www.samajalive.in
Wednesday, December 10, 2025
23.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣରେ ହମାସ ଲିଙ୍କ୍‌ !

ସମାଜଲାଇଭ ଡେସ୍କ: ଦିଲ୍ଲୀ ବିସ୍ଫୋରଣ ମାମଲାରେ ଗାଜାରେ ସକ୍ରିୟ ଥିବା ଆତଙ୍କୀ ସଂଗଠନ ହମାସର ଲିଙ୍କ୍‌ ଥିବା ତଥ୍ୟ ଏବେ ସାମ୍ନାକୁ ଆସିଛି। ଏହି ମାମଲାରେ ଗିରଫ ହୋଇଥିବା ଆତଙ୍କବାଦୀ ଦାନିଶ ମୋବାଇଲରୁ ହମାସ ଲିଙ୍କ ସମ୍ପର୍କିତ ତଥ୍ୟ ମିଳିଛି। ତଦନ୍ତ ଅଧିକାରୀଙ୍କ ହାତରେ ଏପରି କିଛି ତଥ୍ୟ ଲାଗିଛି। ତଦନ୍ତ ସମୟରେ ଦାନିଶ ମୋବାଇଲରୁ ଡିଲିଟ୍‌ ହୋଇଥିବା ହିଷ୍ଟ୍ରି, ଫଟୋ, ଭିଡ଼ିସ ଏବଂ ଆପ୍‌ ତଥ୍ୟ ଯାଞ୍ଚ କରାଯିବା ପରେ ଏହା ଜଣାପଡ଼ିଛି।

ଦାନିଶ ଡ୍ରୋନ ପ୍ରଯୁକ୍ତିବିଦ୍ୟା ଏବଂ ଅସ୍ତ୍ରଶସ୍ତ୍ର ତିଆରି କୌଶଳ ଶିଖୁଥିଲା। ତା’ ଫୋନରେ ଥିବା ଫଟୋରୁ ଏହା ଜଣାପଡ଼ିଛି। ସେଥିରେ ହମାସ ଦ୍ବାରା ବ୍ୟବହୃତ ଡ୍ରୋନର ଡିଜାଇନ ରହିଛି। ତଦନ୍ତବେଳେ ପଚରାଉଚରା କରାଯିବା ସମୟରେ ଦାନିଶ ମଧ୍ୟ ସ୍ବୀକାର କରିଥିଲା ଯେ​‌ ସେ ଡ୍ରୋନ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇଥିଲା। ୨୫ କିଲୋମିଟର ଦୂର ପର୍ଯ୍ୟନ୍ତ ଉଡ଼ି ଆକ୍ରମଣ କରିପାରୁଥିବା ହାଲୁକା ଡ୍ରୋନ ବିକଶିତ କରିବାକୁ ଦାନିଶ ଚେଷ୍ଟା କରୁଥିଲା ବୋଲି କହିଥିଲା।

- Advertisement -

ସେହିପରି ଡ୍ରୋନ ବ୍ୟତୀତ ଦାନିଶ ମୋବାଇଲରୁ ରକେଟ ଲଞ୍ଚର ଥିବା ଅନେକ ଫଟୋ ଜବତ ହୋଇଛି। ଡ୍ରୋନରେ କିପରି ବିସ୍ଫୋରକ ଖଞ୍ଜାଯାଏ ତାହାର ଭିଡିଓ ବି ଦେଖିବାକୁ ମିଳିଛି।

ବିଶେଷ କରି ଦାନିଶ ମୋବାଇଲରେ ଥିବା ଫଟୋରେ ହମାସ ନିର୍ମିତ ଡ୍ରୋନ ସମ୍ବନ୍ଧରେ ଜାଣିବାକୁ ମିଳିଛି। ତେଣୁ ଦାନିଶ ଏହି ଡ୍ରୋନ ବିକଶିତ କରିବା ଲାଗି ହମାସ ଆତଙ୍କୀଙ୍କ ସମ୍ପର୍କରେ ରହିଥିବା ନେଇ ସନ୍ଦେହ କରାଯାଉଛି। ତଦନ୍ତକାରୀ ଅଧିକାରୀମାନେ ସେ ଦିଗରେ ଦାନିଶକୁ ଜେରା କରିପାରନ୍ତି।

Hot this week

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

Related Articles

Popular Categories