www.samajalive.in
Wednesday, December 10, 2025
18.1 C
Bhubaneswar

୫୦ କିଲୋମିଟର ଦୂରରୁ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା ପାକିସ୍ତାନୀ ଏଫ-୧୬ ଯୁଦ୍ଧ ବିମାନ

ନୂଆଦିଲ୍ଲୀ: ଭାରତୀୟ ସୀମା ଉଲ୍ଲଂଘନ କରିଥିବା ପାକିସ୍ତାନୀ ଏଫ-୧୬ ଯୁଦ୍ଧ ବିମାନ ସମ୍ପର୍କରେ ନୂଆ ତଥ୍ୟ ପଦାକୁ ଆସିଛି। ଏହି ବିମାନର ପାଇଲଟ ୫୦ କିଲୋମିଟର ଦୂରରୁ ଭାରତୀୟ ବାୟୁସେନା ବିମାନକୁ କ୍ଷେପଣାସ୍ତ୍ର ଆକ୍ରମଣ କରିଥିଲା। ସୁଖୋଇ-୩୦, ମିଗ୍‌-୨୧ ଏବଂ ଅନ୍ୟ ବିମାନକୁ ୪/୫ଟି ‘ଏମରାମ’ କ୍ଷେପଣାସ୍ତ୍ର ମାଡ଼ କରିଥିଲା। କିନ୍ତୁ କୌଣସି କ୍ଷପଣାସ୍ତ୍ର ଲକ୍ଷ୍ୟସ୍ଥଳରେ ବାଜି ନ ଥିଲା ବୋଲି ସେନାର ଜଣେ ଅଧିକାରୀ ନାମ ଗୋପନ ରଖି କହିଛନ୍ତି। ଏହି ‘ଏମରାମ’ କ୍ଷେପଣାସ୍ତ୍ର ଆମେରିକାରେ ନିର୍ମିତ ଉନ୍ନତ ମାନର ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର।

ସୂତ୍ର ଅନୁସାରେ, ଗତ ଫେବୃୟାରୀ ୨୭ରେ ଭାରତୀୟ ସୀମାରେ ପ୍ରବେଶ କରି ପାକିସ୍ତାନୀ ବାୟୁସେନା ବିମାନ ଆକ୍ରମଣ କରିଥିଲା। ଏହି ଆକ୍ରମଣରେ ପାକିସ୍ତାନ ଆମେରିକା ନିର୍ମିତ ଏଫ-୧୬ ଯୁଦ୍ଧ ବିମାନ ବ୍ୟବହାର କରିନାହିଁ ବୋଲି ଦାବି କରିଆସୁଛି। କାରଣ କେବଳ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ ଲାଗି ଏହି ବିମାନ ବ୍ୟବହାର କରିବାକୁ ଚୁକ୍ତି କରି ପାକିସ୍ତାନ ଆମେରିକାଠାରୁ ଏଫ-୧୬ ଯୁଦ୍ଧ ବିମାନ କିଣିଥିଲା। କିନ୍ତୁ ଏହା ଉପରୁ ପରଦା ଉଠାଇବା ଲାଗି ଭାରତୀୟ ସେନା ପକ୍ଷରୁ ଆକ୍ରମଣ ସ୍ଥଳରେ ଖୋଳତାଡ଼ କରାଯିବା ସମୟରେ ଏମରାମ କ୍ଷେପଣାସ୍ତ୍ରର ଭଗ୍ନାଂଶ ମିଳିଛି। ଆହୁରି ଅଧିକ ପ୍ରମାଣ ସଂଗ୍ରହ ଉଦ୍ଦେଶ୍ୟରେ ସେନା ପକ୍ଷରୁ ଆକ୍ରମଣ ଅଞ୍ଚଳରେ ଖୋଜାଖୋଜି କରାଯାଉଛି।

- Advertisement -

ଏମରାମ କ୍ଷେପଣାସ୍ତ୍ରର ଅଧିକ ଭଗ୍ନାଂଶ ମିଳିଗଲେ ପାକିସ୍ତାନର ମିଛ ପଦାକୁ ଆସିବ ବୋଲି ସମ୍ପୃକ୍ତ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଫେବୃୟାରୀ ୨୭ରେ ପାକିସ୍ତାନୀ ଯୁଦ୍ଧ ବିମାନ ଭାରତୀୟ ସୀମା ଅତିକ୍ରମ କରିବା ପରେ ଭାରତୀୟ ବାୟୁସେନା ପକ୍ଷରୁ କଡ଼ା ଜବାବ ଦିଆଯାଇଥିଲା। ଏହି ସମୟରେ ଭାରତୀୟ ବାୟୁସେନାର ମିଗ୍‌-୨୧ ଯୁଦ୍ଧ ବିମାନ ପାଇଲଟ ଅଭିନନ୍ଦନ ବର୍ଦ୍ଧମାନ ପାକିସ୍ତାନୀ ଏଫ୍‌-୧୬ ବିମାନକୁ ଖସାଇ ଦେଇଥିଲେ। ଭାରତର ଏକ ବ୍ରିଗେଡ୍‌ ମୁଖ୍ୟାଳୟ, ଏକ ବାଟାଲିୟନ ମୁଖ୍ୟାଳୟ ଏବଂ ଗୋଟିଏ ତୈଳ ଭଣ୍ଡାର ଉପରେ ଆକ୍ରମଣ କରିବାକୁ ପାକ୍‌ ବାୟୁସେନା ଯୋଜନା କରିଥିଲା, ଯାହାକୁ ଭାରତୀୟ ପାଇଲଟମାନେ ଭଣ୍ଡୁର କରିଦେଇଥିଲେ ବୋଲି ସମ୍ପୃକ୍ତ ଅଧିକାରୀ ଜଣକ କହିଛନ୍ତି।

Hot this week

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

ଭୁବନେଶ୍ୱର ସମେତ, କଟକ, ସମ୍ବଲପୁର, ରାଉରକେଲା, ବ୍ରହ୍ମପୁର ପୁରୀରେ ହେବ ଟାଉନ୍‌ ପ୍ଲାନିଂ

ଭୁବନେଶ୍ୱର: ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ତଥା ଭୁବନେଶ୍ୱର ଉନ୍ନୟନ...

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

Related Articles

Popular Categories