www.samajalive.in
Friday, December 5, 2025
26.1 C
Bhubaneswar

ମାଷ୍ଟରମାଇଣ୍ଡ ମାଓ ନେତା ଚେତୁ ସମେତ ୧୦ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ମାଲକାନଗିରି:ସୀମାନ୍ତ ବନ୍ଧୁକ ଛାଡି ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେଉଛନ୍ତି ମାଓବାଦୀ । ଆଜି ଏହି କ୍ରମରେ ଆଉ ୧୦ଜଣ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ଝିରାମ ଘାଟି ମାଓ ହିଂସାକାଣ୍ଡର ମାଷ୍ଟରମାଇଣ୍ଡ ତଥା ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ମୁଖ୍ୟଚେତୁ ଓରଫ ଶ୍ୟାମ ଦାଦା ସମେତ ୧୦ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଜଗଦଲପୁରରେ ବସ୍ତର ଆଇଜି ପି.ସୁନ୍ଦର ରାଜଙ୍କ ନିକଟରେ ଏହି ମାଓବାଦୀ ମାନେ ଆତ୍ମସମର୍ପଣ କରିଛନ୍ତି । ଚେତୁ ତାର ୯ଜଣ ସାଥୀଙ୍କୁ ନେଇ ଆତ୍ମସମର୍ପଣ କରିଛି । ସେମାନଙ୍କ ନାଁରେ ୬୫ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା ହୋଇଥିଲା । ମାଓନେତା ଚେତୁ ନାଁରେ ସରକାର ୨୫ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ ।

- Advertisement -

୨୦୧୩ ଝିରମ ଘାଟି ଆକ୍ରମଣରେ ଚେତୁର ମୁଖ୍ୟ ଭୂମିକା ରହିଥିଲା । ୩୩ଜଣ କଂଗ୍ରେସ କର୍ମୀଙ୍କୁ ହତ୍ୟା କରିବା ଘଟଣାରେ ସାମିଲ ଥିଲା । କୁହାଯାଉଛି ଯେ ଚେତୁର ଆତ୍ମସମର୍ପଣ ପରେ ଦରଭା ଡିଭିଜନ ଏକ ପ୍ରକାର ଭାଙ୍ଗିଯାଇଛି ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories