www.samajalive.in
Sunday, December 7, 2025
16.1 C
Bhubaneswar

ବାୟୁ ପ୍ରଦୂଷଣରେ ପ୍ରତି ବର୍ଷ ପ୍ରାଣ ହରାଉଛନ୍ତି ୬ ଲକ୍ଷ ଶିଶୁ

ନୂଆଦିଲ୍ଲୀ: ଘର ଭିତର ହେଉ ଅବା ବାହାର ହେଉ, ବାୟୁ ପ୍ରଦୂଷଣ ଏକ ନିରବ ଓ ଅଦୃଶ୍ୟ ଅସ୍ତ୍ର ସାଜିଛି । ଏହା ପ୍ରତ୍ୟେକ ବର୍ଷ ୭୦ ଲକ୍ଷ ଲୋକଙ୍କ ଅକାଳ ମୃତ୍ୟୁର କାରଣ ପାଲଟିଛି । ଏଥିରେ ପ୍ରତି ବର୍ଷ ପ୍ରାୟ ୬ ଲକ୍ଷ ଶିଶୁ ପ୍ରାଣ ହରାଉଛନ୍ତି । ପରିବେଶ ଓ ମାନବାଧିକାର ପାଇଁ କାର୍ଯ୍ୟ କରୁଥିବା ମିଳିତ ଜାତିସଂଘର ସ୍ବତନ୍ତ୍ର ଦୂତ ଡେଭିଡ୍ ଆର.ବୟଡଙ୍କ ସୂଚନା ଅନୁଯାୟୀ, ଛଅ ଅରବ ବା ଛଅ ଶହ କୋଟିରୁ ଅଧିକ ଲୋକ ପ୍ରଦୂଷିତ ବାୟୁରେ ପ୍ରଶ୍ବାସ ନେଉଛନ୍ତି । ସେମାନେ ବିପଦଜନକ ଅବସ୍ଥାରେ ଜୀବନ ନିର୍ବାହ କରୁଛନ୍ତି । ସେମାନଙ୍କ ମଧ୍ୟରେ ଏକ-ତୃତୀୟାଂଶ ଶିଶୁ ରହିଛନ୍ତି ।

ମାନବାଧିକାର ପରିଷଦରେ ବୟଡ କହିଛନ୍ତି ଯେ, କିଛି ବର୍ଷ ପ୍ରଦୂଷିତ ବାୟୁରେ ପ୍ରଶ୍ବାସ ନେବା ଦ୍ବାରା କ୍ୟାନସର, ଶ୍ବାସକ୍ରିୟା ଜନିତ ରୋଗ ଏବଂ ହୃଦଘାତ ଜନିତ ରୋଗରେ ଆକ୍ରାନ୍ତ ହୋଇ ପ୍ରତି ଘଣ୍ଟାରେ ୮ ଶହ ଲୋକ ପ୍ରାଣ ହରାଉଛନ୍ତି ।

- Advertisement -

ଏଭଳି କିଛି ପରମ୍ପରାର ଉଦାହରଣ ଦେଇ ବୟଡ କହିଛନ୍ତି ବାୟୁ ପ୍ରଦୂଷଣ ଏଭଳି ଏକ ସମସ୍ୟା ଯାହାକୁ ରୋକା ଯାଇ ପାରିବ । ଭାରତ ଓ ଇଣ୍ଡୋନେସିଆରେ ଚାଲୁଥିବା କାର୍ଯ୍ୟକ୍ରମ ମାଧ୍ୟମରେ ଗରିବ ପରିବାର ଲୋକଙ୍କ ରୋଷେଇ ଶୈଳୀରେ ପରିବର୍ତ୍ତନ ଆସିଛି । ଚୁଲା ଓ କୋଇଲା ବ୍ୟବହାର ଛାଡି ଖାଦ୍ୟ ପ୍ରସ୍ତୁତ ପାଇଁ ସ୍ବଚ୍ଛ ପ୍ରଯୁକ୍ତି ବିଦ୍ୟାକୁ ଆପଣାଇଛନ୍ତି । ଯାହା ଫଳରେ ରୋଷେଇ କାର୍ଯ୍ୟରୁ କୋଇଲାର ବ୍ୟବହାରକୁ ସମ୍ପୂର୍ଣ୍ଣ ଭାବେ ହଟାଇ ଦିଆଯାଇ ପାରିଛି ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories