www.samajalive.in
Sunday, December 7, 2025
15.1 C
Bhubaneswar

ଅଧିକ ସମୟ ଏସିରେ ବସିବାର ଅଭ୍ୟାସ ଅଛି କି? ହୋଇଯାଆନ୍ତୁ ସାବଧାନ

ଆପଣ ଦିନ ସାରା କାର୍ଯ୍ୟାଳୟରେ ଏସିରେ ବସି କାର୍ଯ୍ୟ କରିଥାଆନ୍ତି। ଏହା ପରେ ଘରେ ମଧ୍ୟ ଏସିରେ ବସି ଥାଆନ୍ତି। ଏହାଦ୍ବାରା ଆପଣଙ୍କୁ ଗରମ ଲାଗି ନ ଥାଏ। କିନ୍ତୁ ଏହା ଆପଣଙ୍କ ଶରୀର ପାଇଁ ଅଧିକ ବିପଦପୂର୍ଣ୍ଣ ଅଟେ। ଏପରି କରି ଆମେ ରୋଗକୁ ନିମନ୍ତ୍ରଣ କରିଥାଉ। ଦିନ ସାରା ଏସିରେ ବସି ରହିବା ଶରୀର ପାଇଁ କ୍ଷତିକାରକ ହୋଇଥାଏ।

ମୁଣ୍ଡବିନ୍ଧା ଓ ଥକ୍କାପଣ :

- Advertisement -

ଲଗାତର ଏସିରେ ବସି କାର୍ଯ୍ୟ କରିବା ଦ୍ବାରା ଆପଣଙ୍କର ମୁଣ୍ଡବିନ୍ଧା ସମସ୍ୟା ଦେଖାଯାଇଥାଏ। ଏହାସହ ସହନ ଶକ୍ତି ମଧ୍ୟ କମ ହୋଇଥାଏ। ଏହାଦ୍ବାରା ଆପଣ ଶୀଘ୍ର ହାଲିଆ ଅନୁଭବ କରିଥାଆନ୍ତି। ଦିନ ସାରା ଏସିରେ ବସି ରହିବା ଦ୍ବାରା ଆପଣଙ୍କୁ କୌଣସି ଛୋଟ ଛୋଟ ରୋଗ ହେବାର ସମ୍ଭାବନା ବୃଦ୍ଧି ପାଇଥାଏ।

ଚର୍ମ ଓ ଆଖି ଉପରେ ପ୍ରଭାବ :

ଏସିରେ ବସୁଥିବା ବ୍ୟକ୍ତିଙ୍କ ପାଖରେ ଏହି ସମସ୍ୟା ଦେଖାଯାଇଥାଏ। ଏସିରେ ବସିବା ଦ୍ବାରା ଆଖି ଓ ଚର୍ମ ଉପରେ କୁପ୍ରଭାବ ପଡିଥାଏ। ଏହାସହ ଚର୍ମ ଶୁଷ୍କ ହୋଇଯାଏ।

ଆଣ୍ଠୁଗଣ୍ଠି ବିନ୍ଧା :

ଏସିର କମ ତାପମାନରେ ବସିବା ଦ୍ବାରା ଥଣ୍ଡା ଲାଗିଥାଏ। କିନ୍ତୁ ଏହା ଆଣ୍ଠୁଗଣ୍ଠି ସମସ୍ୟା ସୃଷ୍ଟି କରିଥାଏ। ଏହାର ପ୍ରଭାବରେ ଆଣ୍ଠୁଗଣ୍ଠି ବିନ୍ଧିବା ସହ କାର୍ଯ୍ୟ କରିବାର କ୍ଷମତା ଧୀରେ ଧୀରେ ହ୍ରାସ ହୋଇଥାଏ।

ନିଶ୍ବାସପ୍ରଶ୍ବାସରେ ଅସୁବିଧା :

କାର୍ଯ୍ୟାଳୟ, ଘର ଓ କାରରେ ଏସିରେ ବସିବା ଦ୍ବାରା ନିଶ୍ବାସପ୍ରଶ୍ବାସ ନେବାରେ ଅସୁବିଧା ହୋଇଥାଏ। ଏହାଦ୍ବାରା ଶରୀରରେ କିଛି କ୍ଷତିକାରକ କୀଟାଣୁ ରହିଯାଆନ୍ତି। ଏହାଦ୍ବାରା ନିଶ୍ବାସପ୍ରଶ୍ବାସରେ ଅସୁବିଧା ସୃଷ୍ଟି ହୋଇଥାଏ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories