www.samajalive.in
Saturday, December 13, 2025
26.1 C
Bhubaneswar

ସରକାରୀ ଶୋଭାଯାତ୍ରାରେ ଯାଇ ବ୍ରିଜ୍ ଉପରୁ ମହାନଦୀଙ୍କୁ ଡେଇଁଲେ ଛାତ୍ରୀ

ବୌଦ୍ଧ: ସରକାରୀ ଶୋଭାଯାତ୍ରାରେ ଯାଇ ମହାନଦୀ ବ୍ରିଜ ଉପରୁ ଡେଇଁ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ। ବୌଦ୍ଧ ମହାନଦୀ ବ୍ରିଜ ନିକଟରେ ମଙ୍ଗଳବାର ଏଭଳି ଘଟଣା ଘଟିଛି। ଅଗ୍ନିଶମ ବାହିନୀ ଛାତ୍ରୀଙ୍କୁ ଉଦ୍ଧାର କରି ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସୂଚନା ମୁତାବକ, ରାଜ୍ୟବ୍ୟାପୀ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୫୦ତମ ଜୟନ୍ତୀ ଶୋଭାଯାତ୍ରା ପାଳନ କରାଯାଉଥିବାବେଳେ ବିଭିନ୍ନ ସରକାରୀ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀଙ୍କୁ ଏଥିରେ ସାମିଲ ହେବାକୁ ଜିଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲା। ସକାଳ ୭ଟା ୩୦ରେ ସ୍ଥାନୀୟ ଶ୍ରୀଜଗନ୍ନାଥ ମନ୍ଦିରଠାରୁ ଏହି ଶୋଭାଯାତ୍ରାରେ ସାମିଲ ହେବାକୁ କୁହାଯାଇଥିଲା। ଫଳରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଓ ତାଲିମ କେନ୍ଦ୍ରର ଛାତ୍ରଛାତ୍ରୀ, ସ୍ୱଳ୍ପ ସଂଖ୍ୟାରେ ଅଙ୍ଗନଓ୍ବାଡି କର୍ମୀ ଏବଂ ସ୍ୱଳ୍ପ ସଂଖ୍ୟାରେ ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ସମେତ କନ୍ଧମାଳ ସାଂସଦ, ବୌଦ୍ଧ ବିଧାୟକ, ଶାସକ ଦଳର କାର୍ଯ୍ୟକର୍ତ୍ତା ଓ ନେତାମାନେ ଶୋଭାଯାତ୍ରାରେ ସାମିଲ ହୋଇଥିଲେ । ଶୋଭାଯାତ୍ରା ପ୍ରାୟ ୫ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ଥିବାବେଳେ ନେତା ଓ ଅଧିକାରୀମାନେ ମାତ୍ର ୫୦୦ ମିଟର ଛାତ୍ରଛାତ୍ରୀଙ୍କ ସହିତ ଶୋଭାଯାତ୍ରାରେ ସାମିଲ ହୋଇ ନିଜ ନିଜ ଗାଡିରେ ଚାଲିଯାଇଥିଲେ। କିନ୍ତୁ ସ୍ୱଳ୍ପ ସଂଖ୍ୟାରେ ରାଜନେତାଙ୍କ ସହିତ ଛାତ୍ରଛାତ୍ରୀମାନେ ୫ କିଲୋମିଟରରୁ ଊର୍ଦ୍ଧ୍ୱ ରାସ୍ତା ଚାଲି ଚାଲି ଅତିକ୍ରମ କରିବାପରେ ମହାନଦୀ ବ୍ରିଜଛକଠାରେ ଆୟୋଜିତ ସଭାସ୍ଥଳରେ ପହଞ୍ଚିଥିଲେ । ଏହି ସମୟରେ ବୌଦ୍ଧ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଜଣେ ଛାତ୍ରୀ ସଭାସ୍ଥଳ ନିକଟ ମହାନଦୀ ବ୍ରିଜ୍ ଉପରୁ ତଳକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ସୂଚନା ପାଇ ଅଗ୍ନିଶମ ବାହିନୀ କର୍ମଚାରୀମାନେ ସଂପୃକ୍ତ ଛାତ୍ରୀଙ୍କୁ ଉଦ୍ଧାର କରିଥିଲେ ଏବଂ ତୁରନ୍ତ ତାଙ୍କୁ ଆମ୍ବୁଲାନସ ଯୋଗେ ଚିକିତ୍ସା ପାଇଁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ତେବେ ଛାତ୍ରୀ ଜଣକ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ବୁର୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି । ଜିଲା ପ୍ରଶାସନର ଅଧିକାରୀ ଓ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଛାତ୍ରୀଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିବାକୁ ମୁଖ୍ୟ ଚିକିତ୍ସାଳୟକୁ ପହଞ୍ଚିଥିବାବେଳେ ଆହତ ଛାତ୍ରୀଙ୍କ ପିତା ମୋର ଝିଅ ପାଠ ପଢିବାକୁ କଲେଜ ଯାଇଥିବାବେଳେ କାହାର ଅନୁମତିରେ ତାକୁ ଶୋଭାଯାତ୍ରାରେ ନିଆଯାଇଥିଲା ବୋଲି ଚିତ୍କାର କରୁଥିବା ଉପସ୍ଥିତ ଲୋକମାନଙ୍କ ମଧ୍ୟରେ ଆଲୋଚନାର ବିଷୟ ପାଲଟିଥିଲା ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories