www.samajalive.in
Wednesday, December 10, 2025
14.1 C
Bhubaneswar

‘ଗଣମାଧ୍ୟମକୁ ସମୟ ସହ ତାଳ ଦେଇ ବଦଳିବାକୁ ପଡ଼ିବ’

କଟକ: ଜାତୀୟ ପ୍ରେସ୍ ଦିବସର ଅବ୍ୟବହିତ ପୂର୍ବରୁ ଶନିବାର ‘ସମାଜ’ ମୁଖ୍ୟ କାର୍ଯ୍ୟାଳୟରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି ଅବସରରେ ଲୋକ ସେବକ ମଣ୍ଡଳର ସଭାପତି ଶ୍ରୀ ରାଜକୁମାର ସମ୍ବୋଧିତ କରି କହିଛନ୍ତି ଯେ ଏହି ଦିବସ ୧୯୬୬ ମସିହା ନଭେମ୍ବର ୧୬ରୁ ଯଦିଓ ଆରମ୍ଭ ହୋଇଥିଲା; କିନ୍ତୁ ଏହା ଦେଶ ସ୍ବାଧୀନତା ପୂର୍ବରୁ ଚାଲି ଆସିଛି। ବ୍ରିଟିଶଙ୍କ ବିରୋଧରେ ଶାଣିତ ଲେଖନୀ ମାଧ୍ୟମରେ ସ୍ବାଧୀନତା ସଂଗ୍ରାମ ଲଢ଼ା ଯାଉଥିଲା। ପ୍ରେସର ମହତ୍ତ୍ୱ ଠିକ୍ ସେପରି ବଢ଼ି ଚାଲିଛି ଯେପରି ଶିକ୍ଷାର ବିକାଶ ଧୀରେ ଧୀରେ ହେଲା, ଠିକ୍ ସେମିତି ସାମ୍ବାଦିକତାର ବିକାଶ ମଧ୍ୟ ହେଲା। ଗଣମାଧ୍ୟମକୁ ସମୟ ସହିତ ତାଳ ଦେଇ ବଦଳିବାକୁ ପଡ଼ିବ ବୋଲି ସେ କହିଥିଲେ। ଲୋକସେବକ ମଣ୍ଡଳର ଉପସଭାପତି ଦୀପକ ମାଲବ୍ୟ କହିଛନ୍ତି ‘ସମାଜ’ ୧୦୬ ବର୍ଷ ହେଲା ଯେମିତି ଚାଲି ଆସିଥିଲା, ଏବେ ଆଗକୁ ସମୟ ଅନୁସାରେ ବଦଳିବାକୁ ପଡ଼ିବ। ଡିଜିଟାଲ ଯୁଗରେ ଟେକ୍ନୋଲୋଜିର ବ୍ୟବହାର କରି ଆମକୁ ଆଗକୁ ଯିବାକୁ ପଡ଼ିବ।

ଅଧୁନା ସମୟରେ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭର ମୂଳଦୁଆ ଏବେ ଦୁର୍ବଳ ହେବାରେ ଲାଗିଛି ବୋଲି ସର୍ବୋଚ୍ଚ ନ୍ୟାୟାଳୟର ଆଇନଜୀବୀ ତଥା ଲୋକସେବକ ମଣ୍ଡଳର ସଭାପତିଙ୍କ ପରାମର୍ଶଦାତା ରାମନାଥ ଝା କହିଛନ୍ତି। ସେ ଆହୁରି କହିଛନ୍ତି ଏବେ ସାମ୍ବାଦିକତାର ରୂପରେଖ ବଦଳୁଛି, ଚାପ ବଢ଼ୁଛି। ହେଲେ ‘ସମାଜ’ ଭଳି ଖବରକାଗଜ ପରୀକ୍ଷିତ। ଆଗକୁ ବଢ଼ିବାକୁ ହେଲେ ଏହାର କର୍ମଚାରୀମାନଙ୍କୁ ସମୟାନୁକ୍ରମେ ନୂଆ ଜ୍ଞାନକୌଶଳ ଆହରଣ କଲେ ‘ସମାଜ’ ଅଧିକ ସଶକ୍ତ ଓ ଲୋକପ୍ରିୟ ହୋଇପାରିବ।

- Advertisement -

‘ସମାଜ’ ଖବରକାଗଜର ମୁଦ୍ରାକର ଓ ପ୍ରକାଶକ ତଥା ଲୋକସେବକ ମଣ୍ଡଳର ସମ୍ପାଦକ ରାଜେନ୍ଦ୍ର ଜେନା ସମାଜର ଅତୀତର ସ୍ମୃତି ରୋମନ୍ଥନ କରିବା ସହ କେବଳ ଖବରକାଗଜ ନୁହଁ ଅନ୍ୟାନ୍ୟ ଖବର ଡିଜିଟାଲ ମାଧ୍ୟମରେ ଲୋକପ୍ରିୟ ହୋଇପାରିଛି ବୋଲି ସୂଚନା ଦେଇଥିଲେ। କାର୍ଯ୍ୟକ୍ରମର ମଞ୍ଚ ପରିଚାଳନା ତଥା ସ୍ୱାଗତ ଅଭିଭାଷଣ ପ୍ରଦାନ କରି ସମ୍ପାଦକ ତପନ ମିଶ୍ର କହିଛନ୍ତି ଯେ ଶତାୟୁ ଅନୁଷ୍ଠାନ ‘ସମାଜ’ କିଭଳି ପ୍ରାକ୍ ସ୍ବାଧୀନତା କାଳରୁ କଠିନ ପରିସ୍ଥିତିରେ ଗତି କରି ଲୋକଙ୍କ ଖବରକାଗଜ ପାଲଟିଛି ସୂଚନା ଦେଇଛନ୍ତି। ଯୋଗଜନ୍ମାଙ୍କ ତ୍ୟାଗ ଓ ତିତିକ୍ଷା ଅନୁଷ୍ଠାନକୁ ଶତାୟୁ କରିଛି। ଏହି ଅବସରେ ‘ସମାଜ’ର ବିଭିନ୍ନ କ୍ଷେତ୍ରର କୃତୀ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ କରିବା ସହ ପୁରସ୍କୃତ କରାଯାଇଥିଲା।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories