ସମାଜ ଲାଇଭ୍ ଡେସ୍କ : ଦିଲ୍ଲୀ ବିସ୍ଫୋରଣ ଘଟଣାରେ ତଦନ୍ତକାରୀ ଦଳକୁ ସିସିଟିଭି ଫୁଟେଜ୍ରୁ ପ୍ରମାଣ ମିଳିଛି । ତଦନ୍ତ ବେଳେ ଅନେକ ଗରୁତ୍ଵପୁର୍ଣ୍ଣ ତଥ୍ୟ ସିସିଟିଭିରୁ ମିଳିଛି । ଏହାର ଖୁଲାସା କରିଛି ତଦନ୍ତକାରୀ ଦଳ । ତଦନ୍ତକାରୀ ଦଳ ଦେଇଥିବା ତଥ୍ୟ ଅନୁସାରେ ବିସ୍ଫୋରଣ କରିଥିବା ଆଇ-୨୦ କାର୍ରେ ଅଧା ଦିଲ୍ଲୀ ବୁଲିଥିଲା ଆତଙ୍କୀ ଡାକ୍ତର ଉମର । ବିସ୍ଫୋରଣ ପୂର୍ବରୁ ୬ଜିଲ୍ଲାର ୧୨ରୁରୁ ଅଧିକ ସ୍ଥାନରେ ଉକ୍ତ ଆଇ-୨୦ କାର୍ରେ ଚକ୍କର କାଟିଥିଲା ଆତଙ୍କୀ । ପ୍ରଥମେ ଫରିଦାବାଦରୁ ବାହାରି ବଦରପୁର ସୀମା ଦେଇ ଦିଲ୍ଳୀ ମଧ୍ୟକୁ ପ୍ରବେଶ କରିଥିଲା । ପରେ ଦକ୍ଷିଣ ପୂର୍ବ ଦିଲ୍ଲୀ , ପୂର୍ବ ଦିଲ୍ଳୀ ଓ କେନ୍ଦ୍ରୀୟ ଦିଲ୍ଳୀର ବିଭିନ୍ନ ଅଞ୍ଚଳ ବୁଲିଥିଲା ଆତଙ୍କୀ । ଅଶୋକ ବିହାର, ରୋହତକ ରୋଡ୍, କାଶ୍ମିରୀ ଗେଟ୍, ଦରିଆଗଞ୍ଜ ମଧ୍ୟ ଯାଇଥିବା ସିସିଟିଭିରୁ ଜଣା ପଡ଼ିଛି । ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ ଓ୍ବେ ନିକଟ ଏକ ଢ଼ାବାକୁ ମଧ୍ୟ ଯାଇଥିବା ସିସିଟିଭିରୁ ଦେଖିବାକୁ ମିଳିଛି । ଆକ୍ରମଣ ପୂର୍ବରୁ ଦିଲ୍ଳୀର ଅଧା ଅଞ୍ଚଳ ବୁଲି ଆତଙ୍କୀ ଡାକ୍ତର ରେକି କରିଥିବା ଅନୁମାନ କରିଛି ତଦନ୍ତକାରୀ ଦଳ ।



