www.samajalive.in
Monday, December 8, 2025
24.1 C
Bhubaneswar

ହାଇକୋର୍ଟରେ ବାଂଲାଦେଶୀ ଚିହ୍ନଟ ଓ ଅନୁପ୍ରବେଶ ମାମଲା: ସରକାରଙ୍କୁ ସତ୍ୟପାଠ ଦାଖଲ ନିର୍ଦେଶ

କଟକ: ରାଜ୍ୟରେ ସଂଖ୍ୟାଧିକ ବାଂଲାଦେଶୀ ଅନଧିକାର ଭାବେ ବସବାସ କରୁଛନ୍ତି। ସେମାନଙ୍କୁ ସରକାରୀ ସୁବିଧା ଯୋଗାଇ ଦିଆଯାଇଛି। ଯାହାକି ସମ୍ପୂର୍ଣ୍ଣ ବେଆଇନ; ତେଣୁ ରାଜ୍ୟରେ ବାଂଲାଦେଶୀ ଚିହ୍ନଟ କରିବା ପାଇଁ ଓଡ଼ିଶା ହାଇକୋର୍ଟରେ ଏକ ମାମଲା ରୁଜୁ ହୋଇଛି। ସରକାର ଜିଲାଭିତ୍ତିକ ସର୍ଭେ କରିବା ସହ ସେମାନଙ୍କୁ ତାଙ୍କ ଦେଶକୁ ପ୍ରବାସନ ପ୍ରକ୍ରିୟା ତ୍ବରାନ୍ବିତ କରିବା ପାଇଁ ଅଦାଲତ ନିର୍ଦେଶ ଦେବାକୁ ଆବେଦନକାରୀ ପ୍ରାର୍ଥନା କରିଛନ୍ତି। ଆଜି ଏହି ମାମଲାର ଶୁଣାଣି କରି ମୁଖ୍ୟ ବିଚାରପତି ହରିଶ ଟଣ୍ଡନ ଏବଂ ବିଚାରପତି ଏମ.ଏସ୍ ରମଣ ଏନେଇ ଆସନ୍ତା ଦୁଇ ସପ୍ତାହ ମଧ୍ୟରେ ସତ୍ୟପାଠ ଦାଖଲ କରିବାକୁ ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି। ଶୁଣାଣି ବେଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏଜିଏ ଦେବାଶିଷ ତ୍ରିପାଠୀ ଖଣ୍ଡପୀଠଙ୍କୁ ଅବଗତ କରିଥିଲେ ଯେ, ସରକାର ଚିହ୍ନଟ ପ୍ରକ୍ରିୟା ଆରମ୍ଭ କରିସାରିଛନ୍ତି। ଯେଉଁଠାରେ ସେମାନଙ୍କୁ ଚିହ୍ନଟ କରାଯାଉଛି ସେମାନଙ୍କୁ ତାଙ୍କ ଦେଶକୁ ଫେରାଇବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି।

ଆବେଦନକାରୀ ଆଇନଜୀବୀ ଶିବଶଙ୍କର ମହାନ୍ତି, ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ରାଜ୍ୟରେ ଅବୈଧ ଓ ଅନଧିକୃତ ଭାବେ ବହୁ ବାଂଲାଦେଶୀ ନାଗରିକ ବାସ କରୁଛନ୍ତି। ସେମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସରକାରୀ ସୁବିଧାକୁ ବାତିଲ କରିବାକୁ ସେ ପ୍ରାର୍ଥନା କରିଛନ୍ତି। ଏହାଛଡ଼ା ଗୁଇନ୍ଦା ସଂସ୍ଥା ସହାୟତାରେ ସ୍ପେଶାଲ ଟାସ୍କ ଫୋର୍ସ (ଏସଟିଏଫ) ଗଠନ କରି ଚିହ୍ନଟ ପ୍ରକ୍ରିୟା କରିବାକୁ ନିବେଦନ କରିଛନ୍ତି। ବାଂଲାଦେଶୀମାନଙ୍କ ଅବୈଧ ପ୍ରବେଶକୁ ରୋକିବା ପାଇଁ ସମୁଦ୍ରତଟ ଓ ସୀମା ସୁରକ୍ଷାରେ ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡ଼ି, ଇଣ୍ଡିଆନ କୋଷ୍ଟ ଗାର୍ଡ ଏବଂ ବିଏସଏଫର ସମନ୍ବୟରେ ବାଂଲାଦେଶୀଙ୍କ ଅବୈଧ ଅନୁପ୍ରବେଶ ରୋକିବା, ବାଂଲାଦେଶୀ ହାତେଇଥିବା ଆଧାର, ଭୋଟର ପରିଚୟପତ୍ର, ରେସନ କାର୍ଡ ପ୍ରଭୃତିକୁ ବାତିଲ କରିବା, ରାଜ୍ୟ ସରକାର ଡିଟେନ୍‌ସନ ସେଣ୍ଟର ସ୍ଥାପନ କରି ବାଙ୍ଗଲାଦେଶ ହାଇ କମିସନରଙ୍କ ସହ ସମନ୍ବୟ ରଖି ତୁରନ୍ତ ପ୍ରବାସନ ପ୍ରକ୍ରିୟା (ସ୍ବିଫ୍ଟ ଡିପୋରସେସନ୍‌ ପ୍ରୋସିଡିଂ) କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ୨୦୦୯ ଗାଇଡ୍ ଲାଇନ୍‌ ଅନୁସାରେ ଆରମ୍ଭ କରିବା ଏବଂ ଭାରତୀୟ ନ୍ୟାୟ ସୁରକ୍ଷା ସଂହିତା (ବିଏନଏସଏସ), ଫରେନର୍ସ ଆକ୍ଟ ୧୯୪୬ ଏବଂ ଦି ପାସପୋର୍ଟ ଆକ୍ଟ ୧୯୬୭ ଅନୁସାରେ ଅବୈଧ ପ୍ରବାସୀ ଏବଂ ସେମାନଙ୍କୁ ସହାୟତା କରୁଥିବା ବ୍ୟକ୍ତିମାନଙ୍କ ବିରୋଧରେ ଆଇନଗତ ପଦକ୍ଷେପ ନେବାକୁ ସେ ଅଦାଲତଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories