www.samajalive.in
Friday, December 5, 2025
23.1 C
Bhubaneswar

ହାଇଓ୍ବା ପୋଡିଲେ ଉତ୍ତ୍ୟକ୍ତ ଲୋକେ

ଯାଜପୁର: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଜେନାପୁର ଥାନା କୁରିକଣା ଗାଁରେ ଅଭାବନୀୟ ଘଟଣା ଘଟିଛି। ହାଇଓ୍ବା ଧକ୍କାରେ ଜଣେ କଲେଜ ଛାତ୍ରଙ୍କର ମୃତ୍ୟୁ ଘଟିଛି। ଏହାର ପ୍ରତିବାଦରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ଏକାଠି ହୋଇ ୪ଟି ହାଇୱା ପୋଡି ଦେଇଛନ୍ତି। ଏବଂ ଏହି ଦୃଶ୍ୟ ଉତ୍ତୋଳନ କରିବାକୁ ଯାଇଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଉଦ୍ୟମ କରିବା ସହ ମୋବାଇଲ ଛଡ଼ାଇ ନେଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ସକାଳୁ ଶତ୍ରୁଘ୍ନ ନାୟକଙ୍କ ପୁଅ ସଞ୍ଜୀବ ଏକ ବାଇକରେ କଲେଜ ଯାଉଥିବାବେଳେ କୁରିକଣା ନିକଟରେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ସଞ୍ଜୀବଙ୍କ ଉପରେ ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ସଞ୍ଜୀବଙ୍କ ମୃତ୍ୟୁ ଘଟିଛି। ପରେ ଦୁଇ ଶହରୁ ଅଧିକ ଗ୍ରାମବାସୀ ଏକାଠି ହୋଇ ରାସ୍ତାରୋକ କରିବା ସହ ହାଇଓ୍ବା ଗାଡି ପୋଡିଦେଇଛନ୍ତି। ପୁଲିସ୍‌ ଉପସ୍ଥିତିରେ ଏପରି ଘଟଣା ଘଟିଛି।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories