www.samajalive.in
Thursday, December 11, 2025
18.1 C
Bhubaneswar

୫ ବନ୍ଧୁକ ଜବତ: ଦୁଇ ବେପାରୀ ଗିରଫ

ଭୁବନେଶ୍ଵର: ଅନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗର ଦୁଇ ସଦସ୍ୟ ଗିରଫ। ବଡ ଲୁଟ୍ ପାଇଁ ଯୋଜନାବେଳେ କାବୁ କରିଛି ସ୍ପେଶାଲ କ୍ରାଇମ୍ ୟୁନିଟ୍। ବନ୍ଧୁକ କିଣିବାକୁ ଯାଇ ବନ୍ଧୁକ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି କମିଶନରେଟ୍ ପୁଲିସ୍ ।
ଅଭିଯୁକ୍ତଙ୍କଠାରୁ ଗୋଟିଏ କାରବାଇନ୍ ଓ ୫ ବନ୍ଧୁକ ଜବତ ହୋଇଛି। ୯ ଜୀବନ୍ତ ଗୁଳି ସମେତ ୨ ମୋବାଇଲ ଫୋନ୍ ମଧ୍ୟ ଜବତ କରାଯାଇଛି। ଅଭିଯୁକ୍ତ ମାନେ ବିହାରର ଦିବ୍ୟାଂଶୁ କୁମାର ଏବଂ ଦୀପକ କୁମାର ବୋଲି ଜଣାପଡିଛି। ଦୁଇ ଜଣ ଡିଲ୍ ପାଇଁ ଓଡିଶା ଆସିଥିବା ପ୍ରେସମିଟ୍ ରେ ସୂଚନା ଦେଇଛନ୍ତି ପୁଲିସ୍‌ କମିଶନର।

ସୂଚନାଥାଉକି, କଳାବଜାରୀ ମୂଲ୍ୟ ଅନୁସାରେ ଗୋଟିଏ କାରବାଇନ ଦେଢ଼ ଲକ୍ଷରୁ ଦୁଇ ଲକ୍ଷ ହେବ। କିନ୍ତୁ ଡିସିପି ଅନୁପ କାନୁନଗୋ ନିଜେ ବନ୍ଧୁକ ବେପାରୀକୁ ଫୋନ କରିଥିଲେ। ଗୋଟିଏ କାରବାଇନ ବନ୍ଧୁକ କିଣିବା ପାଇଁ ୫ ଲକ୍ଷ ଟଙ୍କା ଦେବେ ବୋଲି ଡିଲ କରିଥିଲେ। ଏହି ପ୍ରଲୋଭନରେ ପଡ଼ି ଯାଇଥିଲେ ୨ ବନ୍ଧୁକ ବେପାରୀ । ଗତକାଲି ରାତିରେ ଖାରବେଳନଗର ୟୁନିଟ-3 ଅଞ୍ଚଳକୁ ଯାଇଥିଲେ। ସେଠାରୁ ପୁଲିସ ୨ ବେପାରୀଙ୍କୁ କାବୁ କରିଥିଲା।

Hot this week

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

ମହିଳାଙ୍କୁ ଦୁର୍ବ୍ୟବହାର- ବୃଦ୍ଧଙ୍କୁ ଲଣ୍ଡା କରି ଚପଲ ମାଳ ପିନ୍ଧାଇଲେ

ଭବାନୀପାଟଣା - ଜଣେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ସଦରଥାନା ଅନ୍ତର୍ଗତ...

୨୦୦ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ, ଚେତା ହରାଇଲେ ଛାତ୍ରୀ

ସମାଜଲାଇଭ ଡେସ୍କ: ଛାତ୍ରୀଙ୍କୁ ଦୁଇ ଶହ ଥର ବସଉଠ କରାଇଲେ ଶିକ୍ଷୟିତ୍ରୀ।...

 ବସ୍‌ ସହ ବାଇକ ମୁହାଁ ମୁହିଁ ଧକ୍କା, ୨ ଛାତ୍ରଙ୍କ ମୃତ୍ୟୁ  

ଗୁଣପୁର, - -ରାୟଗଡ଼ା ଜିଲ୍ଲା ରାମନାଗୁଡା ଥାନା ଅନ୍ତର୍ଗତ ପାଲୁପାଇ ନିକଟରେ...

Related Articles

Popular Categories