www.samajalive.in
Saturday, December 13, 2025
21.1 C
Bhubaneswar

କର୍ଣ୍ଣାଟକ ଓ ତାମିଲନାଡୁ ଗସ୍ତରେ ପ୍ରଧାନମନ୍ତ୍ରୀ ; ବିଭିନ୍ନ ପ୍ରକଳ୍ପର କରିବେ ଶୁଭାରମ୍ଭ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର କର୍ଣ୍ଣାଟକ ଓ ତାମିଲନାଡୁ ଗସ୍ତରେ ଯାଇ ବହୁକୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ।
ଶ୍ରୀ ମୋଦୀ ବେଙ୍ଗାଲୁରୁଠାରେ ଆୟକର ବିଭାଗର ସର୍ବୋଚ୍ଚ ପ୍ରାଧିକରଣ ଟର୍ମିନାଲ୍‍କୁ ଲୋକାର୍ପିତ କରିବେ। ବେଙ୍ଗାଲୁରୁ ଭେଷଜ ମହାବିଦ୍ୟାଳୟରେ ଏବଂ ଇଏସ୍‍ଆଇସି ଡାକ୍ତରଖାନାକୁ ମଧ୍ୟ ଲୋକାର୍ପିତ କରିବେ। ହୁବଲି ସ୍ଥିତ କିମସ୍‍ ହସ୍ପିଟାଲରେ ସୁପିର ସ୍ପେଶାଲିଟି ବ୍ଲକ୍‍କୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିବାର କାର୍ଯ୍ୟସୂଚୀ ରହିଛି। ଏହି ପ୍ରକଳ୍ପଗୁଡ଼ିକ କର୍ଣ୍ଣାଟକର ଲୋକାମନଙ୍କୁ ଶସ୍ତା ଓ ଉଚ୍ଚମାନର ଚିକିତ୍ସା ସୁବିଧା ଯୋଗାଇବ। କଲବୁର୍ଗୀଠାରେ ସେ ଆୟୁଷ୍ମାନ୍‍ ଭାରତ ହିତାଧିକାରୀମାନଙ୍କ ସହ ଆଲୋଚନା କରିବେ। ତାମିଲନାଡୁର କାଞ୍ଚିପୁରମ୍‍ଠାରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସଡ଼କପଥ, ରେଳପଥ ଓ ଶକ୍ତି କ୍ଷେତ୍ରରେ ବିବିଧ ପ୍ରକଳ୍ପର ଶୁଭାରମ୍ଭ କରିବେ। ପାଞ୍ଚକୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ପାଞ୍ଚଟି ଜାତୀୟ ରାଜପଥ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ମଧ୍ୟ ଶିଳାନ୍ୟାସ କରିବେ।
ଭେଲୋର,ତିରୁବନ୍ନମଲାଇ ଓ ଭିଲିପୁରମ୍‍ ଜିଲ୍ଲା ଦେଇ ଯାଇଥିବା ୧୨୨ କିଲୋମିଟର ଦୀର୍ଘ ୩୮ନମ୍ବର ଜାତୀୟ ରାଜପଥର ଦୁଇ ଲେନ୍‍ ପ୍ରକଳ୍ପ ଏବଂ ତିରୁପୁର ଜିଲ୍ଲାରେ ୩୨ କିଲୋମିଟର ଦୀର୍ଘ ୩୮୧ନମ୍ବର ଜାତୀୟ ରାଜପଥର ୪ଲେନ୍‍ ବିଶିଷ୍ଟ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିବେ। ଏରୋଡ୍‍-କରୁର୍‍-ତିରୁଚିରାପଲ୍ଲୀ ଏବଂ ସଲେମ୍‍-କରୁର୍‍-ଡିଣ୍ଡିଗୁଲ୍‍ ରେଳଲାଇନ୍‍ର ବିଦ୍ୟୁତ୍‍ କରଣ ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଲୋକାର୍ପିତ କରିବେ। ଏହି ପ୍ରକଳ୍ପଗୁଡ଼ିକ ଦ୍ୱାରା ସୁଦୃଢ, ଦ୍ରୁତ ଓ ଶସ୍ତା ପରିବହନ ସମ୍ଭବ ହୋଇପାରିବ।

Hot this week

ସ୍ତ୍ରୀର ପରକୀୟା ପ୍ରୀତି ଧରାପଡିବାରୁ ସ୍ୱାମୀକୁ ହତ୍ୟା କଲା

ନୟାଗଡ଼ - ନୟାଗଡ ଖଣ୍ତପଡା ପୁଆଣିଆ ଗାଁରେ ସ୍ଵାମୀକୁ ସ୍ତ୍ରୀ ହତ୍ୟା...

ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତ

ସମାଜ ନ୍ୟୁଜ ଡେସ୍କ- ଭୁବନେଶ୍ବରରେ ପହଞ୍ଚିଲେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ...

ସମ୍ମାନର ସହିତ ମୃତ୍ୟୁର ଅଧିକାର! -ଇଚ୍ଛାମୃତ୍ୟୁ ପାଇଁ ସୁପ୍ରିମକୋର୍ଟରେ ଆବେଦନ

ନୂଆଦିଲ୍ଲୀ - ଗାଜିଆବାଦର ବାସିନ୍ଦା ଅଶୋକ ରାଣା ଏବଂ ନିର୍ମଳା ରାଣା...

ନିଜର ବର୍ଦ୍ଧିତ ଦରମା ନେବେନି ନବୀନ, ଓଡ଼ିଶାବାସୀଙ୍କୁ ଦାନ କରିବେ ନେଇ ଘୋଷଣା କଲେ

ସମାଜ ନ୍ୟୁଜ- ରାଜ୍ୟ ସରକାରଙ୍କ ବିଧାୟକଙ୍କ ଦରମା ବୃଦ୍ଧିକୁ ନେଇ ବଢ଼ୁଛି...

Related Articles

Popular Categories