www.samajalive.in
Saturday, December 6, 2025
19.1 C
Bhubaneswar

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ ଫିଫା ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଛି । ନୋବେଲ୍ ଶାନ୍ତି ପୁରସ୍କାର ପାଇଁ ଖୋଲାଖୋଲି ପ୍ରଚାର କରିଥିବାରୁ ଟ୍ରମ୍ପଙ୍କୁ ନୂତନ ଭାବରେ ଗଢା ହୋଇଥିବା ଫିଫା ପୁରସ୍କାର ଜିତିବା ପାଇଁ ଚୟନ କରାଯାଇଥିଲା । ଫିଫା ଦେଇଥିବା ସୂଚନା ଅନୁସାରେ ଗାଜାରେ ଯୁଦ୍ଧବିରତି ପାଇଁ ଟ୍ରମ୍ପଙ୍କ ପ୍ରୟାସ ପାଇଁ ସେ ନୋବେଲ ପାଇବା ଉଚିତ ।

ଟ୍ରମ୍ପଙ୍କୁ  ପୁରସ୍କାର ପ୍ରଦାନ କରି ଫିଫା ସଭାପତି ଇନଫାଣ୍ଟିନୋ କହିଥିଲେ ଯେ , ତୁମ ପାଇଁ ଏହା ଏକ ସୁନ୍ଦର ପଦକ ଯାହାକୁ ତୁମେ ଯେଉଁଠାକୁ ଯିବ ପିନ୍ଧି ପିନ୍ଧି ଯାଇ ପାରିବ । ପଦକ ସହ ଟ୍ରମ୍ପଙ୍କ ନାମ ଥିବା ଏକ ସୁନା ଟ୍ରଫି ମଧ୍ୟ ପ୍ରଦାନ କରାଯାଇଥିଲା । ଟ୍ରଫି ପ୍ରଦାନ ପରେ ଏହା ହେଉଛି ତୁମର ଶାନ୍ତି ପୁରସ୍କାର ବୋଲି କହିଥିଲେ ଫିଫା ସଭାପତି ।

- Advertisement -

ପୁରସ୍କାର ପାଇବା ପରେ ଟ୍ରମ୍ପ ତାଙ୍କ ପରିବାରକୁ ଧନ୍ୟବାଦ ଜଣାଇଥିଲେ । ତାଙ୍କ ପତ୍ନୀଙ୍କ ସମେତ ଅନ୍ୟ ଦୁଇ ଆୟୋଜକ ରାଷ୍ଟ୍ର କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ଏବଂ ମେକ୍ସିକୋ ରାଷ୍ଟ୍ରପତି କ୍ଲାଉଡିଆ ସେନବାଉମଙ୍କୁ ପ୍ରଶଂସା କରିଥିଲେ ଟ୍ରମ୍ପ । ଟ୍ରମ୍ପ କହିଥିଲେ, ଏହା ପ୍ରକୃତରେ ମୋ ଜୀବନର ଏକ ମହାନ ସମ୍ମାନ

Hot this week

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

Related Articles

Popular Categories