www.samajalive.in
Wednesday, December 10, 2025
14.1 C
Bhubaneswar

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ କରିବାକୁ ପ୍ରସ୍ତୁତ ହେଉଥିବା ଜାଣିବା ପରେ ମହିଳା ଜଣକ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହାୟତା ଲୋଡିଛନ୍ତି। ମୋଦୀଙ୍କୁ ସମ୍ବୋଧିତ କରି ଏକ ଭାବପୂର୍ଣ୍ଣ ଭିଡିଓ ସେ ସାମାଜିକ ଗଣମାଧ୍ୟମରେ ଛାଡିବା ପରେ ଏହା ଭାଇରାଲ ହେବା ସହ ଉଭୟ ଦେଶର ଜନତାଙ୍କ ଧ୍ୟାନ ଆକର୍ଷଣ କରିଛି। ମହିଳା ଜଣକ କରାଚୀର ନିକିତା ବୋଲି ଜଣାପଡିଛି। ସେ ୨୬ ଜାନୁୟାରୀ ୨୦୨୦ରେ କରାଚୀରେ ହିନ୍ଦୁ ରୀତି-ନୀତି ଅନୁସାରେ ବିବାହ କରିଥିଲେ। ତାଙ୍କ ପତି ବିକ୍ରମ ନାଗଦେବ ପାକିସ୍ତାନୀ ମୂଳ ବାସିନ୍ଦା ଏବଂ ସେ ଅନେକ ସମୟ ଧରି ଭିସାରେ ଇନ୍ଦୋରରେ ରହୁଛନ୍ତି।

ନିକିତା କହିଛନ୍ତି ଯେ ତାଙ୍କ ବିବାହର ମାସେ ପରେ ୨୬ ଫେବୃୟାରୀ ୨୦୨୦ରେ ବିକ୍ରମ ତାଙ୍କୁ ଭାରତ ଆଣିଥିଲେ। ମାତ୍ର କିଛି ମାସ ପରେ ୯ ଜୁଲାଇ ୨୦୨୦ରେ ବିକ୍ରମ ଭିସାରେ ସମସ୍ୟା ଥିବା କହି ତାଙ୍କୁ ଅଟାରୀ ସୀମାରେ ଛାଡିଦେଲା ଏବଂ ଜବରଦସ୍ତ ପାକିସ୍ତାନ ପଠେଇଦେଲା। ଏହା ପରେ ସେ ତାଙ୍କୁ କେବେ ବି ପାଖକୁ ଆଣିବାକୁ ଚେଷ୍ଟା କରିନଥିବା ନିକିତା ଅଭିଯୋଗ କରିଛନ୍ତି। ଅନେକ ଥର ଭାରତ ଆସିବାକୁ ନିକିତାଙ୍କ ଅନୁରୋଧ ପରେ ମଧ୍ୟ ସେ ବାରମ୍ବାର ଟାଳିବାରେ ଲାଗିଛି।

- Advertisement -

ନିକିତା ଭିଡିଓରେ କହିଛନ୍ତି ଯେ ଯଦି ତାଙ୍କୁ ନ୍ୟାୟ ନ ମିଳେ ତେବେ ନ୍ୟାୟ ବ୍ୟବସ୍ଥା ଉପରୁ ମହିଳାଙ୍କ ଭରସା ଉଠିଯିବ। ସେ ସମସ୍ତଙ୍କ ସମର୍ଥନ ପାଇଁ ଭିଡିଓରେ ଅନୁରୋଧ କରିଛନ୍ତି। ବିବାହ ପରେ ଶାଶୂଘରେ ତାଙ୍କ ସହ ଖରାପ ବ୍ୟବହାର ହେଉଥିବା ସେ କହିଛନ୍ତି। ବିବାହ ପରେ ଜଣେ ସମ୍ପର୍କୀୟଙ୍କ ସହ ତାଙ୍କ ପତିଙ୍କ ସମ୍ପର୍କ ଥିବା ସେ ଜାଣିବାକୁ ପାଇଲେ। ଶ୍ବଶୁରଙ୍କୁ ଏ ବାବଦରେ ଜଣାଇବା ପରେ ସେ କୌଣସି ପଦକ୍ଷେପ ନେବାକୁ ମନା କରିଦେଲେ। ନିକିତା ୨୭ ଜାନୁୟାରୀ ୨୦୨୫ରେ ଏକ ଲିଖିତ ଅଭିଯୋଗ କରିଥିଲେ। ମାମଲା ମଧ୍ୟ ପ୍ରଦେଶ ହାଇକୋର୍ଟଙ୍କ ଦ୍ବାରା ଅଧିକୃତ ସିନ୍ଧି ପଞ୍ଚ ମେଡିଏସନ୍ ଏଣ୍ଡ୍ ଲିଗଲ କାଉନସିଲ୍ ସେଣ୍ଟରକୁ ଯାଇଥିଲା। ଏଠାରେ ବିକ୍ରମ ଓ ତାଙ୍କ ସହ ସମ୍ପର୍କରେ ଥିବା ଅନ୍ୟ ଜଣେ ମହିଳାଙ୍କୁ ନୋଟିସ୍ ପଠାଯାଇ ମାମଲାର ଶୁଣାଣି କରାଯାଇଥିଲା। ମଧ୍ୟସ୍ଥତା ସଫଳ ହୋଇପାରିନଥିଲା। ୩୦ ଏପ୍ରିଲ ୨୦୨୫ରେ ସେଣ୍ଟର ବିକ୍ରମଙ୍କୁ ପାକିସ୍ତାନ ପଠାଇବାକୁ ସୁପାରିସ କରିଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories