www.samajalive.in
Friday, December 5, 2025
23.1 C
Bhubaneswar

ନେହେରୁଙ୍କ ଭାରତ ନିର୍ମାଣ

ଭୁବନେଶ୍ଵର: ଅଷ୍ଟାଦଶ ଶତାବ୍ଦୀର ମଧ୍ୟଭାଗରେ ସମଗ୍ର ବିଶ୍ୱରେ ଏକ ବଡ଼ ପରିବର୍ତ୍ତନ ଘଟିଥିଲା। ଷ୍ଟିମ୍‌‌ ଇଞ୍ଜିନର ଉଦ୍ଭାବନ ଆଣିଥିଲା ପ୍ରଥମ ଶିଳ୍ପ ବିପ୍ଲବ। ମାତ୍ର ଠିକ୍‌‌ ସେହି କାଳରେ ଭାରତ ବ୍ରିଟିଶଦ୍ୱାରା ଅଧିକୃତ ହେଲା ୧୭୫୭ରେ। ଏହାର ଏକଶହ ବର୍ଷ ପରେ ଭାରତରେ ପ୍ରଥମ ସଂଗଠିତ ସ୍ୱାଧୀନତା ସଂଗ୍ରାମ ହୋଇଥିଲା ୧୮୫୭ରେ। ସେତେବେଳେ ଭାରତରେ କୌଣସି ରାଜନୈତିକ ଦଳ ଗଠନ ହୋଇନଥିଲା। ୧୮୮୫ରେ କଂଗ୍ରେସ ପ୍ରଥମେ ଗଠନ ହେଲା। ୧୯୧୫ରେ ମୋହନଦାସ କରମଚାନ୍ଦ ଗାନ୍ଧୀ ଦକ୍ଷିଣ ଆଫ୍ରିକାରୁ ଭାରତ ଆସିବା ପରେ ଭାରତର ସ୍ୱାଧୀନତା ସଂଗ୍ରାମକୁ ସେ ଏକ ଗଣଆନ୍ଦୋଳନରେ ପରିଣତ କଲେ। ଗାନ୍ଧିଜୀ ଥିଲେ ନୂଆ ଭାରତର ପ୍ରମୁଖ ବିନ୍ଧାଣି। ତାଙ୍କର ପଟ୍ଟଶିଷ୍ୟ ଥିଲେ ଜବାହରଲାଲ ନେ‌େ​‌ହରୁ ଓ ବଲ୍ଲଭଭାଇ ପଟେଲ। ବ୍ରିଟିଶ ଶାସନରୁ ଭାରତକୁ ମୁକ୍ତ କରିବା ସହିତ ଏକ ସ୍ୱାଧୀନ, ସାର୍ବଭୌମ ଆଧୁନିକ ଭାରତ ଗଢ଼ିବା ଥିଲା ସ୍ୱାଧୀନତା ଆନ୍ଦୋଳନର ମୂଳ ଲକ୍ଷ୍ୟ ।
ଦୁଇଶହ ବର୍ଷର ଔପନିବେଶିକ ଶାସନ କାଳରେ ଭାରତ ସବୁକିଛି ହରାଇ ସାରିଥିଲା। ବ୍ରିଟିଶ ଶାସନ କାଳରେ ଭାରତରେ ଲଗାତାର ଦୁର୍ଭିକ୍ଷ ପଡ଼ିଥିଲା ଓ ନିୟୁତ ନିୟୁତ ଲୋକ ପ୍ରାଣ ହରାଇଥିଲେ। ସେହି କାଳରେ ଓଡ଼ିଶାରେ ନଅଙ୍କ ଦୁର୍ଭିକ୍ଷ ପଡ଼ିଥିଲା ଓ ଏହି ଦୁର୍ଭିକ୍ଷରେ ୧୦ଲକ୍ଷ ଲୋକ ପ୍ରାଣ ହରାଇଥିଲେ। ଭାରତର ଶିଳ୍ପ, କୃଷି, କାରୁକାର୍ଯ୍ୟ, ଭାରତର ସଂହତି ଆଦିକୁ ବ୍ରିଟିଶ ସରକାର ଲୋପ କରି ଦେଇ, ହିନ୍ଦୁ-ମୁସଲମାନ ବିଦ୍ୱେଷକୁ ବଢ଼ାଇବା ଦିଗରେ ବ୍ୟଗ୍ର ଥିଲେ। ସ୍ୱାଧୀନତା ସଂଗ୍ରାମ କାଳରେ ଦେଖାଦେଲା ଯେ, ଅନେକ ଭାରତୀୟ ରାଜା, ସ୍ୱାଧୀନତା ଆନ୍ଦୋଳନକୁ ବିରୋଧ କରି ବ୍ରିଟିଶ ସରକାରକୁ ସମର୍ଥନ ଦେଲେ। ରାଜଭକ୍ତ ଓ ସାମ୍ପ୍ରଦାୟିକ ଶକ୍ତିମାନେ ଦେଶର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କଲେ ନାହିଁ।
ଭାରତର ସମାଜ ଜୀବନରେ ଯେତେ ସବୁ ଦ୍ୱନ୍ଦ୍ୱ ଥିଲା, ସେ ସବୁ ସ୍ୱାଧୀନତା ସଂଗ୍ରାମ କାଳରେ ଦେଶ ସାମ୍‌‌ନାରେ ଦେଖାଦେଲା। ରାଜା, ଜମିଦାର ବନାମ ପ୍ରଜା ଓ କୃଷକ, ଉଚ୍ଚବର୍ଣ୍ଣ ବନାମ ନିମ୍ନବର୍ଣ୍ଣ, ପୁଞ୍ଜିପତି ବନାମ ଶ୍ରମିକ। ଏସବୁ ବ୍ୟତୀତ ବିଭିନ୍ନ ଜାତି ଓ ଭାଷା ମଧ୍ୟରେ ବିବାଦ ସହିତ ଧର୍ମୀୟ ବିଦ୍ୱେଷ ମୁଣ୍ଡ ଟେକିଥିଲା। ଏ ସମସ୍ତ ଗୁରୁତର ସମସ୍ୟାକୁ ସମାଧାନ କରାଇ ଏକ ସାର୍ବଭୌମ ସ୍ୱାଧୀନ ଭାରତ ନିର୍ମାଣର ଦାୟିତ୍ୱ ମୁଖ୍ୟତଃ ଗାନ୍ଧୀଜୀ, ପଟେଲ ଓ ନେହରୁଙ୍କ ଉପରେ ପଡ଼ିଥିଲା।
କଂଗ୍ରେସ ପୂର୍ଣ୍ଣ ସ୍ୱାଧୀନତାର ଦାବି ଉଠାଇଥିଲା ୧୯୨୯ରେ। ତାହା ପୂର୍ବରୁ ୧୯୨୦ ଓ ୧୯୨୧ରେ କଂଗ୍ରେସର ଅହମ୍ମଦବାଦା ଅଧିବେଶନ ଓ ଗୟା ଅଧିବେଶନରେ କମ୍ୟୁନିଷ୍ଟ ପାର୍ଟି ପକ୍ଷରୁ ପୂର୍ଣ୍ଣ ସ୍ୱାଧୀନତାର ପ୍ରସ୍ତାବ ଦିଆଯାଇଥିଲା; ମାତ୍ର କଂଗ୍ରେସ ଅଧିବେଶନ ତାହାକୁ ଗ୍ରହଣ କରି ନଥିଲା। ୧୯୨୯ରେ କଂଗ୍ରେସ ଅଧିବେଶନ ବସିଥିଲା ଲାହୋରରେ। ଏହି ଅଧିବେଶନରେ ନେହରୁ ସଭାପତିତ୍ୱ କରିଥିଲେ ଓ ସେ ପୂର୍ଣ୍ଣ ସ୍ୱାଧୀନତାର ପ୍ରସ୍ତାବ ଆଗତ କରିଥିଲେ ଏବଂ ତାହା ଗୃହୀତ ହୋଇଥିଲା। ଲାହୋର ଅଧିବେଶନ, ସ୍ୱାଧୀନତା ଆନ୍ଦୋଳନରେ ଏକ ବତିଖୁଣ୍ଟ ହୋଇ ରହିଆସିଛି। ଏହାର ଦୁଇ ବର୍ଷ ପରେ ୧୯୩୧ରେ ଭଗତ ସିଂ, ସୁଖଦେବ ଓ ରାଜଗୁରୁଙ୍କ ଫାଶୀ ଦିଆଯିବାର କେଇ ଦିନ ପରେ କରାଚିରେ କଂଗ୍ରେସର ଗୁରୁତ୍ୱପୂର୍ଣ୍ଣ ଅଧିବେଶନ ବସିଥିଲା। ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଏହି ଅଧିବେଶନରେ ସଭାପତିତ୍ୱ କରିଥିଲେ। କରାଚି ଅଧିବେଶନ ଭାରତ ନିର୍ମାଣରେ ଏକ ମାଇଲ ଖୁଣ୍ଟ ଥିଲା। ଜବାହାରଲାଲ ଏହି ଅଧିବେଶନ ପାଇଁ ଅର୍ଥନୈତିକ ଓ ରାଜନୈତିକ ଖସଡା ପ୍ରସ୍ତୁତ କରିଥିଲେ ଓ ଉପସ୍ଥାପନ କରିଥିଲେ। ନେ​‌େ​‌ହରୁ ଘୋଷଣା କରିଥିଲେ ଯେ- ସ୍ୱାଧୀନ ଭାରତରେ ନାଗରିକ ଅଧିକାର, କଥା କହିବାର ଅଧିକାର, ସଭା କରିବାର ଅଧିକାର ଓ ସଂଗଠନ ଗଢିବାର ଅଧିକାର ରହିବ। ପ୍ରେସର ସ୍ୱାଧୀନତା ଅକ୍ଷୁଣ୍ଣ ରହିବ। ସମସ୍ତେ ଆଇନ ଆଗରେ ସମାନ ରହିବେ ଓ ସମସ୍ତ ନାଗରିକଙ୍କୁ ଭୋଟ ଅଧିକାର ଦିଆଯିବ। ମାଗଣା ଓ ବାଧ୍ୟତାମୂଳକ ପ୍ରାଥମିକ ଶିକ୍ଷା ଦିଆଯିବ। ଶ୍ରମିକମାନେ ଆଠ ଘଣ୍ଟା କାମ କରିବେ ଓ ସେମାନଙ୍କୁ ବଞ୍ଚିବା ଭଳି ମଜୁରି ଦିଆଯିବ। କୃଷକମାନଙ୍କ ଜମି ଉପରୁ ଟିକସ କମିବ। ଦେଶର ପ୍ରମୁଖ ଶିଳ୍ପ, ଖଣି ଓ ପରିବହନ ଆଦି ରାଷ୍ଟ୍ରାୟତ୍ତ ମାଲିକାନାରେ ରହିବ। ସଂଘ୍ୟାଲଘୁ ଓ ମହିଳାମାନଙ୍କୁ ସୁରକ୍ଷା ଦିଆଯିବ। ‘ମଦ’ର ବ୍ୟବହାରକୁ ସଙ୍କୁଚିତ କରାଯିବ। ଏହି ଘୋଷଣା ଥିଲା ଆଧୁନିକ ଭାରତ ନିର୍ମାଣ ପାଇଁ ପ୍ରତିବଦ୍ଧତା ଓ ଏହା ମଧ୍ୟ ଦେଇ ନେ‌େ‌ହରୁଙ୍କ ଭାରତର ଭବିଷ୍ୟତ ସମ୍ପର୍କରେ ଭାବନା ପ୍ରତିଫଳିତ ହୋଇଥିଲା।
୧୯୩୮ରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ କଂଗ୍ରେସର ହରିପୁରା ଅଧିବେଶନରେ ସଭାପତି ଭାବେ ନିର୍ବାଚିତ ହେବା ପରେ ଭାରତର ବିକାଶ ପାଇଁ ଜାତୀୟ ପ୍ଲାନିଂ କମିଟି ଗଠନ କରିଥିଲେ ଓ ନେ​‌େ​‌ହରୁଙ୍କୁ ଏହି କମିଟିର ଚେୟାରମ୍ୟାନ ଭାବେ ନିଯୁକ୍ତି ଦେଇଥିଲେ। ଦେଶ ସ୍ୱାଧୀନ ହେବା ପରେ ପଣ୍ଡିତ ନେ‌େ‌ହରୁ, ସୁଭାଷ ବୋଷଙ୍କ ପରିକଳ୍ପନା ଅନୁଯାୟୀ ଦେଶରେ ଯୋଜନା କମିସନ ଗଠନ କରିଥିଲେ।
୧୯୨୮ ମସିହାରେ ପଣ୍ଡିତ ନେହରୁ ଭାରତର ସମ୍ବିଧାନ ତିଆରି ସମ୍ପର୍କରେ ସର୍ବଦଳୀୟ ସମ୍ମିଳନୀ ଡକାଇ ଏକ ରିପୋର୍ଟ ପ୍ରସ୍ତୁତ କରିଥିଲେ, ଯାହା ନେ‌େ‌ହରୁ ରିପୋର୍ଟ ନାମରେ ପ୍ରସିଦ୍ଧ। ନେତାଜୀଙ୍କ ମୃତ୍ୟୁ ଅନ୍ତର୍ଦ୍ଧାନ ପରେ ଆଜାଦ୍‌‌ ହିନ୍ଦ୍‌‌ ଫୌଜ ଯୁଦ୍ଧ ପ୍ରତ୍ୟାହାର କରିନେଲା ଓ ଆଜାଦ୍‌‌ ହିନ୍ଦ୍‌‌ ଫୌଜର ଅଫିସର ଓ ସୈନିକମାନଙ୍କର ବିଚାର ଆରମ୍ଭ କରିଥିଲା ବ୍ରିଟିଶ ସରକାର। ସେହି ବୀର ଯୋଦ୍ଧାମାନଙ୍କ ସପକ୍ଷରେ ଅଦାଲତରେ ଲଢିବା ପାଇଁ କଂଗ୍ରେସ ଯେଉଁ କମିଟି ଗଠନ କରିଥିଲା, ସେହି କମିଟିରେ ବାରିଷ୍ଟର ବୁଲାଭାଇ ଦେଶାଇଙ୍କ ସମେତ ଜବାହରଲାଲ ନେ‌େହରୁ ସଦସ୍ୟ ଥିଲେ। ଦେଶ ସ୍ୱାଧୀନ ହେବାର ସାଢେ ପାଞ୍ଚ ମାସ ପରେ ଗାନ୍ଧୀଜୀଙ୍କ ହତ୍ୟା ଓ ସାଢେ ତିନି ବର୍ଷ ପରେ ସର୍ଦାର ପଟେଲଙ୍କ ମୃତ୍ୟୁ ପରେ ନେ‌େ‌ହରୁ ହିଁ ଏକାକୀ ହୋଇଯାଇଥିଲେ। ଦେଶ ବିଭାଜନର ଦୁଃଖଦ ଓ ବିପଦଜନକ ପରିସ୍ଥିତି, ଦେଶର ଶୋଚନୀୟ ଆର୍ଥିକ ପରିସ୍ଥିତି, ୮୪ ଶତାଂଶ ଲୋକ ନିରକ୍ଷର, ପୁଞ୍ଜି ଓ କାରିଗରୀ କୌଶଳର ଅଭାବକୁ ଅତିକ୍ରମ କରି ନୂତନ ଭାରତ ନିର୍ମାଣ ଆରମ୍ଭ କରିଥିଲେ ନେ​‌େ​‌ହରୁ। ପ୍ରଫେସର ଆଦିତ୍ୟ ମୁଖାର୍ଜୀଙ୍କ ଭାଷାରେ ଭାରତ ଗଠନ ପାଇଁ ନେ‌େହରୁଙ୍କର ପାଞ୍ଚଟି ଲକ୍ଷ୍ୟ ଥିଲା। ସେଗୁଡ଼ିକ ହେଉଛି-
(୧) ଭାରତ ସାମ୍ରାଜ୍ୟବାଦ ବିରୋଧୀ ଭୂମିକା ଗ୍ରହଣ କରିବ ଓ ଭାରତ ଏକ ସ୍ୱାଧୀନ ତଥା ଆତ୍ମନିର୍ଭରଶୀଳ ଦେଶ ହୋଇ ଠିଆହେବ। ନେ‌େହରୁଙ୍କ ପ୍ରଧାନମନ୍ତ୍ରିତ୍ୱ କାଳରେ ସେ ଆଫ୍ରେ-ଏସିଆନ୍‌‌ ଶୀର୍ଷ ସମ୍ମିଳନୀ ବାନ୍ଦୁଂ (ଇଣ୍ଡୋନେସିଆ)ରେ ୧୯୫୫ରେ ସଂଗଠନ କରାଇଥିଲେ। ନେ‌େହରୁ ଭାରତକୁ ଶିଳ୍ପ ସମୃଦ୍ଧ ରାଷ୍ଟ୍ରରେ ପରିଣତ କରିବା ପାଇଁ ଉଦ୍ୟମ କରିବା ସହିତ କୃଷି କ୍ଷେତ୍ରରେ ସବୁଜ ବିପ୍ଲବ ଆଣିଥିଲେ। (୨) ଭାରତକୁ ଏକ ଗଣତାନ୍ତ୍ରିକ ରାଷ୍ଟ୍ର ଭାବେ ସେ ଗଢିଥିଲେ। ସବୁ ନାଗରିକ ସମାନ ଅଧିକାର। ଜାତି, ଶ୍ରେଣୀ, ଧର୍ମ, ଭାଷା, ଲିଙ୍ଗ, ଅଞ୍ଚଳ ନିର୍ବିଶେଷରେ ସମସ୍ତେ ସମାନ ଭାବେ ଭାରତରେ ବସବାସ କଲେ। (୩) ଭାରତ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହେଲା। ସଂଖ୍ୟାଗରିଷ୍ଠ ଓ ସଂଖ୍ୟାଲଘୁମାନଙ୍କୁ ବାଛବିଚାର କରାଗଲା ନାହିଁ। ଧର୍ମ, ରାଷ୍ଟ୍ର ପରିଚାଳନାରେ ହସ୍ତକ୍ଷେପ କରିବ ନାହିଁ କି ରାଷ୍ଟ୍ର ଧର୍ମ ବ୍ୟାପାରରେ ହସ୍ତକ୍ଷେପ କରିବ ନାହିଁ ବୋଲି ସେ ଘୋଷଣା କଲେ। (୪) ଭାରତର ରାଷ୍ଟ୍ର, ଦରିଦ୍ର ଲୋକଙ୍କ ଉନ୍ନତି ପାଇଁ ପଦକ୍ଷେପ ନେବା ଆରମ୍ଭ କରିଥିଲା। ଖାଦ୍ୟ, ବାସଗୃହ, ଶିକ୍ଷା, ଚିକିତ୍ସା ଆଦିର ବ୍ୟବସ୍ଥା। (୫) ଦେଶ ଭିତରେ ଅନ୍ଧବିଶ୍ୱାସକୁ ହଟାଯାଇ ବୈଜ୍ଞାନିକ ଚେତନାର ପ୍ରସାର ଦିଗ‌େ‌ର କାର୍ଯ୍ୟକ୍ରମ ଗ୍ରହଣ କରାଗଲା।
ନେ​‌େ​‌ହରୁ ୧୯୪୭-୧୯୬୪ ମସିହା ପର୍ଯ୍ୟନ୍ତ ସତର ବର୍ଷ ଧରି ଭାରତର ପ୍ରଧାନମନ୍ତ୍ରୀ ଥିଲେ। ୧୯୨୧ରୁ ୧୯୪୫ ମଧ୍ୟରେ ସ୍ୱାଧୀନତା ସଂଗ୍ରାମ ବେଳେ ସେ ନଅଥର ଜେଲ ଯାଇଥିଲେ ଓ ମୋଟରେ ୩୨୫୯ଦିନ ଜେଲ ଜୀବନ କଟାଇଥିଲେ, ପ୍ରାୟ ୯ ବର୍ଷ। ​‌େ​‌ନ‌େହରୁ ଗୋଷ୍ଠୀ ନିରପେକ୍ଷ ଆନ୍ଦୋଳନର ଅନ୍ୟତମ ପ୍ରତିଷ୍ଠାତା ଥିଲେ। ଆଧୁନିକ ଭାରତର ନିର୍ମାତା ଥିଲେ ନେହରୁ। ଅର୍ଥନୀତି କ୍ଷେତ୍ରରେ ନେ‌େ‌ହରୁ ତିନିଟି ନୀତି ଗ୍ରହଣ କରିଥିଲେ। ପ୍ରଥମତଃ ବିଦେଶୀ ପୁଞ୍ଜି ଓ ଭାରତୀୟ ପୁଞ୍ଜି ମଧ୍ୟରେ ପ୍ରତିଯୋଗିତା ସମୟରେ ସେ ଭାରତୀୟ ପୁଞ୍ଜିକୁ ଅଗ୍ରାଧିକାର ଦେଇଥିଲେ। ଦ୍ୱିତୀୟତଃ ଦେଶ ଭିତରେ ବୃହତ୍ ପୁଞ୍ଜିପତି ଓ ମଧ୍ୟମ ଓ କ୍ଷୁଦ୍ର ପୁଞ୍ଜିପତିଙ୍କ ମଧ୍ୟରେ ପ୍ରତିଯୋଗିତା ସମୟରେ ସେ କ୍ଷୁଦ୍ର ଓ ମଧ୍ୟମ ପୁଞ୍ଜିପତିଙ୍କୁ ଅଗ୍ରାଧିକାର ଦେଉଥିଲେ। ତୃତୀୟତଃ ଭାରତର ମୌଳିକ ଶିଳ୍ପ କ୍ଷେତ୍ର ଯଥା- ପ୍ରତିରକ୍ଷା, ବିଦ୍ୟୁତ୍‌, ଇସ୍ପାତ, କୋଇଲା, ରେଳ, ଡାକତାର, ପରିବହନ, ବନ୍ଦର ଆଦିକୁ ରାଷ୍ଟ୍ରର ନିୟନ୍ତ୍ରଣରେ ରଖିଥିଲେ।
ନେ‌େହରୁଙ୍କ ଅବଦାନ ଓ ତାଙ୍କର ଭୂମିକାକୁ ଦେଶ କେବେହେଲେ ପାସୋରି ଦେଇପାରିବ ନାହିଁ। ଜନ୍ମ ଦିବସରେ ସମଗ୍ର ଦେଶବାସୀ ତାଙ୍କର ଅବଦାନକୁ ସ୍ମରଣ କରୁଛନ୍ତି।
ଭୁବନେଶ୍ବର

Hot this week

ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

ଫେବୃଆରୀ ୧୯ରୁ ମାଟ୍ରିକ୍‌ ପରୀକ୍ଷା; ଗଣତି ପରୀକ୍ଷା ଦିନ ଅଧିକ ୧୫ମିନିଟ୍‌

ସମାଜ ଡିଜିଟାଲ ଡେସ୍କ: ଫେବୃଆରୀ ୧୯ରୁ ରାଜ୍ୟରେ ଆରମ୍ଭ ହେବ ମାଟ୍ରିକ୍‌...

Related Articles

Popular Categories