www.samajalive.in
Thursday, December 11, 2025
16.1 C
Bhubaneswar

ମଧ୍ୟସ୍ଥତା ଜରିଆରେ ସମାଧାନ ହେବ ଅଯୋଧ୍ୟା ମାମଲା; ୩ ମଧ୍ୟସ୍ଥଙ୍କୁ ନିଯୁକ୍ତ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ମଧ୍ୟସ୍ଥତା ଜରିଆରେ ଅଯୋଧ୍ୟା ମାମଲାର ସମାଧାନ ହେବ। ରାମ ଜନ୍ମଭୂମି ଏବଂ ବାବ୍ରି ମସଜିଦକୁ ନେଇ ବର୍ଷ ବର୍ଷ ଧରି ଲାଗିରହିଥିବା ବିବାଦର ସମାଧାନ କରିବେ ମଧ୍ୟସ୍ଥ। ଅଯୋଧ୍ୟା ମାମଲାର ବିଚାର କରି ସୁପ୍ରିମକୋର୍ଟ ଶୁକ୍ରବାର ଏହି ରାୟ ପ୍ରକାଶ କରିଛନ୍ତି। ଏଥିସହ ବିବାଦର ସମାଧାନ ଲାଗି ସୁପ୍ରିମକୋର୍ଟ ଏକ ୩ଜଣିଆ ମଧ୍ୟସ୍ଥତା ପ୍ୟାନେଲ ଗଠନ କରିଛନ୍ତି। ପ୍ୟାନେଲରେ ୩ଜଣ ମଧ୍ୟସ୍ଥିଙ୍କୁ ନିଯୁକ୍ତ କରିଛନ୍ତି। ସେମାନେ ହେଲେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇବ୍ରାହିମ୍ ଖଲିଫଉଲ୍ଲା, ଶ୍ରୀ ଶ୍ରୀ ରବିଶଙ୍କର ଏବଂ ଶ୍ରରାମ ପଞ୍ଚୁ। ଜଷ୍ଟିସ ଖଲିଫଉଲ୍ଲା ପ୍ୟାନେଲରେ ଅଧ୍ୟକ୍ଷତା କରିବେ। ପ୍ୟାନେଲ ୧ ସପ୍ତାହ ମଧ୍ୟରେ କାର୍ଯ୍ୟ ଆରମ୍ଭ କରିବ। ମଧ୍ୟସ୍ଥମାନେ ସମସ୍ତ ପକ୍ଷଙ୍କ ସହ ଆଲୋଚନା କରି ୪ ସପ୍ତାହ ମଧ୍ୟରେ ଷ୍ଟାଟସ ରିପୋର୍ଟ ଦାଖଲ କରିବେ। ଏହାପରେ ୮ ସପ୍ତାହ ମଧ୍ୟରେ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବେ ବୋଲି ସୁପ୍ରିମକୋର୍ଟ ନିର୍ଦେଶ ଦେଇଛନ୍ତି।

ଗତ ବୁଧବାର ସର୍ବୋଚ୍ଚ ନ୍ୟାୟାଳୟ ଅଯୋଧ୍ୟା ମାମଲାର ଶୁଣାଣି କରିଥିଲେ। ମଧ୍ୟସ୍ଥଙ୍କ ଜରିଆରେ ଏହି ମାମଲାର ସମାଧାନ ହେବ କି ନାହିଁ ସେ ସମ୍ପର୍କରେ କୋର୍ଟ ବିଚାର କରି ରାୟ ସଂରକ୍ଷିତ ରଖିଥିଲେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ପାଞ୍ଚ ଜଣିଆ ଖଣ୍ଡପୀଠ କହିଥିଲେ, ରାମ ଜନ୍ମଭୂମି – ବାବ୍ରି ମସଜିଦ ଜମି ବିବାଦ ଓ ଏହା ଉପରେ ମଧ୍ୟସ୍ଥତାର ଫଳାଫଳର ଗୁରୁତ୍ୱ ବିଷୟରେ ଅଦାଲତ ଅବଗତ ଅଛନ୍ତି। ଏହି ମାମଲା କେବଳ ଜମି ମଧ୍ୟରେ ସୀମିତ ନୁହେଁ, ଏହା ଲୋକମାନଙ୍କର ଧାର୍ମିକ ମନୋଭାବ ଓ ଆସ୍ଥା ସହ ଜଡ଼ିତ। ମଧ୍ୟସ୍ଥତା ଜରିଆରେ ଏହାର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ଉଦ୍ୟମ କରିବାକୁ ସୁପ୍ରିମକୋର୍ଟ ମାମଲାର ଉଭୟ ପକ୍ଷଙ୍କୁ କହିଥିଲେ।

- Advertisement -

ସୂଚନାଯୋଗ୍ୟ, ୨୦୧୦ରେ ଆହ୍ଲାବାଦ ହାଇକୋର୍ଟ ଏହି ମାମଲାର ବିଚାର କରି ବିବାଦୀୟ ୨.୭୭ ଏକର ଜମିକୁ ସୁନି ୱାକଫ ବୋର୍ଡ, ନିର୍ମୋହୀ ଆଖଡ଼ା ଓ ରାମ ଲଲା ମଧ୍ୟରେ ସମାନ ଭାବେ ବାଣ୍ଟି ଦେଇଥିଲେ। ହାଇକୋର୍ଟଙ୍କ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯାଇଥିଲା।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories