ସମାଜ ଲାଇଭ୍ ଡେସ୍କ : ପାକିସ୍ତାନକୁ ସ୍ଥଳସେନା ମୁଖ୍ୟଙ୍କ ଚେତାବନୀ । ଦିଲ୍ଲୀର ଏକ କାର୍ଯ୍ୟକ୍ରମରେ ଯୋଗଦେଇ ପାକିସ୍ତାନକୁ କଡ଼ା ବାର୍ତ୍ତା ଦେଲେ ସ୍ଥଳସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ଵିବେଦୀ । ପାକିସ୍ତାନକୁ ଇଙ୍ଗିତ କରି ସେ କହିଛନ୍ତି ଯେ ଅପରେସନ ସିନ୍ଦୂର ଏକ ଟ୍ରେଲର ଥିଲା ପୁରା ଫିଲ୍ମ ବାକି ଅଛି । ପହଲଗାମ ଆତଙ୍କୀ ଘଟଣାର ଜବାବ ଦେବାକୁ ଯାଇ ଭାରତ ପାକିସ୍ତାନର ଆତଙ୍କି ଆଡ଼ା ବିରୁଦ୍ଧରେ ଅପରେସନ ସିନ୍ଦୂର ର ଆରମ୍ଭ କରିଥିଲା । ଅପରେସନ ସିନ୍ଦୂର ଜରିଆରେ ପାକିସ୍ତାନର ଅନେକ ଆତଙ୍କି ଆଡ଼ା ଧ୍ବଂସ କରିଥିଲା ଭାରତ । ଏହାର ଉଦାହାରଣ ଦେଇ ଜେନେରାଲ ଦ୍ଵିବେଦୀ କହିଛନ୍ତି ଯେ ୮୮ଘଣ୍ଟାର ଅପରେସନ ସିନ୍ଦୂର କେବଳ ଟ୍ରେଲର ଥିଲା । ଯଦି କେହି ଆତଙ୍କୀଙ୍କୁ ପ୍ରୋତ୍ସାହିତ କରେ ତେବେ କଡ଼ା ଜବାବ ଦେବୁ । ଭାରତୀୟ ସେନା ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ପୁରା ପ୍ରସ୍ତୁତ ଅଛି । ଯଦି ପାକିସ୍ତାନ ସୁଯୋଗ ଦିଏ ତେବେ ପଡ଼ୋଶୀକୁ କିପରି ବ୍ୟବହାର କରାଯାଏ ଶିକ୍ଷା ଦେବୁ ।
Popular Categories



