www.samajalive.in
Friday, December 5, 2025
23.1 C
Bhubaneswar

ଶୁକ୍ରବାର ରାଶିଫଳ: ଗୁପ୍ତରେ ଧନ ଅର୍ଜନ କରିବେ ଏହି ରାଶି

ମେଷ: ଉତ୍ସାହିତ ହେବେ। ପ୍ରତ୍ୟେକ କାର୍ଯ୍ୟରେ ଆଗ୍ରହୀ ଓ ଅଗ୍ରଣୀ ହେବେ। ପରିବାରର ପଥ ପ୍ରଦର୍ଶକ ହୋଇପାରନ୍ତି। ଧନ ଅର୍ଜନ ପାଇଁ କଠିନ ପରିଶ୍ରମ କରିବେ। ପତ୍ନୀ, ପୁତ୍ର ସୁଖ ଓ ମହାନ୍‌ ହେବେ।

ବୃଷ: ସୁସ୍ଥ ଓ ନିରାମୟ ରହିବେ। ଗୁରୁଭକ୍ତ ହୋଇପାରନ୍ତି। ଗୁପ୍ତରେ ଧନ ଅର୍ଜନ କରିବେ। ଜ୍ୟୋତିଷ ଓ କର୍ମକାଣ୍ଡ ଦର୍ଶନ ଶାସ୍ତ୍ରରେ ରୁଚି ରହିବ। ଧନବାନ୍‌ ହେବେ। ପାରିବାରିକ ସୁଖ, ଶାନ୍ତି ମିଳିପାରେ।

- Advertisement -

ମିଥୁନ: ପରିବାରର ଏକମାତ୍ର ଅଧିକ ଆୟକାରୀ ବ୍ୟକ୍ତି ହୋଇପାରନ୍ତି। ନିଜ ଆୟରେ ଭୂସମ୍ପତ୍ତି କ୍ରୟ କରିବେ। ଜନ୍ମ ଭୂମିଠାରୁ ଦୂରରେ ରହିବେ। ସଦାସର୍ବଦା ବ୍ୟସ୍ତ ମନା ଓ ଦୁଶ୍ଚିନ୍ତାଯୁକ୍ତ ହେବେ। ସୁସ୍ଥ ରହିବେ।

କର୍କଟ: ଦୟାଳୁ ଓ ପରୋପକାରୀ ହୋଇପାରନ୍ତି। ଧାର୍ମିକ ଓ ବିଚାରବନ୍ତ ହୋଇପାରନ୍ତି। ଭାଇ, ଭଉଣୀ ଓ ବନ୍ଧୁଙ୍କର ଶୁଭଧ୍ୟାୟୀ ହେବେ। କୃଷି କର୍ମରୁ ଲାଭବାନ୍‌ ହେବେ। କର୍ମଠ ଓ ଶିକ୍ଷାବିତ୍ ହେବେ।

ସିଂହ: ଭାଗ୍ୟବାନ୍‌ ଓ ଧନବାନ୍‌ ହେବେ। ରାଜ ଦରବାରରେ ବାରମ୍ବାର ପୁରସ୍କୃତ ହେବେ। ପରାକ୍ରମୀ ହେବେ। ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ କରିବାରେ ସିଦ୍ଧହସ୍ତ ହେବେ। ଅନ୍ଧ ବିଶ୍ବାସରେ କ୍ଷତି ସହି ପାରନ୍ତି।

କନ୍ୟା: ସୁସ୍ଥ ଓ ନିରାମୟ ରହିବେ। ଧନବାନ୍‌ ହେବେ। ସାମାଜିକ ସ୍ତରରେ ପ୍ରତିଷ୍ଠିତ ବ୍ୟକ୍ତିବିଶେଷଭାବେ ପରିଗଣିତ ହେବେ। ବାହାର ଲୋକଙ୍କ ସହିତ ସୁସମ୍ପର୍କ ରଖି ଭଲ ଆୟର ପନ୍ଥା ସ୍ଥିର କରିପାରନ୍ତି।

ତୁଳା: ଦୁଃଖ ବା ସମସ୍ୟା ଉପୁଜିଲେ ଧୈର୍ଯ୍ୟବାନ୍‌ ହେବେ। ମନୋବଳ ଦୃଢ଼ ରହିବ। ଭୂସମ୍ପତ୍ତିଯୁକ୍ତ ହୋଇପାରନ୍ତି। ଗୃହସ୍ଥ ଜୀବନ ସୁଖପ୍ରଦ ହେବ। ପତ୍ନୀ ସହସା ଓ କର୍ମ ନିପୁଣା ହେବେ। ଚକ୍ଷୁପୀଡ଼ା ଉପୁଜିପାରେ।

ବିଛା: ବହୁ ପରିଶ୍ରମ କରି ଉନ୍ନତ ମାର୍ଗରେ ଆଗକୁ ବଢ଼ିବେ। ଅକସ୍ମାତ୍‌ ଦୈବୀଶକ୍ତି ଦ୍ବାରା ଧନ ପ୍ରାପ୍ତ ହେବେ। ଯେକୌଣସି ବ୍ୟବସାୟ କଲେ ଲାଭବାନ୍‌ ହେବେ। ଜନ୍ମଭୂମିରୁ ଅନ୍ୟତ୍ର ବାସକଲେ ଶୀଘ୍ର ଉନ୍ନତି ହେବ।\

ଧନୁ: ଖେଳରେ ସୁନାମ ଅର୍ଜନ କରିପାରନ୍ତି। ଉଚ୍ଚ ପଦଦବୀ ପ୍ରାପ୍ତିର ସୂଚନା ମିଳୁଛି। ସଫଳ କୂଟନୀତିଜ୍ଞ ହେବେ। ସନ୍ତାନ ସୁଖରେ ସୁଖୀ ହେବେ। ମିଷ୍ଟଭାଷୀ ଓ ସର୍ବପ୍ରିୟ ହୋଇପାରନ୍ତି। ସଦାଚାରୀ ହେବେ।

ମକର: ଦୟାଳୁ ଓ ମଧୁର ଭାଷୀ ହେବେ। ନିଜ ପ୍ରଶଂସା ଶୁଣିବାକୁ ଇଚ୍ଛୁକ ହେବେ। ପିତୃ ଆଜ୍ଞାକାରୀ ହୋଇପାରନ୍ତି। ପରୋପକାରୀ ହେବେ। ରାଜୀନତିରେ ସଫଳ ହେବେ। ପୈତୃକ ସମ୍ପତ୍ତି ସ୍ବତଃ ପ୍ରାପ୍ତି ହେବ।

କୁମ୍ଭ: ଧୈର୍ଯ୍ୟବାନ୍‌ ହେବେ। ବିଦ୍ୟାଭ୍ୟାସୀ ହୋଇପାରନ୍ତି। କର୍ତ୍ତବ୍ୟନିଷ୍ଠା ଓ ତ୍ୟାଗପୂତ ମନୋବୃତ୍ତି ଯୋଗଁୁ କେବେ ନତମସ୍ତକ ହେବେ ନାହିଁ। କାହାରି ପାଇଁ ପ୍ରାର୍ଥନା ପରିବର୍ତ୍ତେ ସେବା ପରାୟଣ ହୋଇପାରନ୍ତି।

ମୀନ: ବିଭିନ୍ନ ପ୍ରକାର ଯୋଜନା କରି ଧନ ସଂଗ୍ରହ କରିପାରନ୍ତି। ପତ୍ନୀ ସହାୟିକା ଓ ସୁଖଦା ଅଟନ୍ତି। ନିଜ ପ୍ରଚେଷ୍ଟାରେ ସଫଳତା ପାଇବେ। କର୍ମଚଞ୍ଚଳ ରହିବେ। କୌଶଳରେ ଧନ ସଂଗ୍ରହ କରିପାରନ୍ତି।

Hot this week

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

ବିଷାକ୍ତ ଗ୍ୟାସ ଲିକ୍ : ଦୁଇ ମୃତ ,ଦଶହଜାର ପ୍ରଭାବିତ

ସମାଜ ଲାଇଭ ଡ଼େସ୍କ : ଝାଡ଼ଖଣ୍ଡର ଧନବାଦରେ ଏକ ଗ୍ୟାସ ଲିକ୍...

‘ମୁଁ ଯୁଦ୍ଧ ବନ୍ଦ କରିବି’-ପୁଣି ଏମିତି ଦୃଢୋକ୍ତି ବାଢିଲେ ଟ୍ରମ୍ପ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୩ ବର୍ଷ ହେବ ରୁଷ-ୟୁକ୍ରେନ ଯୁଦ୍ଧ...

ଚିନ୍ତାକଳ୍ପ : ମାନସିକ ଦୁର୍ବଳତା

ସାମର୍ଥ୍ୟ (ବଳ)ର ଅଭାବକୁ ଦୁର୍ବଳ, ଶକ୍ତିହୀନ ବୋଲି ସାଧାରଣତଃ କୁହାଯାଇଥାଏ। ସୀମିତ...

‘ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ’- ଅପରାଧୀଙ୍କୁ ଦିଆଯାଇନି ରାଜନୈତିକ ସଂରକ୍ଷଣ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପୂର୍ବ ସରକାରଙ୍କ ଅମଳରେ ଅପରାଧରେ ସମ୍ପୃକ୍ତ ରାଜନୈତିକ ବ୍ୟକ୍ତିଙ୍କୁ ସୁରକ୍ଷା...

Related Articles

Popular Categories