www.samajalive.in
Wednesday, December 10, 2025
18.1 C
Bhubaneswar

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍ ସଚେତନ। ତ୍ଵଚାକୁ ସତେଜ ଏବଂ ସୁସ୍ଥ ରଖିବାକୁ କେହି କେହି ପାର୍ଲର ଯାଉଛନ୍ତି ତ ଆଉ କିଏ ଘରୋଇ ଉପଚାର କରୁଛନ୍ତି। ଆସନ୍ତୁ ଜାଣିବା ସେମିତି କିଛି ଘରୋଇ ଟିପ୍ସ ସମ୍ପର୍କରେ । ପିଆଜର ବ୍ୟବହାର ଏବଂ ଉପକାର ବିଷୟରେ ତ ଆପଣ ଅବଗତ ଥିବେ।
ସାଧାରଣ ସମସ୍ତଙ୍କ ଘରେ ସହଜରେ ଉପଲବ୍ଧ ହୋଇଥାଏ ପିଆଜ। କିନ୍ତୁ ଆପଣ ଡଷ୍ଟବିନରେ ଫୋପାଡ଼ୁଥିବା ପିଆଜ ଚୋପା ଉପକାରିତା ବିଷୟରେ ଜାଣିନଥିବେ। ଆସନ୍ତୁ ଜାଣିବା ..

() ଚର୍ମ ସଂକ୍ରମଣ ପାଇଁ ବହୁ ଲାଭକାରୀ ପିଆଜ ଚୋପା। ଏଥିପାଇଁ ପିଆଜ ଚୋପାକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ। ସକାଳେ ଏହି ପାଣିରେ ଗାଧାନ୍ତୁ। ଏପରି ନିୟମିତ କଲେ ସଂକ୍ରମଣରୁ ଶୀଘ୍ର ମୁକ୍ତି ମିଳିବ।

- Advertisement -

() ମହିଳା ମାନେ କେଶକୁ ସୁନ୍ଦର ରଖିବା ସହ କଣ୍ଡିସନ କରିବା ପାଇଁ ପିଆଜ ଚୋପାକୁ ବ୍ୟବହାର କରିପାରିବେ। ଏଥିପାଇଁ ପ୍ରଥମେ କେଶକୁ ଧୋଇସାରିବା ପରେ ପିଆଜଚୋପା ପାଣିରେ ଧୋଇ ଦିଅନ୍ତୁ। ଧିରେଧିରେ ଏହାର ପାର୍ଥକ୍ୟ ଆପଣ ନିଜେ ଜାଣିପାରିବେ।

() ଦାଗହୀନ ଚେହେରା ପାଇଁ ଆପଣ ବହୁତ ବ୍ୟୁଟି ପ୍ରଡକ୍ଟସ ବ୍ୟବହାର କରୁଥିବେ। କିନ୍ତୁ ପ୍ରାକୃତିକ ଭାବେ ହଳଦି ସହ ମିଶାଇ ପିଆଜ ଚୋପାକୁ ବ୍ୟବହାର କରି ଆପଣ ଦାଗହୀନ ଚେହେରା ପାଇପାରିବେ।

() ପିଆଜ ଚୋପାକୁ ରାତିରେ ପାଣିରେ ଭିଜାଇ ରଖନ୍ତୁ। ସକାଳେ ଏହାକୁ ଖାଲି ପେଟରେ ପିଅନ୍ତୁ। ଏହା ଆପଣଙ୍କୁ ଭଲ ଲାଗିନପାରେ, କିନ୍ତୁ ଆପଣ ଚାହିଁଲେ ଏଥିରେ ଚିନି କିମ୍ବା ମହୁ ସହ ମିଶାଇ ନେଇ ପାରିବେ। ଏହା କୋଲେଷ୍ଟ୍ରେଲ ପାଇଁ ଅତ୍ୟନ୍ତ ଉପକାରୀ ହୋଇଥାଏ।

() ପିଆଜ ଚୋପାକୁ ଗରମ ପାଣିରେ ପକାଇ ଏହାକୁ ବ୍ୟବହାର କରନ୍ତୁ। ଦେଖିବେ ଗଳା ସମ୍ବନ୍ଧିତ ସମସ୍ତ ସମସ୍ୟା ଦୂର ହୋଇଯିବ।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories