www.samajalive.in
Wednesday, December 10, 2025
14.1 C
Bhubaneswar

ଦିଲ୍ଲୀ ବିସ୍ଫୋରଣ: ଆଇ-୨୦ କାର ମାଲିକ ଗିରଫ

ସମାଜଲାଇଭ ଡେସ୍କ: ଦିଲ୍ଲୀ ଲାଲ୍‌ କିଲ୍ଲା ଅଞ୍ଚଳରେ ହୋଇଥିବା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ) ଆତଙ୍କବାଦୀଙ୍କ ଅନ୍ୟ ଜଣେ ସହଯୋଗୀଙ୍କୁ ଗିରଫ କରିଛି। ସେହି ବ୍ୟକ୍ତି ଜଣକ ହେଉଛି ଆକ୍ରମଣରେ ବ୍ୟବହୃତ ଆଇ-୨୦ କାର ମାଲିକ ଆମିର ରଶିଦ ଅଲ୍ଲୀ। ବିସ୍ଫୋରଣରେ ବ୍ୟବହୃତ କାରଟି ଆମିର ନାଁରେ ପଞ୍ଜୀକୃତ ହୋଇଥିଲା। ଏନଆଇଏ ତା’କୁ ଦିଲ୍ଲୀରୁ ଗିରଫ କରିଛି।

ବିସ୍ଫୋରଣର ତଦନ୍ତ ପୂର୍ବରୁ ଦିଲ୍ଲୀ ପୁଲିସ କରୁଥିଲା। କିନ୍ତୁ ପରେ ଏହି ମାମଲା ଏନଆଇଏକୁ ଦିଆଯାଇଥିଲା। ତଦନ୍ତରୁ ଜଣାପଡ଼ିଚି ଯେ, ଆମିର ଜାମ୍ମୁ-କାଶ୍ମୀରର ସାମ୍ବୁରା ନିବାସୀ। ସେ ପୁଲଓ୍ବାମାର ଉମର ଉନ ନବୀ ସହିତ ମିଶି ଏହି ଆକ୍ରମଣ ଯୋଜନା କରିଥିଲା। ଏନଆଇଏ ଫୋରେନସିକ ତଦନ୍ତରୁ ବିସ୍ଫୋରଣ ସମୟରେ କାର ଭିତରେ ଥିବା ଡ୍ରାଇଭରକୁ ଚିହ୍ନଟ କରିଥିଲା। ସେହି ଡ୍ରାଇଭର ହେଉଛି ଉମର ଉନ ନବୀ। ଉମର ପୁଲଓ୍ବାମାରେ ରହୁଥିଲା। ସେ ହରିୟାଣାର ଫରୀଦାବାଦସ୍ଥିତ ଅଲ-ଫଲାହ ବିଶ୍ଵବିଦ୍ୟାଳୟରେ ଜେନେରାଲ ମେଡିସିନ ବିଭାଗରେ ସହକାରୀ ପ୍ରଫେସର ଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories