣ ଛାତ୍ରଛାତ୍ରୀଙ୍କୁ ସମ୍ମାନିତ କରାଯାଇଛି । ଛାତ୍ର ବୃତ୍ତି ପ୍ରଦାନ ସମାରୋହରେ ଲାଞ୍ଜିଗଡ଼ର ଗୋଷ୍ଠି ଉନ୍ନୟନ ଅଧିକାରୀ (ବିଡିଓ) ଶ୍ରୀ ଅନିମେଶ ପ୍ରଧାନ (ଆଇଏଏସ୍) ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ।
୯୦ ପ୍ରତିଶତରୁ ଅଧିକ ନମ୍ବର ପାଇଥିବା ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ଟପ୍ପରମାନଙ୍କୁ ୧୦ହଜାର ଟଙ୍କା ଲେଖାଏଁ ରାଶି ପ୍ରଦାନ କରାଯାଇଥିଲା । କୌଣସି ବିଷୟରେ ୯୦ଧରୁ ଅଧିକ ନମ୍ବର ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ୫୦୦୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା। ଷଷ୍ଠରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଟପ୍ପରମାନଙ୍କୁ ସେମାନଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ପ୍ରତ୍ୟେକଙ୍କୁ ୮୦୦୦ଟଙ୍କା ସହିତ ସ୍ୱୀକୃତି ପ୍ରଦାନ କରାଯାଇଛି ।



