www.samajalive.in
Monday, December 8, 2025
13.1 C
Bhubaneswar

ହ୍ୟୁମାନଙ୍କ ସ୍ଵାସ୍ଥ୍ୟାବସ୍ଥା ନେଇ ଏମିତି କହିଲେ ପତ୍ନୀ…

ସମାଜଲାଇଭ ଡେସ୍କ: ଓଡ଼ିଶାର ପ୍ରଖ୍ୟାତ ଲୋକପ୍ରିୟ ଯୁବ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ରହିଛି। ତାଙ୍କୁ ଆଇସିୟୁ ଭିତରେ ରଖି ଡାକ୍ତର ଶ୍ରୀକାନ୍ତ ବେହେରାଙ୍କ ତତ୍ତ୍ଵାବଧାନ​‌ରେ ଚିକିତ୍ସା କରାଯାଉଛି। ହ୍ୟୁମାନଙ୍କ ଏକାଧିକ ଅଙ୍ଗ କାମ କରୁନଥିବାବେଳେ ଶ୍ଵାସକ୍ରିୟାଜନିତ ସମସ୍ୟା, କିଡନୀ, ଲିଭର ଅଚଳ ହେବାର ସମସ୍ୟା, ରକ୍ତଜମାଟ ବାନ୍ଧିବା ସମସ୍ୟା ଆଦି ରହିଛି।

ତେବେ ଏହାରି ମଧ୍ୟରେ ହ୍ୟୁମାନ୍ ସାଗରଙ୍କ ପତ୍ନୀ ଶ୍ରୀୟା ମିଶ୍ରଙ୍କର ପ୍ରତିକ୍ରିୟା ହସ୍ତଗତ ହୋଇଛି।
ଶ୍ରୀୟା କହିଛନ୍ତି , ଗତ ୨୪ ଘଣ୍ଟାରେ ହ୍ୟୁମାନଙ୍କ ସ୍ଵାସ୍ଥ୍ୟବସ୍ଥାରେ ସେମିତି ଆଖି ଦୃଶିଆ ସୁଧାର ଆସିନାହିଁ । ସବୁ ଭଗବାନଙ୍କ ଉପରେ ଭରସା । ମୁଖ୍ୟମନ୍ତ୍ରୀ ହ୍ୟୁମାନଙ୍କ ସ୍ଵାସ୍ଥ୍ୟଵସ୍ଥା ନେଇ ଡାକ୍ତରଙ୍କ ସହ କଥା ହୋଇଛନ୍ତି । ସବୁ ସୁବିଧା ହସ୍ପିଟାଲରେ ଯୋଗାଇ ଦିଆଯାଇଛି । ଗତ ଅଧ ଘଣ୍ଟା ପୂର୍ବରୁ ସେ ଡକ୍ଟର ଶ୍ରୀକାନ୍ତଙ୍କ ସହ କଥା ହୋଇଥିଲେ। ଏୟାରଲିଫ୍ଟ ନେଇ ଡାକ୍ଟର କହିନାହାନ୍ତି । ସ୍ଵାସ୍ଥ୍ୟବସ୍ଥାରେ ସୁଧାର ଆସିଲେ, ତାହା ଜଣାପଡିବ।

Hot this week

ଅଡ଼ୁଆରେ ପ୍ରଫୁଲ୍ଲ, ରାଜନୈତିକ ଭବିଷ୍ୟତ ନେଇ କଳ୍ପନାଜଳ୍ପନା

ଭୁବନେଶ୍ବର : ଦୁଇପୁଅ ପଦ୍ମ ଧରିବା ପରେ ପୂର୍ବତନ ମନ୍ତ୍ରୀ ତଥା...

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

Related Articles

Popular Categories