www.samajalive.in
Friday, December 5, 2025
23.1 C
Bhubaneswar

ଡାକ୍ତରଖାନାରେ ବିଭ୍ରାଟ: ପାର୍ବତୀ ସିଂ ବଦଳେ ପାର୍ବତୀ ବିନ୍ଧାଣୀଙ୍କୁ ଦେଲେ ରକ୍ତ

ଉଦଳା: ମୟୂରଭଞ୍ଜ ଜିଲ ଅନ୍ତର୍ଗତ ଉଦଳା ଉପଖଣ୍ଡ ଡାକ୍ତରଖାନାରେ ଆଜି ଚିକିତ୍ସାରେ ଚରମ ବିଭ୍ରାଟ ହୋଇଥିବା ଅଭିଯୋଗ ହୋଇଛି। ରକ୍ତ ଆବଶ୍ୟକ ଥିବା ରୋଗୀ ବଦଳରେ ଅନ୍ୟ ଜଣଙ୍କୁ ରକ୍ତ ଦିଆଯିବା ଘଟଣାରେ ଡାକ୍ତରଖାନାରେ ଉତ୍ତେଜନା ପ୍ରକାଶ ପାଇଥିଲା।

ମିଳିଥିବା ଖବର ଅନୁସାରେ ଉଦଳା ୱାର୍ଡର ୧ ନମ୍ବର ବେଡରେ ପାର୍ବତୀ ସିଂ ନାମ୍ନୀ ମହିଳାଙ୍କ ରକ୍ତ ଆବଶ୍ୟକ ଥିବାବେଳେ ସ୍ୱାସ୍ଥ୍ୟକର୍ମୀ ୨୧ ନମ୍ବର ବେଡରେ ଥିବା କୋଚିଲା ଡିହା ଗ୍ରାମର ପାର୍ବତୀ ବିନ୍ଧାଣୀ ନାମ୍ନୀ ମହିଳା ରୋଗୀଙ୍କୁ ରକ୍ତ ଲଗାଇ ଦେଇଥିଲେ। ତେବେ ୨୬ ବର୍ଷୀୟା ପାର୍ବତୀ ହଠାତ ବୁଝିପାରି ନ ଥିଲେ। ତାଙ୍କ ରକ୍ତ ପାଇଁ କୌଣସି ଡାକ୍ତର ପରାମର୍ଶ କରି ନ ଥିଲେ। ୧୦ ମିନିଟ ପରେ ସେ ଅଣନିଃଶ୍ୱାସୀ ହୋଇପଡ଼ିବାରୁ ତାଙ୍କର ମାଆ ସ୍ୱାସ୍ଥ୍ୟକର୍ମୀଙ୍କୁ ଡାକିଥିଲେ। ସେତେବେଳେ ଜଣା ପଡ଼ିଥିଲା ଭୁଲ୍‌ରେ ରକ୍ତ ଦିଆଯାଇଛି।

- Advertisement -

ତେବେ ଘଟଣା ଜାଣିବା ପରେ ଡାକ୍ତରୀଦଳ ଆସି ରୋଗୀର ଅବସ୍ଥା ଯାଞ୍ଚ କରି ସ୍ୱାଭାବିକ କରିଥିଲେ। ତେବେ ଏଭଳି ଭୁଲ୍‌ ନେଇ ସମ୍ପର୍କୀୟମାନେ ପାଟିତୁଣ୍ଡ କରିଥିଲେ। ଦାୟିତ୍ୱରେ ଥିବା ସ୍ୱାସ୍ଥ୍ୟ କର୍ମୀ ଏଭଳି ଭୁଲ୍‌ ସମ୍ପର୍କରେ ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିବା ପରେ ସେ ଶାନ୍ତ ପଡ଼ିଥିଲେ।

Hot this week

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

ରାଷ୍ଟ୍ରପତି ଭବନରେ ପୁଟିନଙ୍କୁ ଭବ୍ୟ ସ୍ଵାଗତ

ସମାଜ ଲାଇଭ ଡ଼େସ୍କ : ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି...

ବିଧାୟକଙ୍କୁ ହତ୍ୟା ଧମକ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲା କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗଙ୍କୁ ଏଠାର ରେଳ...

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି: ମାଷ୍ଟରମାଇଣ୍ଡ ବିରଞ୍ଚି ନାୟକ ଗିରଫ

ସମାଜ ଡିଜିଟାଲ ଡେସ୍କ: ବହୁ ଚର୍ଚ୍ଚିତ ପୁଲିସ ଏସଆଇ ପରୀକ୍ଷା ଜାଲିଆତି...

ତେରଟି ଜିଲାରୁ ରାଷ୍ଟ୍ରୀୟ ଆୟର ଅଧେ

ଭାରତ ଏଡେ ବିରାଟ ଆକାରର ଦେଶ; ମାତ୍ର ତାହାର ମୋଟ ୭୦୫...

Related Articles

Popular Categories