www.samajalive.in
Friday, December 5, 2025
20.1 C
Bhubaneswar

ବିହାର ବିଧାନସଭା : ବାଚସ୍ପତି ହୋଇ ପାରନ୍ତି ପ୍ରେମ କୁମାର

ସମାଜ ଲାଇଭ ଡ଼େସ୍କ : ବିହାର ବିଧାନସଭାର ବାଚସ୍ପତି ହୋଇ ପାରନ୍ତି ବିଜେପିର ବରିଷ୍ଠ ବିଧାୟକ ପ୍ରେମ କୁମାର । ବିହାର ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ହାସଲ କରିଛି ଏନଡିଏ । ବିଜୟ ପରେ ଏନଡିଏ ସହଯୋଗୀ ବିଜେପି , ଜେଡ଼ିୟୁ ଓ ଅନ୍ୟାନ୍ୟ ଦଳକୁ ନେଇ ନୀତୀଶ ମନ୍ତ୍ରିମଣ୍ଡଳ ଶପଥ ନେଇଥିଲେ ସୁଦ୍ଧା ବାଚସ୍ପତି ପଦକୁ ନେଇ ବିଜେପି ଓ ଜେଡ଼ିୟୁ ମଧ୍ୟରେ ଟଣା ଓଟରା ଲାଗି ରହିଥିଲା । ଏବେ ବିଜେପି ବରିଷ୍ଠ ବିଧାୟକ ପ୍ରେମ କୁମାରଙ୍କୁ ବାଚସ୍ପତି ପଦ ଏନଡିଏ ଦେଇପାରେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି ।

ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ଯେ ଗୟା ଆସନରୁ ନବମ ଥର ପାଇଁ ଜିତିଥିବା ବରିଷ୍ଠ ବିଜେପି ବିଧାୟକ ପ୍ରେମ କୁମାରଙ୍କୁ ନୂତନ ବାଚସ୍ପତି ଭାବରେ ନିର୍ବାଚିତ କରିପାରେ ଏନଡିଏ । ରାଜ୍ୟ ବିଧାନସଭାର ନୂତନ ଅଧିବେଶନ ଡିସେମ୍ବର ୧ରୁ ଚାରି-ପାଞ୍ଚ ଦିନ ପାଇଁ ଡକାଯିବାର ସମ୍ଭାବନା ଅଛି ।

- Advertisement -

ଶ୍ରୀ କୁମାର, ନୀତୀଶ କୁମାରଙ୍କ ପୂର୍ବ ସରକାରରେ ମନ୍ତ୍ରୀ ଥିଲେ କିନ୍ତୁ ବିଜେପି ତାଙ୍କୁ ବାଚସ୍ପତି ପଦ ପାଇଁ ମନୋନୀତ କରିପାରେ ବୋଲି ସୂଚନା ମିଳିବା ପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ ଦିଆଯାଇଥିଲା । ଗତକାଲି ଜେଡିୟୁ ବିଧାୟକ ନରେନ୍ଦ୍ର ଯାଦବ ବିହାର ବିଧାନସଭାର କାମଚଳା ବାଚସ୍ପତି ଭାବେ ଶପଥ ନେଇଛନ୍ତି ।

Hot this week

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

ପୁଟିନଙ୍କ ସହ ସାନ୍ଧ୍ୟ ଭୋଜନ: ରାହୁଲ, ଖଡଗେ ନୁହଁନ୍ତି, ଥରୁରଙ୍କୁ ମିଳିଲା ନିମନ୍ତ୍ରଣ

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତର ଶୁକ୍ରବାର...

Related Articles

Popular Categories