www.samajalive.in
Friday, December 5, 2025
23.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣରେ ହମାସ ଲିଙ୍କ୍‌ !

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଗାଜାରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ହମାସର ଲିଙ୍କ୍‌ ଥିବା ତଥ୍ୟ ଏବେ ସାମ୍ନାକୁ ଆସିଛି। ଏହି ମାମଲାରେ ଗିରଫ ହୋଇଥିବା ଆତଙ୍କବାଦୀ ଦାନିଶ ମୋବାଇଲରୁ ହମାସ ଲିଙ୍କ ସମ୍ପର୍କିତ ତଥ୍ୟ ମିଳିଛି। ତଦନ୍ତ ଅଧିକାରୀଙ୍କ ହାତରେ ଏପରି କିଛି ତଥ୍ୟ ଲାଗିଛି। ତଦନ୍ତ ସମୟରେ ଦାନିଶ ମୋବାଇଲରୁ ଡିଲିଟ୍‌ ହୋଇଥିବା ହିଷ୍ଟ୍ରି, ଫଟୋ, ଭିଡ଼ିସ ଏବଂ ଆପ୍‌ ତଥ୍ୟ ଯାଞ୍ଚ କରାଯିବା ପରେ ଏହା ଜଣାପଡ଼ିଛି।

ଦାନିଶ ଡ୍ରୋନ ପ୍ରଯୁକ୍ତିବିଦ୍ୟା ଏବଂ ଅସ୍ତ୍ରଶସ୍ତ୍ର ତିଆରି କୌଶଳ ଶିଖୁଥିଲା। ତା’ ଫୋନରେ ଥିବା ଫଟୋରୁ ଏହା ଜଣାପଡ଼ିଛି। ସେଥିରେ ହମାସ ଦ୍ବାରା ବ୍ୟବହୃତ ଡ୍ରୋନର ଡିଜାଇନ ରହିଛି। ତଦନ୍ତବେଳେ ପଚରାଉଚରା କରାଯିବା ସମୟରେ ଦାନିଶ ମଧ୍ୟ ସ୍ବୀକାର କରିଥିଲା ଯେ​‌ ସେ ଡ୍ରୋନ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିଲା। ୨୫ କିଲୋମିଟର ଦୂର ପର୍ଯ୍ୟନ୍ତ ଉଡ଼ି ଆକ୍ରମଣ କରିପାରୁଥିବା ହାଲୁକା ଡ୍ରୋନ ବିକଶିତ କରିବାକୁ ଦାନିଶ ଚେଷ୍ଟା କରୁଥିଲା ବୋଲି କହିଥିଲା।

- Advertisement -

ସେହିପରି ଡ୍ରୋନ ବ୍ୟତୀତ ଦାନିଶ ମୋବାଇଲରୁ ରକେଟ ଲଞ୍ଚର ଥିବା ଅନେକ ଫଟୋ ଜବତ ହୋଇଛି। ଡ୍ରୋନରେ କିପରି ବିସ୍ଫୋରକ ଖଞ୍ଜାଯାଏ ତାହାର ଭିଡିଓ ବି ଦେଖିବାକୁ ମିଳିଛି।

ବିଶେଷ କରି ଦାନିଶ ମୋବାଇଲରେ ଥିବା ଫଟୋରେ ହମାସ ନିର୍ମିତ ଡ୍ରୋନ ସମ୍ବନ୍ଧରେ ଜାଣିବାକୁ ମିଳିଛି। ତେଣୁ ଦାନିଶ ଏହି ଡ୍ରୋନ ବିକଶିତ କରିବା ଲାଗି ହମାସ ଆତଙ୍କୀଙ୍କ ସମ୍ପର୍କରେ ରହିଥିବା ନେଇ ସନ୍ଦେହ କରାଯାଉଛି। ତଦନ୍ତକାରୀ ଅଧିକାରୀମାନେ ସେ ଦିଗରେ ଦାନିଶକୁ ଜେରା କରିପାରନ୍ତି।

Hot this week

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

ଓଡ଼ିଶାରେ ଏଫସିଆଇ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ୧ଶହ କୋଟି ଲୁଟ୍‌

ନୂଆଦିଲ୍ଲୀ: ଓଡ଼ିଶାରେ ଭାରତୀୟ ଖାଦ୍ୟ ନିଗମ ଅଧିକାରୀଙ୍କ ଦ୍ୱାରା ବର୍ଷକୁ ପ୍ରାୟ...

Related Articles

Popular Categories